ବୀରମହାରାଜପୁର ଅଞ୍ଚଳରେ ହତ୍ୟାକାଣ୍ଡ: ବାପ ମୃତ, ପୁଅ ଗୁରୁତର

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାପୁର ବ୍ଲକରେ ଜମିରେ ପାଣି ମଡ଼ାଇବାକୁ ନେଇ ଏକ ହତ୍ୟାକାଣ୍ଡ ଘଟି ଯାଇଥିବା ବେଳେ ବାପ ମୃତ ପୁଅ ଗୁରୁତର ହୋଇ ଚିକିତ୍ସାଧିନ ଥିବା ଜଣାପଡ଼ିଛି। ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଥାନା ଆମ୍ବସରଭଟା ଗାଁରେ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟି ଯାଇଥିବା ବେଳେ ମୃତକ ହେଲେ ଗାଁର ୭୫ ବର୍ଷୀୟ ବାସୁଦେବ ସାହୁ ଏବଂ ଗୁରୁତର ହେଲେ ତାଙ୍କ ପୁଅ ସୁରେନ୍ଦ୍ର ସାହୁ। ଗୁରୁତର ସୁରେନ୍ଦ୍ରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଜମିରେ ପାଣି ମଡ଼ାଇବାକୁ ନେଇ ପୂର୍ବରୁ ବଚସା ଲାଗି ରହିଥିବା ବେଳେ ଆଜି ପୁଣି ଗାଁ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଉଭୟ ସାହୁ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଗାଁର ରଂଜିତ ସାହୁ ଏବଂ ରଞ୍ଜନ ସାହୁଙ୍କ ଆକ୍ରମଣରେ ବାସୁଦେବଙ୍କର ମୃତ୍ୟୁ ହୋଇଥିବାବେଳେ ସୁରେନ୍ଦ୍ର ଗୁରୁତର ଭାବରେ ଆହତ ହୋଇଛନ୍ତି। ସୁବଳୟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଦୁଇ ଅଭିଯୁକ୍ତ ରଂଜିତ ଓ ରଞ୍ଜନକୁ ଅଟକ ରଖି ତଦନ୍ତ ଜାରି ରଖିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.