ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି ( ବିଜେପି ) କୃଷକ ମୋର୍ଚ୍ଚା ପକ୍ଷରୁ ଦେଶର ଯଶଶ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୪ ତମ ଜନ୍ମଦିନ ଉପଲକ୍ଷେ ରାୟଗଡା ‘ଗ’ମଣ୍ଡଳ ଅନ୍ତର୍ଗତ କୋତାପେଟା ପଞ୍ଚାୟତ ସ୍ଥିତ ଶିଙ୍ଗନାପୂର ଗ୍ରାମ ନିକଟରେ ଥିବା ହନୁମାନ ମନ୍ଦିର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା ନିମନ୍ତେ ପ୍ରଥମେ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରି ବୃକ୍ଷରୋପଣ କାର୍ଯ୍ୟକ୍ରମ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେପ୍ଟେମ୍ୱର ୧୭ ତାରିଖରୁ ଅକ୍ଟୋବର ୦୨ ତାରିଖ ତଥା ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଭାଜପା ସେବା ପକ୍ଷ ହିସାବରେ ବିଭିନ୍ନ ସାମାଜିକ ସେବା କାର୍ଯ୍ୟକ୍ରମ ମାନ କରିବା ପାଈଁ ନିର୍ଣ୍ଣୟ କରିଛି । ସ୍ୱଚ୍ଛ ଭାରତ ଅଭିଯାନ, ରକ୍ତଦାନ ଶିବିର, ମେଡିକାଲ ରେ ରୋଗୀ ମାନଂକ ପାଈଁ ଫଳ ବଣ୍ଟନ, ଗୋ ସେବା, ଅତି ଗରିବ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ, ବୃକ୍ଷରୋପଣ, ଇତ୍ୟାଦି କାର୍ଯ୍ୟକ୍ରମ ମାନ ଦେଶ ବ୍ୟାପି ଏହି ସେବା ପକ୍ଷରେ ଚାଲୁ ରହିବ । ରାୟଗଡ଼ା ଜିଲ୍ଲା କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ତତ୍ତ୍ଵାବଧାନରେ ମଣ୍ଡଳ ସଭାପତି ତରୁଣ ଗରଡିଆ ଓ କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଜତ ମାଦଳାଙ୍କ ଉପସ୍ଥିତିରେ ସେବା ପକ୍ଷର ଆଜି ପ୍ରଥମ ଦିନରେ ବିଭିନ୍ନ ଫଳ ବୃକ୍ଷ ରୋପଣ କରାଯାଇଛି। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ମଣ୍ଡଳରେ ଗୋଟିଏ ଲେଖାଏଁ ଅମୃତ ବାଟିକା ନାମରେ ବନ ଉଦ୍ୟାନ ନିର୍ମାଣ କରିବକୁ ନିର୍ଣ୍ଣୟ ନିଆ ଯାଇଥିବା କଥା ଶ୍ରୀ ପଣ୍ଡା କହିଛନ୍ତି । ତତ୍ ସହିତ ଆଜି ବିଶ୍ଵକର୍ମା ପୂଜା ଅବସର ରେ ଆଦରଣୀୟ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ କାରିଗର ତଥା କମାର, ବଢେଇ, ସୁନାରି, ମୂର୍ତ୍ତି କାରିଗର, ଦରଜୀ, କୁମ୍ଭାର, ହସ୍ତତନ୍ତ କାରିଗର ଭଳି ବିଭିନ୍ନ ଅଠର ପ୍ରକାର କାରିଗର ମାନଙ୍କ ନିମନ୍ତେ ପିଏମ୍ ବିଶ୍ଵକର୍ମା ଯୋଜନା ର ଶୁଭାରମ୍ଭ କରିଥିଲେ ।

Udyog Nursery
Udyogi Nursery

ଏତଦବ୍ୟତୀତ ୟସଭୂମି ନାମକ ଏକ କନଭେନସନ ସେଣ୍ଟର୍ ବାରାଣାସୀ ରେ ଦେଶବାସୀଙ୍କ ନିମନ୍ତେ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଆୟୁଷ୍ମାନ ଭାରତର ୩.୦ ର ଶୁଭାରମ୍ଭ ମଧ୍ଯ ହୋଇ ଯାଇଛି । ଏହି ସବୁ କାର୍ଯ୍ୟକ୍ରମମାନ ଟିଭି ମାଧ୍ୟମରେ ଜନସାଧାରଣଙ୍କୁ ଦେଖାଇ ଏହାର ଉପକାରିତା ବିଷୟରେ ଲୋକାଙ୍କୁ ଅବଗତ କରାଇ ଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ରୋଜତ୍ ମାଦଳା, ରାୟଗଡ଼ା ଗ ମଣ୍ଡଳ ସାଧାରଣ ସମ୍ପାଦକ ଭି. ଶ୍ରୀନିବାସ, ସନ୍ତୋଷ କୁମାର ମହାପାତ୍ର, ବି.ଗଙ୍ଗାଧର, ପ୍ରତାପ ପୁଆଲା, ପ୍ରିତମ କୁମାର୍, ଜଗଦୀଶ ସୁନି, ରାଜେଶ ନିଶିକା, ଗୋବିନ୍ଦ ହିମିରିକା, ଦିଶାରି ନିସିକା, ସରଜିନି ହିମୀରିକା, ଇନ୍ଦ୍ର ନିସିକା, ପିତାମ୍ବର ତାଡ଼ିଙ୍ଗି ପ୍ରମୁଖ ଉପସ୍ଥିତ ରହିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.