ପାଜୀଖମନ ଗାଁରେ ଜଙ୍ଗଲୀ ହାତୀ ଉପଦ୍ରବ: ୩ ଅନାଥ ଶିଶୁ ବେସାହାରା

ଘର ଭାଙ୍ଗିଲେ ହାତୀପଲ; ନଷ୍ଟ କଲେ ଗଚ୍ଛିତ ଶସ୍ୟ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳର ମୂଷାନାଳ ବନ ବିଭାଗ ଅଧୀନରେ ଥିବା କାନକୁଟ୍ରୁ ପଞ୍ଚାୟତ ଅନ୍ତଗତ ପାଜୀଖମନ ଗାଁରେ ଘର ଭାଙ୍ଗିବା ସହିତ ଘରେ ଥିବା ଧାନ, ଚାଉଳ, ଶସ୍ୟ ଖାଇବା ସମେତ ଘରେ ଥିବା ଆସବାବପତ୍ର ନଷ୍ଟ କରିବା ସହିତ ଚାଷଜମିରେ ମଧ୍ୟ ଦଳାଚକଟା କରି ଫସଲ ନଷ୍ଟ କରିଦେଇଛନ୍ତି। କାନକୁଟ୍ରୁ ପଞ୍ଚାୟତ ଅନ୍ତଗତ ପାଜିଖମନ ଗାଁର ନାର୍ଣ୍ଣ ମାଝୀଙ୍କ କିଛି ବର୍ଷ ତଳେ ଦେହାନ୍ତ ହୋଇଯାଇଥିଲା ଏବଂ ମା’ର ବି ଗତ କିଛିମାସ ପୂର୍ବେ ମୃତ୍ୟୁ ହୋଇଥିଲା। ବାପା ଚାଲିଗଲା ପରେ ମାଆ ସହିତ ୩ ଶିଶୁ ଘରେ ରହୁଥିଲେ ହେବେ ମାଆ ଚାଲିଗଲା ପରେ ୩ ଶିଶୁ ଘରେ ରହୁଛନ୍ତି ଏବଂ କଷ୍ଟରେ ଗୁଜୁରାଣୀ ମେଣ୍ଟାଉଛନ୍ତି। ବଡ ଝିଅ କ୍ରିଷ୍ଣା ମାଝୀ (୧୫) ବର୍ଷ , ସାନ ଝିଅ ରୋମା ମାଝୀ (୭) ବର୍ଷ ଏବଂ ସାନ ପୁଅ କିରନ ମାଝୀ (૪) ବର୍ଷ ତିନିଜଣ ଏକୁଟିଆ ଘରେ ରହୁଥିବା ବେଳେ ବଡ଼ଝିଅ କ୍ରିଷ୍ଣା କୁଲି ମଜୁରୀ କରି ଭାଇ ଭଉଣୀ ମାନଙ୍କୁ ପ୍ରତିପୋଷଣ କରୁଛି। ତେବେ ଗତ ବିଳମ୍ବିତ ରାତିରେ ୩ ଶିଶୁ ଶୋଇଥିଲା ବେଳେ ୫ ଟିକିଆ ହାତୀପଲ ଘର ନିକଟରେ ଆସି ଭୀଷଣ ଗର୍ଜନ କରି ଘର ଭାଙ୍ଗିଥିଲେ। ହାତୀ ଗର୍ଜନ ଶୁଣି ଅନ୍ୟ ଦ୍ୱାରଦେଇ ପ୍ରାଣ ବିକଳରେ କ୍ରିଷ୍ଣା ଭାଇ ଭଉଣୀକୁ ଧରି ପଡୋଶୀ ଘରକୁ ଯିବାରେ ସଫଳ ହୋଇଥିଲେ। ହେଲେ ସକାଳୁ ଘରକୁ ଆସି ଦେଖିବା ବେଳକୁ ହାତୀ ଘର ଭାଙ୍ଗିବା ସହିତ ଧାନ, ଚାଉଳ ସମେତ ଆସବାବପତ୍ର ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଇଥିଲେ। ସଂଗୃହିତ ସବୁ ରାସନ ସାମଗ୍ରୀ ସହ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାରୁ ବର୍ତ୍ତମାନ ତିନି ନାବାଳକ ଚିନ୍ତାରେ ଭାଙ୍ଗି ପଡିବା ସହ ବେସାହାରା ହୋଇଛନ୍ତି। ମଙ୍ଗଳବାର ସକାଳେ ଖବର ପାଇ ଘଟଣା ସ୍ଥଳରେ ମୂଷାନାଳ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳକୁ ଯିବା ସହିତ କ୍ଷୟକ୍ଷତିର ଆକଳନ କରିଥିବା ସୂଚନା ମିଳିଛି। ତେବେ ଉକ୍ତ ଅଞ୍ଚଳରେ ଏହି ଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ବନ ବିଭାଗ ଏହା ଆକଳନ କରି ଅନାଥ ଦୁଇ ଶିଶୁ ସରକାରୀ ସହାୟତା ଯୋଗାଇ ଦେବା ସହିତ ଜରୁରୀକାଳୀନ ପରିସ୍ଥିତି ଘର ଖଣ୍ଡେ ଯୋଗାଇ ଦେବାକୁ ସାଧାରଣ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.