ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଟିମ୍ ଇଣ୍ଡିଆ ପ୍ଲେଇଙ୍ଗ-୧୧ରେ ପରିବର୍ତ୍ତନର ସମ୍ଭାବନା 

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆଜି ସେପ୍ଟେମ୍ବର ୧୦ ତାରିଖ ରବିବାର ଦିନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଜବରଦସ୍ତ ମୁକାବିଲା ହେବାକୁ ଯାଉଛି। କଲମ୍ବୋରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ପାଇଁ ଟିମ ଇଣ୍ଡିଆର ପ୍ଲେଇଙ୍ଗ-୧୧ରେ ପରିବର୍ତ୍ତନ ହୋଇପାରେ। ଭାରତୀୟ କ୍ରିକେଟ ଟିମର ଷ୍ଟାର ବୋଲର ଯଶପ୍ରୀତ ବୁମରାହ ନିଜର ବ୍ୟକ୍ତିଗତ କାରଣରୁ ଚଳିତ ଏସିଆ କପ ଟୁର୍ଣ୍ଣାମେଣ୍ଟରେ ନେପାଳ ବିପକ୍ଷ ମ୍ୟାଚରେ ନଖେଳି ଭାରତ ପ୍ରତ୍ୟାବର୍ତନ କରିଥିଲେ । ତାଙ୍କ ପତ୍ନୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବା ପରେ ବୁମରାହ ଏବେ ଦଳ ସହିତ ଯୋଗଦେବା ପାଇଁ କଲମ୍ବୋ ଫେରିଛନ୍ତି ଏବଂ ଟିମ୍ ସହିତ ମିଶି ଅଭ୍ୟାସ ମଧ୍ୟ କରିଛନ୍ତି । ଏଥି ସହିତ ଅକ୍ସାର୍ ପଟେଲଙ୍କୁ ମଧ୍ୟ ଭାରତ ସୁଯୋଗ ଦେଇପାରେ। ଅକ୍ସାର୍ ଭଲ ବୋଲିଂ ସହିତ ବ୍ୟାଟିଂ ମଧ୍ୟ କରନ୍ତି। କିନ୍ତୁ ଯଦି ଅକ୍ସାର୍ ପଟେଲଙ୍କୁ ଖେଳିବା ପାଇଁ ସୁଯୋଗ ଦିଆଯାଏ ତେବେ ଶର୍ଦ୍ଦୁଲ ଠାକୁରଙ୍କୁ ବିଶ୍ରାମ ଦିଆଯାଇପାରେ। ପାକିସ୍ତାନ ବିପକ୍ଷ ମ୍ୟାଚରେ ମହମ୍ମଦ ସିରାଜ୍ ଏବଂ ବୁମ୍ରା ଭାରତର ବୋଲିଂ ଆକ୍ରମଣ ଜାରି ରଖିବାର ସମ୍ଭାବନା ରହିଥିବାବେଳେ ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇପାରେ। ଏଥି ସହିତ ହାର୍ଦ୍ଦିକ ପାଣ୍ଡ୍ୟା ଜଣେ ଉତ୍ତମ ଅଲରାଉଣ୍ଡର ହେବା ସହିତ ଦ୍ରୁତ ବୋଲିଂ ମଧ୍ୟ କରନ୍ତି। ଭାରତର ପ୍ଲେଇଙ୍ଗ-୧୧ରେ ୩ ଜଣ ଦୃତ ବୋଲରଙ୍କ ସହିତ ଭାରତର ପ୍ରଥମ ସ୍ପିନର କୁଲଦୀପ ଯାଦବ ରହିଥିବା ବେଳେ ସୁଦକ୍ଷ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମୁଖ୍ୟ ଭୂମିକା ଗ୍ରହଣ କରିଆସୁଛନ୍ତି। ଯଦି ପ୍ଲେଇଙ୍ଗ-୧୧ରେ ପରିବର୍ତ୍ତନ କରାଯାଏ ତେବେ ସ୍ପିନର୍ ଅଲରାଉଣ୍ଡର୍ ଅକ୍ସାର୍ ପଟେଲଙ୍କୁ ସୁଯୋଗ ମିଳିପାରେ ବୋଲି କୁହାଯାଉଛି। ତେବେ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଏହି ମ୍ୟାଚରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଭାରତ-ପାକିସ୍ତାନ ପ୍ରଥମ ମୁକାବିଲା ମଧ୍ୟ ବର୍ଷା ଯୋଗୁ ବାତିଲ ହୋଇଥିଲା । କଲମ୍ବୋରେ କ୍ରମାଗତ ବର୍ଷା ଯୋଗୁ ମ୍ୟାଚକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ଆଲୋଚନା ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରି ନଥିଲା ବୋଲି ସୂଚନା ମିଳିଛି ।ଏସିଆ କପ ଟୁର୍ଣ୍ଣାମେଣ୍ଟରେ ସର୍ବଶ୍ରେଷ୍ଠ ଚିତ୍ତାକର୍ଷକ ମହାସଂଗ୍ରାମରେ ଭାରତ-ପାକିସ୍ତାନ ଉଭୟ ଦଳ ନିଜ ନିଜର ରଣକୌଶଳ ସହିତ ସମ୍ପୁର୍ଣ୍ଣ ପ୍ରସ୍ତୁତ ଥିବାବେଳେ ସାରା ବିଶ୍ୱର କ୍ରିକେଟ୍ ପ୍ରେମୀମାନେ ଏହି ମ୍ୟାଚକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.