ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଥାନା ଖାଇଚୁଆଁ-ଗୋଖରା ପାଖରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ମୃତଦେହ ଦେଖିବାକୁ ମିଳିଛି। ମୃତ ବ୍ୟକ୍ତି ଜଣକ ଖାଇଚୁଆଁ ଗ୍ରାମର ଯୋଗିନ୍ଦ୍ର ବାଗ (୬୦) ବୋଲି ଜଣାପଡିଛି। ଆଜି ଶୁକ୍ରବାର ସକାଳୁ ଖାଇଚୁଆଁ-ଗୋଖରା-ସରିଆଁ ଛକଠାରୁ ଅଳ୍ପ ଦୂରରେ ଥିବା ପୋଲ ନିକଟବର୍ତ୍ତୀ ଏକ ଗଛଠାରେ ଯୋଗିନ୍ଦ୍ରଙ୍କ ମୃତଦେହ ଏକ ଗଛରେ ଲଟକି ରହିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପାରିପାର୍ଶ୍ବିକ ସ୍ଥିତିରୁ ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। ଖବର ପାଇ ନର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ତଦନ୍ତ ପରେ ପ୍ରକୃତ ସତ୍ୟତା ଜଣାପଡ଼ିବ ବୋଲି ଆଶା କରାଯାଉଛି।