ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଅଲ୍ ଓଡ଼ିଶା ଇପିଏଫ୍ ପେନସନର ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ତରଫରୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଆଗରେ ବିକ୍ଷୋଭ ପର୍ଦର୍ଶନ କରାଯାଇଛି। ପେନସନ ୯୦୦୦/- ଟଙ୍କାକୁ ବୃଦ୍ଧି କରିବା ପାଇଁ ସୁପ୍ରିମ କୋର୍ଟ ଆଦେଶ ଦେଇଥିବା ବେଳେ ସରକାରଙ୍କ ଅହେତୁକ ବିଳମ୍ବ ସେମାନଙ୍କୁ ନିରାଶ କରିଛି। ତେଣୁ ଶୀଘ୍ର ଓଡ଼ିଶା ସରକାର ଏ ପେନସନ ଲାଗୁ କରିବାକୁ ସଂଘ ଧାରଣାରେ ବସି ଦାବୀ କରିଛନ୍ତି। ବୃଦ୍ଧ ଅବସ୍ଥାରେ ଅବନିତ ହୋଇ ଥିବାରୁ ତାଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରେ ଅନ୍ତର୍ଭୁକ୍ତ କରିବା ପାଇଁ ସରକାରଙ୍କୁ ଅନୁରୋଧ ରଖିଛନ୍ତି। ଅନେକ ଥର ଭୁବନେଶ୍ୱର ଓ ଦିଲ୍ଲୀ ଉଭୟ ସରକାରଙ୍କୁ ଅନୁରୋଧ କରିଥିଲେ ମଧ୍ୟ କିଛି ଶୁଣୁ ନ ଥିବା କହି କ୍ଷୋଭ ପ୍ରକାଶ କରିଛନ୍ତି ଏ ସଂଘ।ସଯଦି ଆଗାମୀ ଦିନରେ ତାଙ୍କ ପେନସନ ୯୦୦୦/- ଟଙ୍କାଙ୍କୁ ବୃଦ୍ଧି ନ କରନ୍ତି ଦୁର୍ବାର ଆନ୍ଦୋଳନ, ଆମରଣ ଅନଶନ, ଧାରଣା କରିବା ସଙ୍ଗେ ସଙ୍ଗେ ୨୦୨୪ ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବୁ କହି ଆଜି ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି।