କୃଷ୍ଣ ବେଶ ପ୍ରତିଯୋଗିତା କରି କ୍ଲବ ଦି ୟଙ୍ଗ ଇଣ୍ଡିଆ ପାଳିଲା ନନ୍ଦ ଉତ୍ସବ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ସ୍ଥାନୀୟ ଲାୟନ୍ସ କ୍ଲବ ସମ୍ମିଳନୀ କକ୍ଷରେ ଆଜି କ୍ଲବ ଦି ୟଙ୍ଗ ଇଣ୍ଡିଆ ରାୟଗଡା ପକ୍ଷରୁ ନନ୍ଦ ଉତ୍ସବ ପାଳନ ଅବସରରେ କୁନି କୁନି ସ୍କୁଲ ପିଲାମାନଙ୍କ ମଧ୍ୟରେ କୃଷ୍ଣ ବେଶ ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା। ସ୍ଥାନୀୟ ୨୮ ଟି ଶିକ୍ଷାନୁଷ୍ଠାନର ତୃତୀୟ ଓ ଚତୁର୍ଥ ଶ୍ରେଣୀର ୩୭ଜଣ ଛାତ୍ରଛାତ୍ରୀ କୃଷ୍ଣ ବେଶ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନୃତ୍ୟ କରିବା ସହ ବିଚାରକ ମାନଙ୍କ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ସମ୍ବନ୍ଧିତ ପ୍ରଶ୍ନର ଉତ୍ତର ରଖିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବିଚାରକ ଭାବେ ହାସ୍ୟ ଅଭିନେତା ଟୁନା ଟନ ଟନ ଓରଫ ପ୍ରଭାକର ମିଶ୍ର, କ୍ୟାପଟେନ ରିତାରାଣୀ ମିଶ୍ର ଓ ବିଦିଶା ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ। କ୍ଲବର ଉପ ସଭାପତି ତଥା ଆଜିର କାର୍ଯ୍ୟକ୍ରମର ଅଧ୍ୟକ୍ଷ ଡାକ୍ତର ୱାଇ.ଆର. ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଡ଼ଃ. ଦୁଷ୍ମନ୍ତ କୁମାର ମହାନ୍ତି ଯୋଗ ଦେଇଥିବା ବେଳେ କ୍ଲବ ସଭାପତି ସୁରେନ୍ଦ୍ର ପ୍ରସାଦ ସାହୁ, ସମ୍ପାଦକ ଦୀପକ କୁମାର ପୃଷ୍ଟି ପ୍ରମୁଖ ମଂଚାସୀନ ହୋଇଥିଲେ। ମୁଖ୍ୟ ଅତିଥି ଶ୍ରୀ ମହାନ୍ତି ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ମହାନ୍ତି ଭାରତୀୟ କଳା, ସଂସ୍କୃତିକୁ ଉଦ୍ଜୀବିତ ରଖିବା ପାଇଁ କ୍ଲବ ଦି ଇଣ୍ଡିଆର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଦୀର୍ଘ ୧୭ବର୍ଷ ଧରି କ୍ଲବ ପକ୍ଷରୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କ୍ଲବ ତରଫରୁ କୁନି କୁନି ପିଲାଙ୍କ ମଧ୍ୟରେ କୃଷ୍ଣ ବେଶ ପ୍ରତିଯୋଗିତା ଅନୁଷ୍ଠିତ କରା ଯାଇ ସମସ୍ତଙ୍କୁ ଭଲ ପାଇବା, ସ୍ନେହ ଦେବା ଓ ଗୁରୁଜନଙ୍କୁ ଭକ୍ତି କରିବା ଭଳି ଶିକ୍ଷା ସଂସ୍କାର ଦେବା କ୍ଲବର ଆଭିମୁଖ୍ୟ ରହିଥିବା ନେଇ ସଭାପତି ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

Udyog Nursery
Udyogi Nursery

ଏହି ପ୍ରତିଯୋଗିତାରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ତୃତୀୟ ଶ୍ରେଣୀ ଛାତ୍ରୀ ପ୍ରୀତିପ୍ରଜ୍ଞା ଗଉଡ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀ ଦେବାଂଶି ଚକ୍ରବର୍ତ୍ତୀ ଦ୍ଵିତୀୟ ଏବଂ ନିୟୁ କଲୋନୀ ସ୍ଥିତ ସେଣ୍ଟ ଜାଭିଅର ସ୍କୁଲ ଛାତ୍ର ଶ୍ରୀକାନ୍ତ ରଥ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଦଶ ଜଣ ପ୍ରତିଯୋଗୀଙ୍କୁ ଶାନ୍ତ୍ୱନାମୂଳକ ପୁରସ୍କାର ବିତରଣ କରାଯାଇଥିଲା। କ୍ଲବ ସଦସ୍ୟ ସିଏଚ. ବିଜୟ କୁମାର, ରାକେଶ କୁମାର ହାମଦେବ, ସିଏଚ. ଚନ୍ଦ୍ରଶେଖର, ସୁରେଶ କୁମାର, ଭେଙ୍କଟ ରାମଣା ନାଇଡୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ସମ୍ପାଦକ ଦୀପକ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.