‘ସମୁଦ୍ରଯାନ’ କହିବ ଅଥଳ ସାଗରର ରହସ୍ୟ : ମିଶନରେ ଯିବେ ୩ ବୈଜ୍ଞାନିକ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ସମୁଦ୍ରର ଅଥଳ ଗଭୀରରେ ବୈଜ୍ଞାନିକ ଅନୁସନ୍ଧାନ ପାଇଁ ଭାରତ ଆରମ୍ଭ କରିବାକୁ ଯାଉଛି ‘ମିଶନ ସମୁଦ୍ରଯାନ’ । ୨୦୨୬ ମସିହାରେ ଏହି ମିଶନ ଆରମ୍ଭ ହେବାକୁଥିବାବେଳେ ଏବେଠୁ ଏହାର ପରୀକ୍ଷଣ ଆରମ୍ଭ ହୋଇଛି । ଏହି ସମୁଦ୍ରଯାନ ମିଶନରେ ‘ମତ୍ସ୍ୟ ୬୦୦୦’ ନାମକ ଏକ ଛୋଟ ବୁଡ଼ାଜାହାଜକୁ ବଙ୍ଗୋପସାଗରର ୬ ହଜାର ମିଟର ଗଭୀରକୁ ପଠାଯିବ । ବଙ୍ଗୋପସାଗରର ଗଭୀର ଜଳରାଶି ଭିତରକୁ ଭାରତୀୟ ବୈଜ୍ଞାନିକମାନେ ୩ଜଣଙ୍କୁ ପଠାଇବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ।

Omkar Vasthu
Omkar Vasthu

ସ୍ବଦେଶୀ ଜ୍ଞାନକୌଶଳରେ ୨ ବର୍ଷ ହେଲା ନିର୍ମାଣ ଚାଲିଥିବା ‘ମତ୍ସ୍ୟ ୬୦୦୦’ର ପ୍ରଥମ ସାମୁଦ୍ରିକ ବ୍ୟବହାରିକ ପରୀକ୍ଷଣ ୨୦୨୪ ପ୍ରାରମ୍ଭରେ ଚେନ୍ନାଇ ଉପକୂଳ ଅନ୍ତର୍ଗତ ବଙ୍ଗୋପସାଗରରେ କରାଯିବ। ‘ଟାଇଟାନିକ୍‌’ ଭଗ୍ନାଂଶ ପରିଦର୍ଶନ କରାଇବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଇଥିବା କ୍ଷୁଦ୍ର ବୁଡ଼ାଜାହାଜ ‘ଟାଇଟନ୍‌’ ସଙ୍କୁଚିତ ହୋଇ ଫାଟିବା ଘଟଣା ପରେ ସମ୍ପ୍ରତି ବୈଜ୍ଞାନିକମାନେ ‘ମତ୍ସ୍ୟ’ର ଡିଜାଇନ୍‌କୁ ଭଲଭାବେ ନିରୀକ୍ଷଣ କରୁଛନ୍ତି। ‘ମତ୍ସ୍ୟ ୬୦୦୦’କୁ ନିର୍ମାଣ କରିଥିବା ‘ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଓସେନ୍‌ ଟେକ୍ନୋଲୋଜି’ର ବୈଜ୍ଞାନିକମାନେ ଏହାର ଡିଜାଇନ୍‌, ନିର୍ମାଣରେ ବ୍ୟବହୃତ ସାମଗ୍ରୀ, ପରୀକ୍ଷା, ପ୍ରାମାଣିକତା ଆଦି ସମୀକ୍ଷା କରିଛନ୍ତି । ପୃଥ୍ବୀ ବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ୍‌. ରବିଚନ୍ଦ୍ରନ୍‌ କହିଛନ୍ତି, ‘ଗଭୀର ସମୁଦ୍ର ଅଭିଯାନ’ର ଅଂଶ ଭାବେ ‘ସମୁଦ୍ରଯାନ ଅଭିଯାନ’ ଚାଲିଛି । ୨୦୨୪ର ପ୍ରଥମ ୩ ମାସ ମଧ୍ୟରେ ଆମେ ୫୦୦ ମିଟର୍‌ ଗଭୀର ସମୁଦ୍ରରେ ଏହାର ପ୍ରଥମ ସାମୁଦ୍ରିକ ପରୀକ୍ଷଣ କରିବୁ। ୨୦୨୬ରେ ଏହି ଅଭିଯାନ ସାକାର ହେବ ବୋଲି ଆଶା କରାଯାଉଛି।ସୂଚନାଯୋଗ୍ୟ, କେବଳ ଆମେରିକା, ରୁଷ୍‌, ଜାପାନ, ଫ୍ରାନ୍ସ୍‌ ଓ ଚୀନ୍‌ ମାନବ ଯାତ୍ରା କରିପାରୁଥିବା ଏହି ଧରଣର କ୍ଷୁଦ୍ର ବୁଡ଼ାଜାହାଜ ନିର୍ମାଣ କରିବାରେ ସମର୍ଥ ହୋଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

ବିଶାଳ ଗଭୀର ସାଗର ମିଶନ ଅଧୀନରେ ଏହି ପ୍ରକଳ୍ପ ରହିଛି। ଯାହା କେନ୍ଦ୍ରର ନୀଳ ଅର୍ଥନୀତିକ ନୀତିକୁ ସହାୟତା କରିବ। ସାଗର ସମ୍ପଦକୁ ବ୍ୟବହାର କରି ଦେଶର ଅର୍ଥନୀତିକୁ ବୃଦ୍ଧି କରିବା, ଜୀବନଶୈଳର ଉନ୍ନତିକରଣ, ନିଯୁକ୍ତି ସୃଷ୍ଟି ଓ ସମୁଦ୍ରର ଇକୋସିଷ୍ଟମକୁ ସୁଧାରିବା ଏହି ମିଶନର ଲକ୍ଷ୍ୟ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.