ବେଦାନ୍ତ ଆଲୁମିନିୟମ ଏହାର ଓଡ଼ିଶା ଓ ଛତିଶଗଡ଼ କାର୍ଯ୍ୟ ପରିସରରେ ରାଷ୍ଟ୍ରୀୟ ଶିକ୍ଷକ ଦିବସ ପାଳନ କରିଛି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ରାଷ୍ଟ୍ରୀୟ ଶିକ୍ଷକ ଦିବସ ଅବସରରେ ଦେଶର ଭବିଷ୍ୟତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଶିକ୍ଷାବିତମାନଙ୍କୁ ସମ୍ମାନିତ କରି ଶିକ୍ଷକ ଦିବସ ପାଳନ କରିଥିଲା । ଏହି ଉତ୍ସବରେ ବେଦାନ୍ତ ଲି ଝାରସୁଗୁଡ଼ା, ସରବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟ ସହଯୋ ଗରେ ଏକ ଚିତାକର୍ଷକ ସମାରୋହରେ ରାଷ୍ଟ୍ରୀୟ ଶିକ୍ଷକ ଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ାର ବିଭିନ୍ନ ବିଦ୍ୟାଳୟର ୨୨ଜଣ ପ୍ରଧାନ ଶିକ୍ଷକଙ୍କୁ ସେମାନଙ୍କ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା, ଯାହାକି ସେମାନଙ୍କ ଛାତ୍ରମାନେ ଚଳିତ ହାଇସ୍କୁଲ ପରୀକ୍ଷାରେ ଏ୧ ଗ୍ରେଡ ହାସଲ କରିଥିଲେ । ଏହି ଅବସରରେ ବେଦାନ୍ତ ଲିଂ ଝାରସୁଗୁଡ଼ା ଓ ସହାୟକ ବାଲକୋ, କୋରବା, ଛତିଶଗଡ଼ରେ ଉତ୍ସବ ଆୟୋଜିତ ହୋଇଥିଲା ।

ଏହି ଅବସରରେ ବାଲକୋରେ ଏହାର ସବୁ ବିଭାଗରେ ଏକ ଜ୍ଞାନ ଆଦାନ ପ୍ରଦାନକକାରୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ କର୍ମଚାରୀଙ୍କ ଅନ୍ତର୍ନିହିତ ଜ୍ଞାନ, ସର୍ବୋତମ ଅଭ୍ୟାସ ଓ ପାରଦର୍ଶିତା ଆଦାନ ପ୍ରଦାନ କରାଯାଇଥିଲା । ବାଲକୋର କର୍ମଚାରୀଙ୍କୁ କୃତଜ୍ଞତା କାର୍ଡ ମଧ୍ୟ ବଂଟନ କରାଯାଇଥିଲା ଯେଉଁମାନଙ୍କୁ ବୃତିଗତ କ୍ଷେତ୍ରରେ ଶିକ୍ଷକର ଭୂମିକା ନିର୍ବାହ ଦୃଷ୍ଟିରୁ ସମ୍ମାନିତ କରାଯାଇଥିଲା ।

ଲାଜିଗଡ଼, କଳାହାଣ୍ଡି ସ୍ଥିତ ବେଦାନ୍ତର ଆଲୁମିନା ରିଫାଇନାରୀ ୟୁନିଟରେ କର୍ମଚାରୀମାନେ ବୃତିଗତ ସହକର୍ମିଙ୍କ ଅବଦାନକୁ ସ୍ବୀକୃତି ଦେଇ ଏହି ଉତ୍ସବ ପାଳନ କରିଥିଲେ । ଏହି ଉତ୍ସବ ସୁନ୍ଦରଗଡ଼ ଜିଲ୍ଲା ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା ଯେଉଁଠାରେ କଂପାନିର କାର୍ଯ୍ୟକ୍ରମ ଚାଲୁ ରହିଛି ତଥା କଂପାନିର ମାଇନସ ବ୍ଯବସାୟ ମୁଣ୍ଡେଲଖେଟ ଓ ଘୋଗରପଲିର ଶିକ୍ଷକମାନଙ୍କୁ ସମ୍ମାନିତ କରିଥିଲେ ।

