ସମାଜସେବିକା ବାସନ୍ତୀ ପଣ୍ଡାଙ୍କ ଦ୍ୱାଦଶାହ ଦିବସରେ ସ୍ମୃତି ଚାରଣ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ସହରର ଜଣେ ମହିଳା ସମାଜସେବୀ ବାସନ୍ତୀ ପଣ୍ଡାଙ୍କ ଦ୍ୱାଦଶାହ ଦିବସରେ ସ୍ମୃତି ଚାରଣ କରିଛନ୍ତି ଆତ୍ମୀୟ ସ୍ୱଜନ, ପରିବାର ବନ୍ଧୁବର୍ଗ, ଓ ଆଗନ୍ତୁକ ମାନେ | ଗତ ସେପ୍ଟେମ୍ବର ୩୦ ତାରିଖରେ ତାଙ୍କର ତିରୋଧାନ ହୋଇଥିଲା | ସେ ଜଣେ ମହିଳା ସଂଗଠକ ସମାଜସେବୀ ଥିଲେ | ତାଙ୍କର ମୃତ୍ୟୁରେ ପୁରୁଷୋତ୍ତମପୁର ସହର ଳର ବହୁ ବ୍ୟବସ୍ୟାୟୀ, ଆଇନଜୀବୀ, ବରିଷ୍ଟ ନାଗରିକ ମାନଙ୍କ ସହିତ ଅନେକ ବ୍ୟକ୍ତି ବିଶେଷ ଦୁଃଖ ପ୍ରକାଶ କରିବା ସହିତ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ | ମୃତ୍ୟୁ ଶଯ୍ୟା ନିକଟରେ ୩ ପୁଅ ଗୋକୁଳ, ବୋହୁ, ଜୟଲକ୍ଷ୍ମୀ, ଗୋପାଳ, ବୋହୁ ରିଙ୍କୀ, ଗୋବର୍ଦ୍ଧନ, ବୋହୁ ଅର୍ଚନାଙ୍କ ସହିତ ଝିଅ ଗୋଲାପ, ଜୋଇଁ ରବୀନ୍ଦ୍ର, ନାତି ନାତୁଣୀ ସୁନୀଲ, ସ୍ଵର୍ଣ୍ଣମ, ରୋନାକ, ସୌମ୍ୟ, ସ୍ଵର୍ଣ୍ଣ ପ୍ରସାଦ, ରାଜେଶ୍ୱରୀଙ୍କ ସହିତ ଖୁଡି ମଉସା, ମାଉସୀ, ଓ ଅନେକ ହିତାକାଂକ୍ଷୀମାନେ ଉପସ୍ଥିତ ରହି ତାଙ୍କ ପିଲାମାନଙ୍କୁ ଧର୍ଯ୍ୟ ଓ ସାହସ ଦେବାକୁ ଭଗବାନଙ୍କ ପାଖରେ ପାର୍ଥନା କରିଥିଲେ | ତେବେ ଆଜି ତାଙ୍କର ଦ୍ୱାଦଶାହ ଦିବସରେ ସମସ୍ତେ ବାସନ୍ତୀଙ୍କ ସ୍ମୃତି ଚାରଣ କରିଥିଲେ | ସମସ୍ତେ ତାଙ୍କ ଫୋଟୋରେ ପୁଷ୍ପ ମାଲ୍ୟ ପ୍ରଦାନ କରି ତାଙ୍କର ସଦଗତି କାମନା କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.