ଜିଲ୍ଲା ପ୍ରଶାସନକୁ କାଶୀପୁର ବ୍ଲକ କଂଗ୍ରେସର ନିବେଦନ

ପ୍ରଫୁଲ୍ଲ ସାମନ୍ତରାୟ, ନରେନ୍ଦ୍ର ମହାନ୍ତି ଓ ଅଗ୍ରଗାମୀ ସଂସ୍ଥାକୁ ଦୁରେଇ ରଖ

ବିଭ୍ରାନ୍ତି କଲେ କାହାରିକୁ ପୁରେଇ ଦେବୁନି କହି ବର୍ଷିଲା ବ୍ଲକ କଂଗ୍ରେସ କମିଟି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା କାଶିପୁର ବ୍ଳକ ଖଣି ଅଂଚଳରେ ଶାନ୍ତି ବାତାବରଣକୁ ଅଶାନ୍ତି କରୁଥିବା ଅଭିଯୋଗ ନେଇ ସମାଜସେବୀ ପ୍ରଫୁଲ୍ଳ ସାମନ୍ତରା, ନରେନ୍ଦ୍ର ମହାନ୍ତି ଏବଂ ଅଗ୍ରଗାମୀ ସଂସ୍ଥା ଉପରେ ବର୍ଷିଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସଂପାଦକ ତଥା ରାୟଗଡା ଜିଲ୍ଳା କଂଗ୍ରେସ କମିଟିର ପୂର୍ବତନ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା । କାଶିପୁର ବ୍ଳକର ଖଣି ଅଂଚଳରେ ଥିବା ନିରୀହ ଗ୍ରାମବାସୀଙ୍କୁ ହିଂସା ପାଇଁ ଉତ୍ସାହିତ କରିବା ଓ ସରକାର ଏବଂ ବିକାଶ ବିରୁଦ୍ଧରେ ଉକୁସାଇ ଶାନ୍ତ ଥିବା ଅଂଚଳରେ ଅଶାନ୍ତିର ବାତାବରଣ ସୃଷ୍ଟି କରିବାରେ ସମାଜସେବୀ ପ୍ରଫୁଲ୍ଳ ସାମନ୍ତରା,ନରେନ୍ଦ୍ର ମହାନ୍ତି ଏବଂ ଅଗ୍ରଗାମୀ ଭଳି ସଂସ୍ଥା ଷଡଯନ୍ତ୍ର କରି ନିଜର ସ୍ୱାର୍ଥ ହାସଲ କରିବାକୁ ଦେଖୁଛନ୍ତି ବୋଲି ସିଧାସଳଖ ଅଭିଯୋଗ ଆଣିଛନ୍ତି ଶ୍ରୀ ପଣ୍ଡା । କାଶିପୁର ବ୍ଳକ କଂଗ୍ରେସ କମିଟି ସଭାପତି ଅଙ୍ଗଦ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସାତଗୋଟି ବିଷୟରେ ଦଳ ତରଫରୁ ଅଭିଯୋଗ ତଥା ଦାବି କରାଯାଇଛି । ରାୟଗଡା ଓ କୋରାପୁଟ ଜିଲ୍ଳାର ଖଣି ଅଂଚଳକୁ ହିଁ କାହିଁକି ପ୍ରଫୁଲ୍ଳ ସାମନ୍ତରା, ନରେନ୍ଦ୍ର ମହାନ୍ତି ବାରମ୍ବାର ଆସୁଛନ୍ତି । ସେମାନେ କାହିଁକି ତାଳଚେର, ଝାରସୁଗୁଡା, କେନ୍ଦୁଝର, ସୁନ୍ଦରଗୁଡ ଭଳି ଅଂଚଳକୁ ଯାଉନାହାନ୍ତି ଯେଉଁଠାରେ ଶହ ଶହ ଖଣି ଚାଲିଛି ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି । ବିଗତ ବର୍ଷରେ କାଶିପୁର