ଗ୍ରାମୀଣ ଗୋଷ୍ଠୀର ଗୁଣାତ୍ମକ ଶିକ୍ଷାକୁ ସକ୍ଷମ କରିବା ଲାଗି ଓ ସାକ୍ଷରତା ପାର୍ଥକ୍ୟକୁ ଦୂର କରିବା ପାଇଁ ବେଦାନ୍ତ ଆଲୁମିନିୟମ କାର୍ଯ୍ୟ କରୁଛି । ଏହି ଉଦ୍ଦେଶ୍ୟରେ କଂପାନି ଗତ ଦୁଇ ବର୍ଷ ମଧ୍ୟରେ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଶିକ୍ଷାର ବ୍ୟବଧାନକୁ ଦୂର କରିବା ଲାଗି ପ୍ରାକ ବିଦ୍ୟାଳୟ ଶିକ୍ଷାକୁ ସମର୍ଥନ କରିବା ଠାରୁ ଆରମ୍ଭ କରି ଇ-ଲଣ୍ଡିଂ କାର୍ଯ୍ୟକ୍ରମ ସହ ଉଚ୍ଚ ଗୁଣାତ୍ମକ ଶିକ୍ଷାଗତ କାର୍ଯ୍ୟ ପରିଚାଳନା କରୁଛି । ଏହି କାର୍ଯ୍ୟକ୍ରମ ଝାରସୁଗୁଡ଼ା ଜିଲ୍ଲାର ହାରାହାରି ସାକ୍ଷରତା ସ୍ତରକୁ ୭୦.୫୫%ରୁ ୭୮.୮୬%କୁ ବୃଦ୍ଧି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ପୂର୍ବ ଶିକ୍ଷା ବର୍ଷ ପର୍ଯ୍ୟନ୍ତ ବେଦାନ୍ତ ଦ୍ଵାରା ୭୪୦୦ରୁ ଅଧିକ ପିଲା ଉପକୃତ ହୋଇଛନ୍ତି ।

ଏହି ଅବସରରେ ମତ ଦେଇ ଶ୍ରୀ ସୁନୀଲ ଗୁପ୍ତା, ସିଓଓ, ବେଦାନ୍ତ ଲି- ଆଲୁମିନିୟମ ବ୍ୟବସାୟ କହିଛନ୍ତିଯେ ଶିକ୍ଷା ହେଉଛି ପ୍ରଗତିର ମୂଳସ୍ତମ୍ଭ । ଝାରସୁଗୁଡ଼ାର ବେଦାନ୍ତ ଆଲୁମିନିୟମରେ ଆମେ ଗ୍ରାମାଂଚଳର ଶିକ୍ଷାକୁ ସମର୍ଥନ କରିବାକୁ ପ୍ରତିଶ୍ରୁତିବଦ୍ଧ । ଶିକ୍ଷାର ବ୍ୟବଧାନକୁ ଦୂର କରି ସଭିଙ୍କ ପାଇଁ ଏକ ଗୁଣାତ୍ମକ ଶିକ୍ଷା ଉପଲବ୍ଧ କରାଇବା, ବିଶେଷ କରି ଅଣ ସଂରକ୍ଷିତ ଗୋଷ୍ଠୀରେ ଏହାର ପ୍ରସାର ପାଇଁ ଆମେ ଯତ୍ନ ନେଉଛୁ । ରାଷ୍ଟ୍ରୀୟ ଶିକ୍ଷକ ଦିବସରେ ଆମ ଭବିଷ୍ୟତକୁ ଉଜ୍ଜଳ କରୁଥିବା ଶିକ୍ଷା ବିତମାନଙ୍କୁ ସମ୍ମାନ ଜଣାଇବା ଲାଗି ଆମେ ଏହି ଉତ୍ସବ ଆୟୋଜନ କରିଛୁ ଓ ଆଗାମୀ ଦିନରେ ଶିକ୍ଷା ପାଇଁ ଏକ ଉତମ ପୋଷଣ ଲାଗି ଆମର ଉଦ୍ୟମ ଜାରୀ ରହିବ ।

ବାଲକୋର ସିଇଓ ତଥା ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଶ୍ରୀ ରାଜେଶ କୁମାର କହିଛନ୍ତିଯେ ବାଲକୋରେ ଆମେ ଜୀବନ ଓ ଗୋଷ୍ଠୀ ଗଠନରେ ଶିକ୍ଷାର ପରିବର୍ତନଶୀଳ ଶକ୍ତିକୁ ବୁଝିଛୁ । ଆମର ଜ୍ଞାନ ଆଦାନ ପ୍ରଦାନ ସହ କୃତଜ୍ଞତା କାର୍ଡ ବଂଟନ ପରି ପଦକ୍ଷେପ ଜରୀଆରେ ଆମେ କର୍ମକ୍ଷେତ୍ରରେ ନିରନ୍ତର ଶିକ୍ଷା ଓ ବିକାଶର ସଂସ୍କୃତି ପ୍ରତିପାଦନ କରିବାଲାଗି ସକ୍ରିୟ ଭାବେ ବେଦାନ୍ତ କାର୍ଯ୍ୟ କରୁଛୁ । ଆମର ଯାତ୍ରାରେ ଆମକୁ ମାର୍ଗଦର୍ଶନ କରିଥିବା ବ୍ୟକ୍ତିଙ୍କୁ କୃତଜ୍ଞତା ଜଣାଇବା ପାଇଁ ଜାତୀୟ ଶିକ୍ଷକ ଦିବସ ଏକ ସ୍ମାରକ ଅଟେ ।

