ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ଠାରେ ସ୍ୱାସ୍ଥ୍ୟ ସଚେତନତା ତଥା ସ୍କ୍ରିନିଂ କ୍ୟାମ୍ପ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସହରର ୩୨୬ନମ୍ବର ଜାତୀୟ ରାଜପଥ ପାଶ୍ୱର୍ର କୋରାପୁଟ ଛକ ନିକଟରେ ଥିବା ରେଳବାଇ ଜିଡିସି ଫେକ୍ଟ୍ରି ପଡିଆ ଠାରେ ଅବସ୍ଥାପିତ ରାୟଗଡା ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ଠାରେ ଏକ ସ୍ୱାସ୍ଥ୍ୟ ସଚେତନତା ତଥା ସ୍କ୍ରିନିଂ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ଟ୍ରକ ମାଲିକ ସଂଘ ଓ ମୋଟର କର୍ମଚାରୀ ୟୁନିୟନ ରାୟଗଡା ଆନୁକୂଲ୍ୟରେ ଏବଂ ଜିଲ୍ଳା ସ୍ୱାସ୍ଥ୍ୟ ସମିତି ସହଯୋଗରେ ଅନୁଷ୍ଠିତ ଏହି ଶିବିରକୁ ଟ୍ରକ ମାଲିକ ସଂଘ ସଭାପତି ତଥା ଜିଲ୍ଳା ବିଜେଡିର ବରିଷ୍ଠ ସଂଗଠକ ଲୋକପ୍ରିୟ ନେତା ୟାଲା ଭେଙ୍କେଟେଶ୍ୱର ଓରଫ୍ କୋଣ୍ଡାବାବୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ । ଏହି ଶିବିରରେ ଟ୍ରକ ମାଲିକ ସଂଘ ଓ ମୋଟର କର୍ମଚାରୀ ୟୁନିୟନର ସମସ୍ତ ସଭ୍ୟ ଓ ତାଙ୍କ ପରିବାର ବର୍ଗଙ୍କ ସମେତ ସ୍ଥାନୀୟ ଅଂଚଳବାସୀ ନିଜ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ସ୍ୱାସ୍ଥ୍ୟ ସଚେତନତା ଶିବିରରେ ମଧୁମେହ, ରକ୍ତଚାପ ସହ ସଂକ୍ରମଣ ଓ ଅଣସଂକ୍ରମଣ ଜନିତ ରୋଗଗୁଡିକକୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଟ୍ରକ ମାଲିକ ସଂଘର ଟ୍ରକ ମାଲିକ,ଡ୍ରାଇଭର ତଥା ହେଲପର କିମ୍ବା ମୋଟର କର୍ମଚାରୀ ୟୁନିୟନର ସମସ୍ତ ସଭ୍ୟଗଣ ହୁଅନ୍‌ୁ ସେମାନେ ବ୍ୟସ୍ତବହୁଳ ଦୈନନ୍ଦିନ ଜୀବନରେ ନିଜ ଓ ନିଜ ପରିବାରର ଭରଣପୋଷଣ ପାଇଁ ଏତେ ବ୍ୟସ୍ତ ରୁହନ୍ତି ଯେ,କିଏ ହେଲେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୋଇପାରୁ ନାହାନ୍ତି । ତେଣୁ ଦୈନନ୍ଦିନ ଜୀବନରେ ବ୍ୟସ୍ତ ରହୁଥିବା ଏହି ହଜାର ହଜାର ସଭ୍ୟଙ୍କ ପାଇଁ ତଥା ସେମାନଙ୍କର ସ୍ୱାସ୍ଥ୍ୟକୁ ଯତ୍ନବାନ କରିବା ପାଇଁ ଏଭଳି ସ୍ୱାସ୍ଥ୍ୟ ସଚେତନତା ଶିବିରର ଆୟୋଜନ କରାଯାଇଥିବା ବେଳେ ଆଗାମୀ ଦିନରେ ଏଭଳି ଅନେକ ସାମାଜିକ କାର୍ଯ୍ୟକ୍ରମ ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆୟୋଜନ କରାଯାଉଥିବା ବୋଲି କୋଣ୍ଡାବାବୁ ପ୍ରକାଶ କରିଛନ୍ତି । ଏହି ଶିବିରଟି ଜିଲ୍ଳା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଭି.ଏଲ.ଏନ.ରାଜୁଙ୍କ ଦ୍ୱାରା ପରିଚାଳିତ ହୋଇଥିବା ବେଳେ ଏଥିରେ ଡାକ୍ତର ମମତା ଚୈାଧୁରୀ, ଡ.ତୁଷାର ପଣ୍ଡା, ଡ.ଞାନ ରଂଜନ ମହାନ୍ତି, ଡ.ମମତା ସାହୁ, ଡ.ସୂର୍ଯ୍ୟକାନ୍ତ ସାମଲ ଏବଂ କିରଣ କୁମାର ପାତ୍ର, ରବି ନାରାୟଣ ସାହୁଙ୍କ ସମେତ ଅନ୍ୟ ଟେକ୍ନିକାଲ ଷ୍ଟାଫ୍ ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରିବାରେ ସହଯୋଗ କରିଥିଲେ । ଟ୍ରକ ମାଲିକ ସଂଘ ଉପସଭାପତି କେ.ସୂର୍ଯ୍ୟା ରାଓ, ସାଧାରଣ ସଂପାଦକ କେ.ଜାନକୀରାମାୟା, ଯୁଗ୍ମ ସଂପାଦକ ଏମ.ଭାନୁପ୍ରସାଦ, ସୁଦାମ ମୁଦୁଲି, କୋଷାଧ୍ୟକ୍ଷ ଭିଜି ପ୍ରସାଦ ସାମଲ ଏବଂ ଅନ୍ୟମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.