ଆରବିଆଇ ସହାୟତାରେ ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି(ଲିଙ୍ଗରାଜ ମିଶ୍ର): ଭାରତୀୟ ରିଜର୍ଭ ବ୍ୟାଙ୍କ୍ ର ସହାୟତା ତଥା ସାଧନ ନୂଆଦିଲ୍ଲୀ ଓ ସମ୍ପର୍କ ଫିନ୍ ସର୍ଭିସେସ୍ ଭୁବନେଶ୍ୱରର ମିଳିତ ସହଯୋଗରେ ନର୍ଲା ପଞ୍ଚାୟତ ସମିତି ସଭା ଗୃହ ଠାରେ ଏକ ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ, ସମ୍ମାନୀତ ଅତିଥି ଭାବରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଶାଖା ପରିଚାଳକ, ମିଶନଶକ୍ତି ବ୍ଲକ ସଂଯୋଜକ ରୋହିତ ବିଶ୍ଵାଳ, ସାମ୍ବାଦିକ ଲିଙ୍ଗରାଜ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗଦାନ କରି ମାର୍ଗଦର୍ଶନ ଦେଇଥିଲେ । ମୂଖ୍ୟ ଅତିଥି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସେଠୀ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ମହାଶକ୍ତି ଫାଉଣ୍ଡେସନର ପ୍ରତିଷ୍ଠାତା ସଦସ୍ୟ ପ୍ରକାଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶ୍ରୀଯୁକ୍ତ ସାହୁ ପ୍ରଥମେ ସ୍ୱଗାତ ଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ । ଏହି କର୍ମଶାଳାରେ ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ ବିଭିନ୍ନ ବ୍ୟାଙ୍କ୍ ଓ ଆର୍ଥିକ ଅନୁଷ୍ଠାନ ରୁ ପାଇଥିବା ଋଣ ର ଉଚିତ୍ ବିନିଯୋଗ, ବ୍ୟବସାୟ ପାଇଁ ଆବଶ୍ୟକତା ଅନୁଯାୟୀ ଋଣ ଦରଖାସ୍ତ, ରୋଜଗାର ଭିତ୍ତିକ ବ୍ୟବସାୟର ଆୟରୁ ଋଣ କିସ୍ତି ଫେରସ୍ତ ତଥା ଅତ୍ୟଧିକ ଋଣ ଭାରଗ୍ରସ୍ତ ନହେବା ଇତ୍ୟାଦି ବିଷୟରେ ବିଶଦ ଭାବେ ଆଲୋଚନା କରାଯାଇଥିଲା। କର୍ମଶାଳାରେ ଡିଜିଟାଲ ମାଧ୍ୟମରେ ଟଙ୍କା ଆଦାନ ପ୍ରଦାନ କରୁଥିଲେ ଆବଶ୍ୟକ ସତର୍କତା ର ବିଭିନ୍ନ ଦିଗ ବିଷୟରେ ସମ୍ବଳ ବ୍ୟକ୍ତି ମାନେ ଅଂଶ ଗ୍ରହଣ କାରୀ ମାନଙ୍କୁ ବୁଝାଇଥିଲେ । ବିଭିନ୍ନ ଅଜଣା ନମ୍ବରରୁ ଆସୁଥିବା ଫୋନ୍ ରେ ନିଜର କୌଣସି ଗୋପନୀୟ ତଥ୍ୟ ଯଥା ବ୍ୟାଙ୍କ୍ ଖାତା ନମ୍ବର, ଓ. ଟି. ପି, ଏ.ଟି.ଏମ କାର୍ଡ ନମ୍ବର, ପାସ୍ କୋର୍ଡ, ଆଧାର କାର୍ଡ, ପାନ୍ କାର୍ଡ ଇତ୍ୟାଦି ନମ୍ବର ବିଷୟରେ କୌଣସି ତଥ୍ୟ ନ ଦେବା ବିଷୟରେ ସତର୍କ କରାଯାଇଥିଲା । ପରିବାର ର ବାର୍ଷିକ ଆୟ ଓ ବ୍ୟୟ ଅଟକଳ ଯୋଜନା କରି ଆୟ ଅନୁଯାୟୀ ବ୍ୟୟ କଲେ ହିଁ ପରିବାର ର ଆର୍ଥିକ ସ୍ଥିତି ସୁଦୃଢ ହୋଇ ପାରିବ। ଭବିଷ୍ୟତ ରେ ହେବାକୁ ଥିବା ବିଭିନ୍ନ ଖର୍ଚ୍ଚକୁ ଆକଳନ କରି ବର୍ଷ ଆରମ୍ଭରୁ ସେହି ବ୍ୟୟ ପାଇଁ ବ୍ୟାଙ୍କ୍ ରେ ସଞ୍ଚୟ ରଖିବା ଉପରେ ତାଲିମ୍ ଦାତା ଗୁରୁତ୍ବ ଆରୋପ କରିଥିଲେ । କାର୍ଯ୍ୟକ୍ରମରେ ପ୍ରକାଶ ଚନ୍ଦ୍ର ସାହୁ, ଶ୍ରୀଯୁକ୍ତ ରୋହିତ ବିଶ୍ଵାଳ ଓ ସୁଶ୍ରୀ ମମିତା ପୁଝାରୀ ପ୍ରମୁଖ ତାଲିମ୍ ପ୍ରଦାନ କରିଥିଲେ । ମମିତା ପୁଝାରୀ, ସବିତା ସ୍ୱାଇଁ, ନର୍ଲା ମିଶନ ଶକ୍ତିର ବ୍ଲକ ସଭାନେତ୍ରୀ ସଂଗୀତା ଭୋଇ, ସମ୍ପାଦିକା ବିନ୍ଦୁଲତା ସାମଲ, ପଞ୍ଚାୟତ ସମିତି ର କର୍ମ କର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କର୍ମଶାଳାରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ , ମିଳିତ ଉତ୍ତର ଦାୟୀ ଗୋଷ୍ଠୀ ରୁ ୬୫ ଜଣ ସଦସ୍ୟା / ସଦସ୍ୟ ଅଂଶ ଗ୍ରହଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.