ଜାତୀୟ କୃଷି ବଜାରକୁ ନେଇ ପ୍ରଶିକ୍ଷଣ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଉଛଲା ବଜାର ପ୍ରାଙ୍ଗଣରେ ଜୁନାଗଡ଼ ନିୟନ୍ତ୍ରିତ ବଜାର କମିଟି ତରଫରୁ ଚାଷୀ ଓ ବ୍ୟବସାୟୀମାନଙ୍କ ପାଇଁ ଏକ ଦିବସିୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜାତୀୟ କୃଷି ବଜାରରେ ଯୋଡି ହୋଇ ଭାରତର କୋଣ ଅନୁକୋଣରେ ଆମଦାନୀ ଓ ରପ୍ତାନି କରିପାରିବେ । ଯାହାଦ୍ୱାରା ଚାଷୀ ସେମାନଙ୍କ କଷ୍ଟ ଉପ୍ତାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇ ପାରିବ । ବ୍ୟବସାୟୀମାନେ ମଧ୍ୟ ସମସ୍ତ କୃଷି ଜାତ ଦ୍ରବ୍ୟର ଆମଦାନୀ ଓ ରପ୍ତାନି କରି ଚାଷୀ ତଥା ଖାଉଟିଙ୍କ ଚାହିଦା ମୁତାବକ ନେଣଦେଣ ସୁବିଧା ପାଇପାରିବେ ବୋଲି ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ରେ କୃଷି ଜିଲ୍ଲା ଅଧିକାରୀ ଜାମି ସୂର୍ଯ୍ୟ ରାଓ, ବ୍ଲକ କୃଷି ଅଧିକାରୀ ନୌକେଶ୍ୱର ନାଗ, ଅତିରିକ୍ତ ବ୍ଲକ କୃଷି ଅଧିକାରୀ ଗୁଣାକର ନାଏକ, ଧର୍ମଗଡ ବ୍ଲକ ଅତିରିକ୍ତ କୃଷି ଅଧିକାରୀ ଆର୍ଦ୍ଧେନ୍ଦୁ ନାଏକ, ସମାଜସେବୀ ପ୍ରସନ୍ନ ରାଉତ ପ୍ରମୁଖ ମଞ୍ଚାସିନ ହୋଇଥିବା ବେଳେ ଶତାଧିକ ଚାଷୀ ଓ ବ୍ୟବସାୟୀ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.