ଗଜାନନ ଯୁବକ ସଂଘ ପକ୍ଷରୁ ଭୋଇରମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଗେଡ଼ା ପଞ୍ଚାୟତ ଭୋଇରମୁଣ୍ଡା ଗଜାନନ ଯୁବକ ସଂଘ ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲ ପରିଚାଳନା କମିଟି ଦ୍ବାରା ଶନିବାର ଦିନ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟ କ୍ରମରେ ଗଜାନନ ଯୁବକ ସଂଘର ସଂପାଦକ ଅଶୋକ ସାହୁ, ଭୋଇରମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟକୃଷ୍ଣ ସାହୁ, ଶିକ୍ଷକ ଲମ୍ବୋଦର ସାହୁ, ଗଜାନନ ଯୁବକ ସଂଘର କ୍ରୀଡା ସଂପାଦକ ରାଜେଶ ସାହୁ ପ୍ରମୁଖ ଉପସ୍ଥିତ ରହି ପରିବେଷ ସୁରକ୍ଷା ନେଇ ବୃକ୍ଷ ରୋପଣ କରିଵା ଦ୍ଵାରା ଆଗାମୀ ପିଢ଼ି ଠିକ ଭାବରେ ବଞ୍ଚିବାକୁ ହେଵେ, ବୃକ୍ଷ ଆମର ବନ୍ଧୁ, ଗଛ ଟିଏ ରୋପଣ କରିପାରିଲେ ଠିକ ଭାବରେ ବର୍ଷା ହୋଇପାରିବ ବୋଲି ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ। ଗଜାନନ ଯୁବକ ସଂଘର ସମସ୍ତ ସଭ୍ୟ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.