ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଓଡିଶା ଡ୍ରାଇଭର ମହାସଂଘ ସୋନପୁର ଶାଖା ପକ୍ଷରୁ ଆଜି ବଡ଼ ଝିଙ୍କି ଠାରେ ଥିବା ଡ୍ରାଇଭର ୟୁନିଅନ ଅଫିସ ଠାରେ ଡ୍ରାଇଭର ଦିବସ ମହା ସମାରୋହ ରେ ପାଳିତ ହୋଇ ଯାଇଛି l ଏହି ଅବସରରେ ସଂଘ ପକ୍ଷ ରୁ ଏକ ବଡ ପଟୁଆରରେ ଶହ ଶହ ଡ୍ରାଇଭର ମା ସୁରେଶ୍ୱରୀ ମନ୍ଦିର ରୁ ବାହାରି ଝିଙ୍କି ସ୍ଥିତ ନୂତନ ଅଫିସ କୁ ଶୋଭାଯାତ୍ରା ରେ ବାହାରି ସଙ୍ଘ କାର୍ଯ୍ୟlଳୟ ଠାରେ ପହଞ୍ଚିଥିଲେ । ଏହି ଅବସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇ ଥିବାବେଳେ ୩ ଜଣ ମହିଳା ରକ୍ତ ଦାତା ଙ୍କ ସମେତ ସମୁଦାୟ ୪୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡା ପାଲି ତରଫରୁ ଚକ୍ଷୁ ଚିକିତ୍ସା ଶିବିର ସମେତ କିଉରବେ ସଂସ୍ଥା ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ମଧ୍ୟ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ରୂପେ ସୁବର୍ଣ୍ଣପୁର ଏସପି ଶ୍ରୀ ଅମରେଶ ପଣ୍ଡା, ସମ୍ମାନିତ ଅତିଥି ଭାବେ ଏଡିଏମ ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ ଯୋଗ ଦେଇ ଡ୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟା ର ସମାଧାନ ଲାଗି ପ୍ରଶାସନ ପକ୍ଷ ରୁ ପ୍ରତିଶୁତି ଦେଇ ସଂଘ ର ନୀତି ଆଦର୍ଶ ଉପରେ ସଂସ୍କାର ଆଣିବାକୁ ଏବଂ ପ୍ରଥମେ ନିଜେ ନିଜକୁ ଫିଟ ଓ ସୁରକ୍ଷିତ ରଖି ସାଧାରଣ ଜନତା ଙ୍କ ଜୀବନ ସୁରକ୍ଷା ପାଇଁ ଉତ୍ତମ ସେବା ଦେବାକୁ ଓ ନିଜ ପ୍ରତି ଲୋକ ଙ୍କ ଆସ୍ଥାଭାଜନ ବୃଦ୍ଧି କରିବାକୁ ଅନେକ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମ କୁ ଜିଲ୍ଲାର ଓଡ଼ିଶା ଡ୍ରାଇଭର ମହାସଂଘ ର ଉପ ସଭାପତି ଜ୍ୟୋତି ରଞ୍ଜନ ପଧାନ, ବ୍ଲକ ସଭାପତି ନରୋତ୍ତମ ନନ୍ଦ ପରିଚାଳନା କରିଥିବା ବେଳେ ଭରତ ଗଡ଼ିଆ, ବେଦବ୍ୟାସ କର୍ମୀ, ବିକାଶ ନାଏକ, ବଳରାମ ସ୍ନିଙ୍ଘ, ହରିଶ ଠାକୁର ପ୍ରମୁଖ ଜିଲ୍ଲାର କର୍ମକର୍ତ୍ତା ସମେତ ବ୍ଲକ ର ସମସ୍ତ ଡ୍ରାଇଭର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ର ଉଦଯାପନୀ ଉତ୍ସବ ରେ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ସେନା କର୍ମଚାରୀ ପ୍ରାକ୍ତନ ସୁବେଦାର ଅଶ୍ୱିନୀ ହୋତା, ମନୋରଞ୍ଜନ ତ୍ରିପାଠୀ ଯୋଗ ଦେଇ ଆୟୋଜକ ତଥା ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିବା ବେଳେ ରକ୍ତଦାତା ସଂଘ ସଭାପତି ମନୋଜ ପଣ୍ଡା ଙ୍କ ତତ୍ୱାବଧାନ ରେ ଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l





