ଏଥର ଦୁଇଦିନ ପାଳିତ ହେଉଛି ନୂଆଖାଇ ବାସୀ

ନର୍ଲା ଆମିଷ ବଜାରରେ ପ୍ରବଳ ଭିଡ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପର୍ବ ପଞ୍ଚମୀ ତିଥିରେ ଜାକଜମକର ସହ ସମାପନ ହୋଯାଇଛି । କଳାହାଣ୍ଡି ଜିଲ୍ଲାର ଗଡଜାତ ଅଞ୍ଚଳ ଭବାନୀପାଟଣା, ଜୁନାଗଡ, ମ.ରାମପୁର, ଲାଞ୍ଜିଗଡ, ଜୟପାଟଣା ଏହି ସ୍ଥାନ ଗୁଡିକରେ ଦଶମୀ ତିଥିରେ ନୂଆଖାଇ ପାଳନ କରାଯିବ । କଳାହାଣ୍ଡି ଜିଲ୍ଲାର ବାକି ସମସ୍ତ ଅଞ୍ଚଳର ଲୋକେ ପଞ୍ଚମୀ ତିଥିରେ ନବାନ୍ନ ଭକ୍ଷଣ କରିଥାନ୍ତି । ରାଜ୍ୟ ସରକାରଙ୍କ ତରଫରୁ ନୂଆଖାଇ ନେଇ ପଞ୍ଚମୀ ତିଥିରେ ସାରା ରାଜ୍ୟରେ ଛୁଟି ଘୋଷଣା କରାଯାଇଥିବା ବେଳେ ପଶ୍ଚିମ ଓଡିଶା ପାଇଁ ନୂଆଖାଇ ବାସୀ ଦିନ ସ୍ଥାନୀୟ ଛୁଟି ଘୋଷିତ ହୋଇଛି । ଏଣୁ ପଞ୍ଚମୀ ତିଥିରେ ନୂଆଖାଇଥିବା ଅଞ୍ଚଳ ପାଇଁ ୨୧ ତାରିଖରେ ବାସୀ ପାଳନ ଓ ଦଶମୀ ତିଥରରେ ନୂଆଖାଉଥିବା ଅଞ୍ଚଳ ଗୁଡିକ ପାଇଁ ୨୬ ତାରିଖରେ ବାସୀ ପାଳନ ପାଇଁ ସ୍ଥାନୀୟ ଛୁଟି ସରକାର ଘୋଷଣା କରିଛନ୍ତି । ନୂଆଖାଇ ଦିନ ଗ୍ରାମଦେବୀ, ଧରନୀ ଦେବୀ ଓ ମା ମହାଲକ୍ଷ୍ମୀଙ୍କ ନିକଟରେ ନୂଆ ଅନ୍ନଭୋଗ ସମର୍ପଣ କରି ନୂଆଖାଇ ପର୍ବ ପାଳିଛନ୍ତି ପଶ୍ଚିମ ଓଡିଶାବାସୀ । କଳାହାଣ୍ଡି ଜିଲ୍ଲା ନର୍ଲାରେ ପ୍ରତିକୂଳ ପାଗ, ଲଘୁଚାପ ଜନିତ ଝିପିଝିପି ବର୍ଷା ନୂଆଖାଇ ପର୍ବକୁ ଟିକେ ଫିକା ପକେଇ ଦେଲା । ପାଣି କାଦୁଅରେ ସୁଡୁବୁଡୁ ହୋଇ ନୂଆଖାଇ ମଜାରୁ ବଞ୍ଚିତ ହେଲେ ଲୋକେ । ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ଆଉ ଜମିପାରିଲା ନାହିଁ । ନର୍ଲା ଅଞ୍ଚଳରେ କାଁ ଭାଁ ପାଳିତ ହେଲା ନୂଆଖାଇ ଭେଟଘାଟ । ବ୍ୟାଘାତ ସାଜିଲା ଝିପିଝିପି ବର୍ଷା । ପରମ୍ପରା ଅନୁଯାୟୀ ଆଜି ନୂଆଖାଇ ବାସୀ ପର୍ବ ପାଳନ ହେଉଥିବା ବେଳେ ଆମିଷ ବଜାରରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ନୂଆଖାଇ ପର୍ବ ବୁଧବାର ହୋଇଥିବା ବେଳେ ଆଜି ଗୁରୁବାର ନୂଆଖାଇ ବାସୀ । ଏଣୁ ଗୁରୁବାରରେ ଅନେକ ଲୋକ ଆମିଷ ଭକ୍ଷଣ କରୁନଥିବାରୁ ଆସନ୍ତା କାଲି ମଧ୍ୟ ଅର୍ଦ୍ଧେକ ଲୋକ ବାସୀ ପାଳନ କରିବେ ବୋଲି ଜଣାପଡିଛି । ଯୋଗକୁ ଆଜି ଗୁରୁବାର ନର୍ଲାର ଦ୍ୱିତୀୟ ସାପ୍ତାହିକ ହାଟ । ଗୁରୁବାର ଦିନରେ ନୂଆଖାଇ ବାସୀ ପଡିଥିଲେ ମଧ୍ୟ ନର୍ଲା ଆମିଷ ବଜାରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ସକାଳ ୬ ଘଣ୍ଟାରୁ ଦିନ ୧୨ ଟା ଯାଏଁ ଚାଲିଥିଲା ଆମିଷ ମାର୍କେଟରେ ଭିଡ । ଆଜି ଘରେ ଘରେ ଚାଲିଛି ନୂଆଖାଇ ବାସୀ ପର୍ବ ପାଳନ । ନୂଆଖାଇ ବାସୀ ପର୍ଵ ପାଳନ ପାଇଁ ନର୍ଲା ମାର୍କେଟର ସମସ୍ତ ଦୋକାନ ବଜାର ବନ୍ଦ ହୋଇ ପଡ଼ିଥିବାରୁ ନର୍ଲା ମାର୍କେଟ ଖାଁ ଖାଁ ଲାଗୁଛି । ଏହା ସାଙ୍ଗକୁ ମାର୍କେଟ ରେ ମଦ୍ୟପଙ୍କ ଚଳ ପ୍ରଚଳ ଓ ସ୍ଥାନେ ସ୍ଥାନେ ପାଟିତୁଣ୍ଡ ମଧ୍ୟ ଦେଖିବାକୁ ମିଳିଥିଲା ।  ଅନ୍ୟପକ୍ଷେ ଆଜି ଗୁରୁବାର ଲଘୁଚାପ ଜନିତ ବର୍ଷା କାରଣରୁ ଭୋର ୪ ଟାରୁ ଝିପିଝିପି ବର୍ଷା ଲାଗି ରହିଛି । ତୁହାକୁ ତୁହା ବର୍ଷା ହେଉଛି । ତଥାପି ନୂଆଖାଇ ବାସୀ ପାଇଁ ଲୋକଙ୍କ ଯୋଶ ରହିଥିବା ଦେଖିବାକୁ ମିଳୁଛି । ଏଥରକ ନୂଆଖାଇ ବାସୀ ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ପାଳିତ ହେଉଥିବା ଦେଖିବାକୁ ମିଳିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.