ଏସଏମସିର ବେଆଇନ ଉଚ୍ଛେଦ; ଧ୍ଵଂସ ସ୍ତୁପରେ ପରିଣତ ହେଲା ବୁର୍ଲା ସହର 

ହାଇକୋର୍ଟଙ୍କ ଆଦେଶକୁ ଖୋଲାଖୋଲି ଅବମାନନା!

ଲୋକଙ୍କ ଦୁର୍ଦ୍ଦଶା ବୁଝିବାକୁ ନାହାଁନ୍ତି କେହି

ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ବୁର୍ଲା ସହରରେ କେବଳ ଡାକ ବାଜି ଜନ୍ତ୍ର ଦ୍ଵାରା ପ୍ରଚାର କରି ବ୍ୟାପକ ଉଛେଦ ପ୍ରକ୍ରିୟା ଚାଲିଛି l ହାଇକୋର୍ଟ ନିଜର ନିର୍ଦ୍ଦଶ ଗୁଡିକରେ ଉଛେଦ କରିବା ପୂର୍ବରୁ ସମସ୍ତ ନିୟମ ପାଳନ କରିବା ପାଇଁ କହିଥିଲେ ମଧ୍ଯ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ମୋଟେ ପାଳନ କରାଯାଉ ନଥିବା ବୁର୍ଲା ନାଗରିକ କମିଟି ପକ୍ଷରୁ ଅଭିଯୋଗ କରାଯିବା ସହ ଉଦବେଗ ପ୍ରକାଶ କରାଯାଇଛି l ବୁର୍ଲା ସହରରେ ବିଭିନ୍ନ ସଂସ୍ଥା ଗଢି ଉଠିବା ପୂର୍ବରୁ ହୀରାକୁଦ ନଦୀବନ୍ଧ ଯୋଜନା ନିର୍ମାଣ ଦିନଠୁଁ ଗୁଡ଼ାଏ ପରିବାର ବସବାସ କରି ଆସୁଛନ୍ତି l ନିଜେ ରହୁଥିବା ଜମି ବି ବନ୍ଦୋବସ୍ତ ଆଇନ୍ ମୁତାବକ ଖାତାରେ ଚଢି ସାରିଛି l ସେଟେଲମେଣ୍ଟ ପ୍ରକ୍ରିୟା ଚାଲୁ ରହିଛି, ସେମାନଙ୍କ ରେକର୍ଡ ବନ୍ଦୋବସ୍ତ କାର୍ଯ୍ୟାଳୟ ଓ ଜିଲ୍ଲା ରେକର୍ଡ଼ କୋଠାରେ ରହିଥିବା ବେଳେ ଅନ୍ୟାନ୍ୟ କାଗଜପତ୍ର ରହିଛି l ସେମାନଙ୍କ ସକାଶେ ପଟ୍ଟାର ବ୍ୟବସ୍ଥା କରା ନ ଯାଇ ରାସ୍ତା ନିର୍ମାଣ ଆଳରେ ଘର, ଦୋକାନ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି l ଶତାଧିକ ଲୋକ ଏବଂ ପରିବାର ବେଦଖଲ ହୋଇଯାଇଛନ୍ତି l ଏସ୍ଏମ୍ସି ପକ୍ଷରୁ ଯେପରି ଭଙ୍ଗା ଯାଉଚି ଲୋକେ ନିଜର ଜିନିଷ ପତ୍ର ବାହାର୍ କରିବାକୁ ବି ସକ୍ଷମ ହେଉ ନ ଥିବା ବୁର୍ଲା ନାଗରିକ କମିଟି କହିଚି l ବର୍ଷା ଦିନରେ ଉଛେଦ ଏବଂ ବିସ୍ଥାପିତ ପରିବାର ଖୋଲା ଆକାଶ ତଳେ ପଡି ରହିଥିବା ବି ଦେଖିବାକୁ ମିଲୁଛି l ଗୁହାରି ଶୁଣି ବାକୁ କାହାରି ବେଳ ନାହିଁ l ବହୁତ ହାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି l ହାଇ କୋର୍ଟ ଜିଲ୍ଲା ପ୍ରଶାସନଙ୍କୁ ସରକାରୀ ନିୟମ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ l ହେଲେ ନିର୍ଦ୍ଦେଶକୁ ପାଳନ କରାଯାଉ ନାହିଁ l ଏସ୍ ଏମ୍ ସି ବେଧଡ଼କ ଘର, ଦୋକାନ ଭାଙ୍ଗି ଚାଲିଛି l ନିର୍ଦ୍ଦେଶକୁ ଅବମାନନା କରାଯାଇଥିବା ହାଇ କୋର୍ଟରେ ଅବମାନନା ପିଟିସନ ଦିଆ ଯାଇଛି l ହାଇ କୋର୍ଟଙ୍କ ପତ୍ରକୁ ଆଧାର କରି ଜିଲ୍ଲାପାଳ ଏସ୍ ଏମ୍ ସି କୁ ସବିଶେଷ ରିପୋର୍ଟ୍ ମାଗିଛନ୍ତି l ବୁର୍ଲା ନାଗରିକ କମିଟି ପକ୍ଷରୁ କୁହାଯାଇଛି ଯେ ଉଛେଦ ପ୍ରକ୍ରିୟା ପୂର୍ବରୁ ରାଜସ୍ଵ ବିଭାଗ ପକ୍ଷରୁ ସେମାନଙ୍କ ରାଜସ୍ଵ ନିରୀକ୍ଷକ ଓ ଅନ୍ୟ ଷ୍ଟାଫ୍ ଏସ୍ ଏମ୍ ସି ର ପ୍ରତିନିଧିଙ୍କ ଉପସ୍ଥିତରେ ଦୁଇ ଦୁଇ ଥର ରାସ୍ତା ନିର୍ମାଣ କେତେ ମାପରେ ହେବ ତାର ମାପ ଦେଇ ଲାଲ ରଙ୍ଗ ଚିହ୍ନ ଦେଇଥିଲେ l ପୁରୁଣା ରାସ୍ତା ର ମଧ୍ୟ ଭାଗରୁ ଉଭୟ ପଟେ ସମାନ ସମାନ ମିଟର ରାଜସ୍ୱ ନିରୀକ୍ଷକ ନାପ ଦେଇ ଥିଲେ l ଭାଙ୍ଗିବା ସମୟରେ ଏସ୍ ଏମ୍ ସି ଏହି ମାପ କୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରିଥିବା ଅଭିଯୋଗ ହୋଇଛି l ଯେଉଁମାନେ ଉଛେଦ ଏବଂ ଭାଙ୍ଗିବା ପ୍ରକ୍ରିୟାର ଶିକାର ହେଲେ, ସେମାନେ ଯେତେ କାକୁତି ମିନତି ହୋଇ ରାଜସ୍ଵ ବିଭାଗ ନାପ କୁ ଅଗ୍ରାଧିକାର ଦିଆ ଯିବାକୁ କାନ୍ଦି କାନ୍ଦି କହିଥିଲେ ବି ଏସ୍ ଏମ୍ ସି ଅଧିକାରୀ ଶୁଭଙ୍କର ମହାନ୍ତି ଶୁଣି ନଥିଲେ l ବର୍ତ୍ତମାନ ଉଛେଦର ଶିକାର ବ୍ୟକ୍ତି ଓ ପରିବାର ବାର ଦୁଆର ହେଉଥିବା ଦେଖିବାକୁ ମିଳୁଛନ୍ତି ବୋଲି ନାଗରିକ କମିଟି କହିଚି l ଗତ ୬ ତାରିଖ ଜନ୍ମାଷ୍ଟମୀ ଅବସରରେ ଛୁଟି ଥିବା ସତ୍ତ୍ୱେ ଏସ୍ ଏମ୍ ସି ଓ ପୋଲିସ୍ ପକ୍ଷରୁ ସ୍ଥାନୀୟ ବଜାର ର ଦୋକାନ ଭାଙ୍ଗି ବା ସକାଶେ ମାପ ଦେଇ ଆଜି ସକାଳୁ ସକାଳୁ ଭାଙ୍ଗିବା କାର୍ଯ୍ୟ ଚଳାଇଛନ୍ତି l ପୂର୍ବରୁ ଯେତିକି ମାପ ଦିଆ ଯାଇଥିଲା ସେହି ମାପରେ ଘର ମାଲିକ ଓ ଦୋକାନି ନିଜ ନିଜ ସମ୍ମୁଖ ଭାଗ କଟର ମେସିନ୍ ଓ ଅନ୍ୟ ଭାଙ୍ଗିବା ମେସିନ୍ ବ୍ୟବହାର କରି ଭାଙ୍ଗି ସାରିଥିବା ବେଳେ, କାଲି ମାପରେ ଅଧିକ ଭିତରକୁ ମାପ ଦେଇ ଆଜି ସକାଳୁ ସମୟ ଦିଆ ନ ଯାଇ ଏସ୍ ଏମ୍ ସି ପକ୍ଷରୁ ବ୍ୟାପକ ଭଙ୍ଗା ଯାଉଚି l ଏସ୍ ଏମ୍ ସି ର ଏତାଦୃଶ ଅନ୍ୟାୟ କାର୍ଯ୍ୟକୁ ସର୍ବତ୍ର ସମାଲୋଚନା ଏବଂ ନିଦା କରାଯାଉଚି l ବୁର୍ଲା ସହର ବର୍ତ୍ତମାନ ଏକ ଧ୍ଵଂସ ସ୍ତୁପ ରେ ପରିଣତ ହୋଇଛି l ଲୋକେ ଭୟଭୀତ ଅବସ୍ଥା ରେ ଥିବା ଦେଖିବାକୁ ମିଳିଛି l ବୁର୍ଲା ସହରରେ ୯୯ ଶତକଡା ସରକାରୀ ଜମିରେ ଘର କିମ୍ବା ବ୍ୟବସାୟିକ କାରବାର ଦୀର୍ଘ ବର୍ଷ ଧରି କରି ଆସୁଛନ୍ତି l ଯେଉଁ ମାନେ ସରକାରୀ ଜମିରେ ଅଛନ୍ତି ସମସ୍ତଙ୍କ ଭିତରେ ଭୟଭୀତ ମାହୋଲ ଉତ୍ପନ୍ନ ହୋଇଛି l ଗୋପବନ୍ଧୁ ଛକ ପାଖରେ ବିଧବା ମହିଳା ଜନକ ଚ୍ଛୋଟିଆ ଦୋକାନ କରି ପରିବାର ଚଳାଉ ଥିଲେ, ଦୋକାନ ଭାଙ୍ଗିବା ପରେ ସେ ଅସହାୟ ହୋଇ ବୁର୍ଲା ରେ ନ ରହି ନିଜ ଗାଁକୁ ଚାଲିଯିବାକୁ ସ୍ଥିର କରିଥିବା କୋହ ଭରା ଆଖିରେ କହୁଥିଲେ l ଲକ୍ଷ୍ମୀ ପୂଜା ପାଖରେ ଦୁଇ ସ୍ଵାମୀ ସ୍ତ୍ରୀ ବୃଦ୍ଧ ଭତ୍ତାରେ ବଞ୍ଚୁ ଥିଲେ, ଏବେ ଅସହାୟ l ଏପରି ଅନେକ୍ ଅନେକ୍ ପରିବାର ଏବଂ ଦୋକାନୀ ସେମାନଙ୍କ ରୋଜଗାର ହରାଇ ବସିଛନ୍ତି l ଥଇଥାନ କିମ୍ବା ଆର୍ଥିକ ସହଯୋଗ ର କୌଣସି ବ୍ୟବସ୍ଥା ସରକାରୀ ସ୍ତରରେ ହୋଇ ନାହିଁ l ସମସ୍ତେ ଆତଙ୍କିତ ଅବସ୍ଥାରେ ଅଛନ୍ତି ବୋଲି ବୁର୍ଲା ନାଗରିକ କମିଟି କହିଚି l ମୁଖ୍ୟମନ୍ତ୍ରୀ, ୫ ଟି ସଚିବ, ପ୍ରଶାସନ ଅଗ୍ରାଧିକାର ଭିତ୍ତିରେ ଦୃଷ୍ଟି ଦେଇ ବର୍ତ୍ତମାନ ଲୋକଙ୍କୁ ଥଇଥାନ କରାଯାଉ ଏବଂ ବେଆଇନ୍ ଉଛେଦ ପ୍ରକ୍ରିୟା କୁ ବନ୍ଦ ସକାଶେ ବୁର୍ଲା ନାଗରିକ କମିଟି ପକ୍ଷରୁ ଦୃଷ୍ଟି ଆକର୍ଷଣ ସହିତ ଦାବି କରାଯାଇଛି l ବୁର୍ଲା ନାଗରିକ କମିଟି ପକ୍ଷରୁ ଓକିଲ ଅରୁଣ କୁମାର, ଓକିଲ ହୃଷିକେଶ ସ୍ୱାଇଁ, ଓକିଲ କାଳିଦାସ ପଟେଲ,ଓକିଲ ଅଶ୍ଵିନୀ ପଣ୍ଡା, ଓକିଲ ବୁଲୁ ବଡପଣ୍ଡା, ଓକିଲ ଚୌଧୁରୀ ଓ ବରିଷ୍ଠ ନାଗରିକ ସୁରେଶ ପଣ୍ଡା, ଶିବ ରାମ ପଣ୍ଡା, ଅନିଲ ତୁଲୀ, ଡ ସନ୍ତୋଷ କାନୁନଗୋ, ଅନିଲ ନନ୍ଦା, ଗୁଡୁ ଉପଲ, ପ୍ରଶାନ୍ତ ମହାନ୍ତି, ମହେଶ୍ୱର ନାୟକ ବରିଷ୍ଠ ନାଗରିକ ଇ ଦିଗାମ୍ବର ପାତ୍ର, ବରିଷ୍ଠ ନାଗରିକ ରାଜୁ ଗୁପ୍ତା, ଆରଏ ଶିବ କୁମାର(ବାବେ), ବାଦଲ ମେହେଟା, ମନୋରଞ୍ଜନ ବେହେରା, ପ୍ରଭାକର ବେହେରା, ସୁଜିତ ଫରନାଡେଜ, ପ୍ରଦୀପ ଦାସ ପ୍ରମୁଖ ମାନ୍ୟବାର ରାଜ୍ୟପାଳ, ମାନ୍ୟବର ମୂଖ୍ୟମନ୍ତ୍ରୀ ଓ ସବୁ କତୃପକ୍ଷଙ୍କୁ ଜଣାଇଛନ୍ତି। ପ୍ରକାଶ ଥାଉ କି ଗତ ଜୁନ ମାସରୁ ଆଜି ପର୍ଯ୍ୟନ୍ତ ହାଇକୋର୍ଟରେ ପ୍ରାୟ ୨୦ରୁ ଉର୍ଦ୍ଧ ରିଟ ଫାଇଲ କରି ନାଗରିକ ମାନେ ଅନ୍ତରୀଣ ସ୍ଥଗିତାଦେଶ ଆଣିଛନ୍ତି। ଏହା ଆସନ୍ତା ୩ ଅକ୍ଟୋବର ୨୦୨୩ ପ୍ରଜ୍ୟନ୍ତ ବଳବତ୍ତର ରହିଛି। ସେହିପରି ହାଇକୋର୍ଟ ଆଦେଶକୁ ଅବମାନ ନେଇ ୫ଟି ଅଦାଲତ ଅବ ମାନନା ବି ଦାୟର କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.