ଆସାମ ସରକାର ଡିସେମ୍ବର ସୁଦ୍ଧା ବହୁବିବାହକୁ ନିଷିଦ୍ଧ କରିବା ପାଇଁ ଏକ ଆଇନ ଆଣିବେ -ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା

ଓଡ଼ିଆ ବାର୍ତ୍ତା/ ଗୌହାଟି: ବାଲ୍ୟ ବିବାହରେ ସମ୍ପୃକ୍ତି ଅଭିଯୋଗରେ ଆସନ୍ତା ୧୦ ଦିନ ମଧ୍ୟରେ ରାଜ୍ୟରେ ୩ ହଜାର ଲୋକଙ୍କୁ ଗିରଫ କରାଯିବ ବୋଲି ରବିବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରବିବାର ଚେତାବନୀ ଦେଇଛନ୍ତି। ବିଜେପି ମହିଳା ମୋର୍ଚ୍ଚାର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ଯକାରିଣୀ ବୈଠକର ଉଦଯାପନୀ ଦିବସରେ ସେ ଏହା କହିଛନ୍ତି। ଶର୍ମା କହିଛନ୍ତି ଯେ, ଦ୍ୱିତୀୟ ପର୍ଯ୍ୟାୟର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପାଇଁ ସେ ଜି-୨୦ ଶିଖର ସମ୍ମିଳନୀ ଶେଷ ହେବା ଯାଏ ଅପେକ୍ଷା କରିଛନ୍ତି। ମାତ୍ର ୬ ମାସ ପୂର୍ବରୁ ଆସାମରେ ବାଲ୍ୟ ବିବାହ ପାଇଁ ୫ ହଜାର ଲୋକଙ୍କୁ ଗିରଫ କରାଯାଇଥିଲା। ଏହାକୁ ଜି୨୦ ସମ୍ମିଳନୀ ଶେଷ ହେବା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ଆସନ୍ତା ୧୦ ଦିନ ମଧ୍ୟରେ ଆଉ ୨ରୁ ୩ ହଜାର ପୁରୁଷଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।ସେ କହିଛନ୍ତି ଯେ ଯଦି ସାମାଜିକ ବିପଦ ଜାରି ରହେ, ତେବେ ଏକ ନିର୍ଦ୍ଦିଷ୍ଟ ‘ବର୍ଗ’ (ସାମାଜିକ ବର୍ଗ)ର ଝିଅଙ୍କର କେବେବି ବିକାଶ ହେବ ନାହିଁ। କିଛି ଲୋକ କହୁଛନ୍ତି ଆମେ ମୁସଲମାନ ବିରୋଧୀ, କିନ୍ତୁ ତଲାକ, ବହୁବିବାହ ଏବଂ ବାଲ୍ୟବିବାହକୁ ସମାପ୍ତ କରିବା ପାଇଁ ଆମର ପ୍ରୟାସ ସହିତ ଆମେ ମୁସଲମାନମାନଙ୍କ ପାଇଁ ଯେକୌଣସି କଂଗ୍ରେସ ସରକାର ଅପେକ୍ଷା ଅଧିକ କରିଛୁ ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନେକ ଇସଲାମିକ ଦେଶ “ମନ୍ଦ ପ୍ରଥା”କୁ ସମାପ୍ତ କରିସାରିଛନ୍ତି, କିନ୍ତୁ ରାହୁଲ ଏବଂ ସୋନିଆ ଗାନ୍ଧୀ ଭାରତରେ ଏଭଳି “ମନ୍ଦ ପ୍ରଥା”କୁ ସମାପ୍ତ କରିବା ପାଇଁ ପଦକ୍ଷେପକୁ ବିରୋଧ କରୁଛନ୍ତି। ଆସାମ ସରକାର ଡିସେମ୍ବର ସୁଦ୍ଧା ରାଜ୍ୟରେ ବହୁବିବାହକୁ ନିଷିଦ୍ଧ କରିବା ପାଇଁ ଏକ ଆଇନ ଆଣିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.