ପିତାମହଲ ଆଶ୍ରମ ବିଦ୍ୟାଳୟରେ ଆମେ ଜାଣିବା, ଆମେ ଜିଣିବା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା ସଦର ବ୍ଲକ ପିତାମହଲ ଆଶ୍ରମ ବିଦ୍ୟାଳୟରେ ସହଭାଗୀ ରୂପେ ଅଭିଭାବକ କାର୍ଯ୍ୟକ୍ରମ “ଆମେ ଜାଣିବା, ଆମେ ଜିଣିବା”ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଏଥିରେ ଯୋଗଦେଇଥିଲେ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଅଭିଭାବକ ଓ ବିଦ୍ୟାଳୟ ମଧ୍ୟରେ ଦୃଢ଼ ସମ୍ପର୍କ ଅଭିବୃଦ୍ଧି ଲାଗି ପ୍ରାୟୋଜିତ ଅଭିନବ କାର୍ଯ୍ୟକ୍ରମ ପେରେଣ୍ଟ ଏଜ ପାର୍ଟନେର(ପେପ)ରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଅତିରିକ୍ତ ତହସିଲଦାର ପର୍ଶୁରାମ ଭତ୍ରା ଯୋଗଦେଇ ରାଜସ୍ବ ବିଭାଗ ତଥା ଜଙ୍ଗଲ ଜମି ପଟ୍ଟା, ପ୍ରାକୃତିକ ଦୁର୍ବିପାକରେ ପ୍ରଦାନ କରାଯାଉଥିବା ସରକାରୀ ସୁବିଧା ସୁଯୋଗ ସମ୍ପର୍କରେ ବୁଝାଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅନ୍ୟମାନଙ୍କ ମଧ୍ୟରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପିତମହଲ ସିଏଚଓ ମନୀଷା କୁମ୍ଭାର ଯୋଗଦେଇ ସ୍ଵାସ୍ଥ୍ୟ ବିଭାଗର ପ୍ରମୁଖ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ପିତାମହଲ ଅଙ୍ଗନବାଡି କର୍ମୀ ଯୋଗଦେଇ ଶିଶୁ ଓ ମହିଳା ବିକାଶ ବିଭାଗ ଦ୍ଵାରା ଯୋଗାଯାଉଥିବା ମମତା ଆଦି ଯୋଜନା ସମ୍ପର୍କରେ ଲୋକଙ୍କୁ ଜନଜାତି ଭାଷାରେ ବୁଝାଇଥିଲେ । ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସମୀର ହିମିରିକା ଉପସ୍ଥିତ ରହି ଉଦ୍ୟାନ କୃଷି ବିଭାଗ ଦ୍ଵାରା ପ୍ରବର୍ତ୍ତିତ ବିଭିନ୍ନ ଯୋଜନା ଗୁଡିକର ପ୍ରଚାର ପତ୍ର ବଣ୍ଟନ ସହ ଏହାର ସୁବିଧା ସୁଯୋଗ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ ।ସେହିପରି କୃଷି ବିଭାଗ ସହ ପିତାମହଲ ପଞ୍ଚାୟତ ପକ୍ଷରୁ ମଧ୍ୟ ରାଜ୍ୟ ସରକାର ଯୋଗାଯାଉଥିବା ବିବିଧ ଜନକଲ୍ୟାଣ ମୂଳକ ଯୋଜନା ସମ୍ପର୍କରେ ବିଷଦ ଆଲୋଚନା କରାଯାଇଥିଲା ।

Udyog Nursery
Udyogi Nursery

ପ୍ରଧାନ ଶିକ୍ଷୟତ୍ରୀ ସୁଦଷ୍ଣା ନାୟକ ପ୍ରାରମ୍ଭିକ ଅଭିଭାଷଣ ଦେଇଥିବାବେଳେ ବିଲେଷୁ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଦ୍ବିତୀଚନ୍ଦ୍ର ସାହୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଆବାସିକ ବିଦ୍ୟାଳୟରେ ଯୋଗାଯାଉଥିବା ସୁବିଧା ସୁଯୋଗ ସହ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଜନ ହିତକର ଯୋଜନା ଗୁଡିକ ଡିଜିଟାଲ ଜରିଆରେ ଅଭିଭାବକଙ୍କୁ ବୁଝାଇଥିଲେ । ଅପରପକ୍ଷେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବିଦ୍ୟାଳୟକୁ ନେଇ ନିଜ ବକ୍ତବ୍ୟରେ ବିଚାର ରଖିଥିଲେ ।

ଏଥିପୂର୍ବରୁ ଅତିରିକ୍ତ ତହସିଲଦାର ବିଦ୍ୟାଳୟ ପରିସରରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଏହି ଅବସରରେ ଅନୁଷ୍ଠିତ ପ୍ରଦର୍ଶନୀ ଷ୍ଟଲକୁ ଉଦଘାଟନ କରିଥିଲେ । ଏଥିରେ ବିଭିନ୍ନ ବିଭାଗ ପକ୍ଷରୁ ଯୋଜନା ସମ୍ପର୍କିତ ସଚିତ୍ର ତଥ୍ୟ ପ୍ରଦର୍ଶନ କରାଯାଇଥିଲା ଓ ପ୍ରତି ଅଭିଭାବକଙ୍କୁ ସୂଚନା ପତ୍ର ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ସମ୍ବଳିତ ରଙ୍ଗୀନ କାର୍ଡ ଅଭିବାବକଙ୍କୁ ବିଦ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ପରିଶେଷରେ ପିତାମାତାଙ୍କୁ ନେଇ ବିଭିନ୍ନ କୌତୁକିଆ ଖେଳ ଆୟୋଜନ କରାଯାଇ ବିଜୟୀ ପିତାମାତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ମିନାକ୍ଷୀ ମହାପାତ୍ର, ମେଟ୍ରୋନ ସୁଜାତା ମହାଙ୍କୁଡ଼ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.