ସାମୁହିକ ଛୁଟିରେ ପ୍ରାଥମିକ ଶିକ୍ଷକ, ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ କୋକସରା ଶାଖା ପକ୍ଷରୁ ଆଜି ସାମୁହିକ ଛୁଟି ଓ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଗତ ଅଗଷ୍ଟ ୫ତାରିଖରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ।ଦାବି ଗୁଡ଼ିକ ମଧ୍ୟରେ ଠିକା ନିଯୁକ୍ତି ଉଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନୋସନାଲ ଇନକ୍ରୀମେଣ୍ଟ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା, ଏକ୍ସ କ୍ୟାଡର ଶିକ୍ଷକ, କଲା ଓ ଖେଳ ଶିକ୍ଷକର ମାନ୍ୟତା ପ୍ରଦାନ କରାଯାଉ।ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ, ମୂଳ ବେତନ ସ୍ତରରେ ୯ ଗ୍ରେଡପେ ରେ ୪ ହଜାର ୨ ଶହ ଅନୁଯାୟୀ ପ୍ରଦାନ କରାଯାଉ। ନୂତନ ପେନସନ୍ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରାଯାଉ। ଏକ୍ସ କ୍ୟାଡ଼ର ଶିକ୍ଷକ ମାନଙ୍କୁ କ୍ୟାଡ଼ର ଭୁକ୍ତ କରାଯାଉ ଆଦି ଦାବି ଗୁଡ଼ିକ ରହିଥିଲେ।ପୂର୍ବରୁ ଭୁବନେଶ୍ୱର ପିଏମ ଜି ଛକ ରେ ମଧ୍ୟ ଧାରଣା ଦେଇ ଥିଲେ। ହେଲେ ଦାବୀପୂରଣ ନହେବାରୁ ଆଜି ବ୍ଲକର ବିଭିନ୍ନ କାର୍ଯ୍ୟରତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନେ ଦାବୀ ପୂରଣ ନିମନ୍ତେ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ଆଜିର ଏହି ଗଣଧାରଣା ସମୟରେ ସଭାପତି ଭୂରିଶ୍ରବା ଜାଲ, ଉପସଭାପତି ବୀରକିଶୋର ନାଗ,କୌଶଲ୍ୟା ନାଏକ, ସମ୍ପାଦକ ସୁବାସ ଚନ୍ଦ୍ର ବାଗ, ସହ ସମ୍ପାଦକ ଦୁଲ୍ଲଭ ଚନ୍ଦ୍ର ପୁଝାରୀ, ମଦନଲାଲ ନାଏକ, ଦିଲ୍ଲୀପ କୁମାର ସାହୁ, ଅଜିତ କୁମାର ସାହୁ, ଉପଦେଷ୍ଟା ସତ୍ୟବାନ ପାଣିଗ୍ରାହୀ, ସଂଜୀବ କୁମାର ପାଢ଼ୀ, ଓଷ୍ଟା ସୁମନ୍ତ ପଟ୍ଟଯୋଶୀ,କନିଷ୍ଠ ଶିକ୍ଷକ ସୁମନ ଅର୍ପିତ ପଣ୍ଡା, ଶୁଭେନ୍ଦୁ ମହାପାତ୍ର, ସୁନୀଲ କୁମାର ଦାସ, ଏନପିଏସ ଚନ୍ଦ୍ରମୋହନ ପୁଝାରୀ, ବେଣୁଧର ନାଏକ, ପିଟିଆଇ ଚନ୍ଦ୍ରଭାନୁ ସୁନା ସମେତ ବ୍ଳକର କାର୍ଯ୍ୟରତ ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଥିଲେ। ନୋଡାଲ ସିଆରସିସି ବୈକୁଣ୍ଠ ଜାଲ ମଞ୍ଚ ପରିଚାଳନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.