ୟୁଏସ ଓପନ ଟେନିସ: ବୋପାନ୍ନା-ଏବଡେନ ରନର୍ସଅପ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ୟୁଏସ ଓପନ ଟେନିସ ଟୁର୍ଣ୍ଣାମେଂଟର ପୁରୁଷ ଡବଲ୍ସ ବିଭାଗରେ ଭାରତର ରୋହନ ବୋପାନ୍ନା ଓ ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନ ଯୋଡି ରନର୍ସଅପରେ ସନ୍ତୁଷ୍ଟ ହୋଇଛନ୍ତି । ଫାଇନାଲରେ ସେମାନେ ଆମେରିକାର ରାଜୀବ ରାମ ଓ ବ୍ରିଟେନର ଜୋ ସେଲିସବେରୀଙ୍କ ନିକଟରୁ ୨-୬, ୬-୩ ଓ ୬-୪ ସେଟରେ ପରାଜିତ ହୋଇଥିଲେ । ପ୍ରଥମ ସେଟରେ ଚମତ୍କାର ପ୍ରଦର୍ଶନ କରି ବୋପାନ୍ନା ଓ ତାଙ୍କ ପାର୍ଟନର ବିଜୟ ହାସଲ କରିଥିଲେ । ରାଜୀବ-ସେଲିସବେରୀ ଯୋଡି କିନ୍ତୁ ବାକି ୨ଟି ସେଟରେ ବିଜୟ ହାସଲ କରି ମ୍ୟାଚକୁ ଜିତି ନେଇଥିଲେ । ୪୩ ବର୍ଷ ୬ ମାସ ବୟସରେ ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରି ବୋପାନ୍ନା ଇତିହାସ ରଚିଛନ୍ତି ।ତାଙ୍କ ପୂର୍ବରୁ ଏତେ ବୟସରେ କେହି ଫାଇନାଲକୁ ଉନ୍ନୀତ ହୋଇ ନ ଥିଲେ । ୧୩ ବର୍ଷ ପରେ ସେ ୟୁଏସ ଓପନ ଫାଇନାଲରେ ପ୍ରବେଶ କରିଥିଲେ । ୨୦୧୦ରେ ବୋପାନ୍ନା ଓ ତାଙ୍କ ପାକିସ୍ତାନ ଯୋଡି ଏସାମ ଉଲ ହକ କ୍ୟୁରେଶୀ ଫାଇନାଲକୁ ଉନ୍ନୀତ ହୋଇଥିଲେ । ଅପରପକ୍ଷରେ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ସର୍ବିୟାର ନୋଭାକ ଜୋକୋଭିଚ ପ୍ରବେଶ କରିଛନ୍ତି । ସେ ୧୦ମ ଥର ପାଇଁ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.