ଗୋତମୁଣ୍ଡାଠାରେ କ୍ଷୁଦ୍ରଶସ୍ୟ ଜାତୀୟ ଖାଦ୍ୟ ମେଳା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଗୋତୋମୁଣ୍ଡା ଧାନ ମଣ୍ଡିଠାରେ ପି.ଡି ଆତ୍ମା, କଳାହାଣ୍ଡି ଓ ଓଡ଼ିଶା ମିଲେଟ ମିଶନର ସହାୟତାରେ ଦି ହ୍ୟୁମାନ ଡେଭଲପମେଣ୍ଟ, ଧର୍ମଗଡ଼ ପକ୍ଷରୁ ଶନିବାର କ୍ଷୁଦ୍ରଶସ୍ୟ ଜାତୀୟ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଛି। ଦି ହ୍ୟୁମାନ ଡେଭଲପମେଣ୍ଟର ସଭାପତି ଦୁଷ୍ମନ୍ତ ପୁରୋହିତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମେଳାରେ ମୁଖ୍ୟ ଅତିଥି ଭାବେ ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଗୋତମୁଣ୍ଡା ପ୍ରଧାନ ଶିକ୍ଷକ ସଂଜୀବ କୁମାର ଯୋଶୀ, ଯୁବରାଜ ବଳ, ଟିଏସଡି ଜିଲ୍ଲା ସଯୋଜକ ଜିତୁ ନାଏକ, ଏସଏଚଜି ଜିଲ୍ଲା ସଂଯୋଜକ ଅମରନ ମିଶ୍ର, ଗ୍ରାମ୍ୟ କୃଷି କର୍ମଚାରୀ ଧନିରାମ ମାଝୀ, ପିଏଚଡ଼ି ସମ୍ପାଦକ ମାନସ ରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ଥିଲେ। ଏହି ମେଳାରେ ଅଞ୍ଚଳର ବିଭିନ୍ନ ସୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ସାମିଲ ହୋଇ ମାଣ୍ଡିଆରେ ତିଆରି ବିଭିନ୍ନ ସାମଗ୍ରୀ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ କ୍ଷୁଦ୍ର ଶସ୍ୟ ର କିଆରୀ, ଆମ ପରିବେଶ ଓ କ୍ଷୁଦ୍ରଶସ୍ୟ, ସୁସ୍ଥ ଓ ନିରାମୟ ଜୀବନ ଗଠନରେ କ୍ଷୁଦ୍ରଶସ୍ୟର ଭୂମିକା, କ୍ଷୁଦ୍ରଶସ୍ୟ ଆଧୁନିକ ସମାଜ ପାଇଁ ଏକ ବରଦାନ ଆଦି ବିଷୟରେ ଚିତ୍ରାଙ୍କନ, ବିତର୍କ ଓ ମିଲେଟ ସମ୍ବନ୍ଧୀୟ କୁଇଜ୍ ପ୍ରତିଯୋଗୀତା କରାଯାଇଥିଲା। ଏହାପରେ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାଣ୍ଡିଆରେ ତିଆରି ସାମଗ୍ରୀ ପ୍ରଦର୍ଶନୀରେ ଉତ୍ତମ କରିଥିବା ଗୋଷ୍ଠୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରିବା ସହ ପୁରସ୍କୃତ ପ୍ରଦାନ କରାଯାଇଥିଲା। ମଞ୍ଚକୁ କୋକସରା ବ୍ଲକ ପିଡିଏସ୍ ରେ ସଂଯୋଜକ ସୁରେନ୍ଦ୍ର ଯୁଏଡ ପରିଚାଳନା କରିଥିଲେ। ଏହି ଖାଦ୍ୟ ମେଳାରେ ଅଞ୍ଚଳର ଅନେକ ମାଣିଆ ଚାଷୀ, ସ୍ଵୟଂ ସହାୟିକା ଗୋଷ୍ଠୀ ଓ ମିଶନ ଶକ୍ତି ମହିଳା ମାନେ ସାମିଲ ହୋଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.