ଏହି ଅବସରରେ ଉଦବୋଧନ ଦେଇ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ପୁଷ୍ପା ମିଂଜ କହିଛନ୍ତିଯେ-ମୁଁ ଶିକ୍ଷାର ମହତ୍ଵକୁ ପ୍ରତିପାଦନ କରୁଥିବା ଶିକ୍ଷକମାନଙ୍କୁ କୃତଜ୍ଞତା ଜଣାଇବାକୁ ଚାହୁଁଛି । ଉତ୍କଳ ଭବିଷ୍ୟତ ହେଉଛି ଶିକ୍ଷା, ବେଦାନ୍ତ ଆଲୁମିନିୟମ ସଂଗଠନ ଗୁଡ଼ିକ ପରବର୍ତୀ ପୀଢି ପାଇଁ ଉଜ୍ଜଳ ଭବିଷ୍ୟତ ଗଠନ କରୁଥିବା ଶିକ୍ଷାବିତ ମାନଙ୍କୁ ସମ୍ମାନିତ କରିବା ବେଶ ମହତ୍ଵପୂର୍ଣ୍ଣ । ସମାଜରେ ଶିକ୍ଷକମାନଙ୍କ ମହତ ଅବଦାନକୁ ଜାଣିବା ଓ ପାଳନ କରିବାରେ ବେଦାନ୍ତ ଆଲୁମିନିୟମର ଉଦ୍ୟମକୁ ମୁଁ ପ୍ରଶଂସା କରୁଛି ।

ବେଦାନ୍ତ ଆଲୁମିନିୟମ ଦ୍ବାରା ନିଆଯାଉଥିବା କେତେକ ଶିକ୍ଷଣୀୟ ପଦକ୍ଷେପ ନିମ୍ନ ପ୍ରକାର:

– ଅଙ୍ଗନବାଡ଼ି ମାଧ୍ୟମରେ ୫୦୦୦ରୁ ଅଧିକ ପିଲାମାନଙ୍କ ପ୍ରାଥମିକ ଶିକ୍ଷାକୁ ପ୍ରସାର କରିବା – ଲାଜିଗଡ଼ରେ ଡିଏଭି ବେଦାନ୍ତ ସ୍କୁଲ ଯାହାକି ଏହି ଅଂଚଳରେ କଂପାନି ଦ୍ଵାରା ପ୍ରତିଷ୍ଠିତ ପ୍ରଥମ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ।

– ୧୦୦୦ରୁ ଅଧିକ ଛାତ୍ର ଛାତ୍ରୀ ଉପକୃତ ହୋଇଥିବା ଓଡ଼ିଶା ସରକାରଙ୍କ ଉଦ୍ୟମରେ ମୋ ସ୍କୁଲ ଅଭିଯାନ ଅଧିନରେ ଓଡ଼ିଶାର ସରକାରୀ ସ୍କୁଲର ଭିତିଭୂମି ବିକାଶ

– ବିଦ୍ୟା ଗ୍ରାହୀ, ଏକ ଇ-ଲଣ୍ଡିଂ କାର୍ଯ୍ୟକ୍ରମ, ଅଷ୍ଟମ –ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ଅନଲାଇନ କ୍ୟାରିୟର ପରାମର୍ଶ ଦେବା ପାଇଁ ବ୍ୟବସ୍ଥିତ ।

– ବେଦାନ୍ତ ମିନି ସାଇନସ ସାଂଟର ଜରିଆରେ ଅଭିନବତାର ପରିପ୍ରକାଶ, ଅନୁସନ୍ଧାନ ଓ ଉପକରଣ ଜରିଆରେ ୧୨୦୦ରୁ ଅଧିକ ଛାତ୍ରମାନେ ସେମାନଙ୍କ ବୌଦ୍ଧିକ ଜ୍ଞାନର ବିକାଶ କରିପାରୁଛନ୍ତି ।

-ବେଦାନ୍ତ କମ୍ପ୍ୟୁଟର ସାକ୍ଷରତା କାର୍ଯ୍ୟକ୍ରମ ଜରିଆରେ ଛାତ୍ରମାନଙ୍କୁ କମ୍ପ୍ୟୁଟର ବିଷୟରେ ମୌଳିକ ଜ୍ଞାନ ପ୍ରଦାନ କରା ଯାଉଛି ।

– କୃତ୍ରିମ ଇଂଟେଲିଜେନ୍ସ (ଏଆଇ) ଶିକ୍ଷା ପ୍ରକଳ୍ପ ଛାତ୍ରମାନଙ୍କୁ ଏଆଇର ମୌଳିକ ଜ୍ଞାନ ପ୍ରଦାନ କରିବା ଏବଂ ବାସ୍ତବ ଦୁନିଆର ସମସ୍ୟା ପାଇଁ ଏଆଇ- ଆଧାରିତ ସମାଧାନ ଗଠନ କରିବା ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ବ୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ବ୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମନକାରୀ ସଂସ୍ଥା । ବେଦାନ୍ତର ବିଶ୍ଵ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରମ୍ପ୍ୟୁଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.