ବ୍ଳକର ମାଇକଂଚ ଗୁଳିକାଣ୍ଡକୁ ଆଜି ଯାଏଁ ବ୍ଳକବାସୀ ଭୁଲି ନ ଥିବା ବେଳେ ପୁଣି ଅଂଚଳକୁ ଆସି ଲୋକଙ୍କ ମନରେ ଖଣି ଖନନ ବିରୁଦ୍ଧରେ କମ୍ପାନୀ ଓ ସରକାରଙ୍କ ନୀତିକୁ ବିରୋଧ କରିବାର ଭୁଲ ବାଟ ଦେଖାଉଛନ୍ତି । ନିରୀହ ଲୋକେ ଏମାନଙ୍କ କଥାରେ ବିଶ୍ୱାସ କରି ଆଇନକୁ ହାତକୁ ନେଇ ଆଜି ଜେଲ ଦଣ୍ଡ ଭୋଗୁଛନ୍ତି । ଆଉ ପ୍ରଫୁଲ୍ଳ ସାମନ୍ତରା, ନରେନ୍ଦ୍ର ମହାନ୍ତି ଭଳି ଲୋକ ନିଜ ପରିବାର ସହିତ ଖୁସିରେ ଦିନ କାଟୁଛନ୍ତି । ପ୍ରଥମେ କମ୍ପାନୀ ବିରୁଦ୍ଧରେ ସ୍ୱର ଉତୋଳନ କରିବା ଓ ପରେ କମ୍ପାନୀ କର୍ତୁପକ୍ଷଙ୍କ ସହ ଡିଲ୍ କରି କୋଟି କୋଟି ଟଙ୍କା ମାଗି ନେଇ ଚାଲିଯିବା ଏମାନଙ୍କ ପ୍ରକୃତି ରହିଥିବାରୁ ଏମାନଙ୍କ ବ୍ୟାଙ୍କ୍ ଆକାଂଉଟକୁ ଯାଂଚ କରାଯାଉ ବୋଲି ଦାବି କରିଛନ୍ତି ଶ୍ରୀ ପଣ୍ଡା । ସେହିପରି ବ୍ଳକ ସଭାପତି ଶ୍ରୀ ନାୟକ ଓ ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳି ବିଧାୟକ ପ୍ରାର୍ଥୀ ଆପଲାସ୍ୱାମୀ କାଡ୍ରକା ମଧ୍ୟ ବ୍ଳକରେ ଯଦି କେହି ବାହାର ଲୋକ ଆସି ଅଶାନ୍ତି ସୃଷ୍ଟି କରିନ୍ତି ତଥା ଉତେଜନା ଭଳି ପରିସ୍ଥିତି ସୃଷ୍ଟି କରୁଛନ୍ତି ତାହା ହେଲେ ଜିଲ୍ଳା ପ୍ରଶାସନ ଓ ପୋଲିସ ପ୍ରଶାସନ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ନଚେତ୍ ଆମ ଅଂଚଳରେ ଶାନ୍ତି ବଜାୟ ରଖିବା ପାଇଁ ଆମେ ଦୃଢ ପ୍ରତିବାଦ କରିବୁ ଓ ସେମାନଙ୍କୁ ଆମ ଅଂଚଳରେ ପଶିବାକୁ ଦେବୁ ନାହିଁ ବୋଲି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଏୱାଇସି ସଭାପତି ଯୋଶେଫ ଖୋସଲା, ଜିଲ୍ଳା ଯୁବ କଂଗ୍ରେସ ଉପସଭାପତି ଆସଲାମ ଖାନ, କଂଗ୍ରେସ କ୍ଷେତ ମଜଦୁର ସଂଘ ଉପସଭାପତି ଦେବେନ୍ଦ୍ର ରାଓ, ଓପିସିସି ଉପସଭାପତି ହରିଶ ପଟ୍ଟନାୟକ, ଜିଲ୍ଳା କଂଗ୍ରେସ କମିଟି ଉପସଭାପତି ପି.ବର୍ଦ୍ଧନ, ଝିଝୁରୀ ମାଝି, ଅନିଲ ଜୈନ ପ୍ରମୁଖ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.