ଚନ୍ଦ୍ରମାର ଅସୁନ୍ଦର ଫଟୋକୁ ବୈଜ୍ଞାନିକମାନେ ନିଜ ପାଖରେ ଅଧ୍ୟୟନ ପାଇଁ ରଖନ୍ତୁ -ସାଂସଦ ରାମଗୋପାଳ ଯାଦବ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ରାଜ୍ୟସଭାରେ ମହିଳା ବିଲକୁ ନେଇ ସ୍ଥିତି ଗମ୍ଭୀର ଥିବାବେଳେ ସମାଜପାର୍ଟି ସାସଂଦ ରାମଗୋପାଳ ଯାଦବଙ୍କ ମନ୍ତବ୍ୟକୁ ନେଇ ହସର ସୁଅ ଛୁଟିଥିଲା । ରାଜ୍ୟ ସଭାରେ ରାମଗୋପାଳ ଯାଦବ ଏକ ଅଜବ ଦାବି ରଖିଥିଲେ । ସାସଂଦ କହିଥିଲେ, ଚନ୍ଦ୍ରଯାନ-୩ ପଠାଉଥିବା ଚନ୍ଦ୍ରମାର ଅସୁନ୍ଦର ଫଟୋକୁ ବୈଜ୍ଞାନିକମାନେ ନିଜ ପାଖରେ ଅଧ୍ୟୟନ ପାଇଁ ରଖନ୍ତୁ । ଏସବୁ ଫଟୋ ସେ ପଠାଇବା ଦରକାର ନାହିଁ ।ସେ କହିଛନ୍ତି, ଅନନ୍ତକାଳରୁ ଲୋକ ଚନ୍ଦ୍ରମାକୁ ବହୁତ ସୁନ୍ଦର ବୋଲି ମାନି ଆସୁଥିଲେ । ଏବେ ଆମେ ଆମ ବୈଜ୍ଞାନିକଙ୍କୁ କହିବୁ ଚନ୍ଦ୍ରର ଏପରି ଅସୁନ୍ଦର ଫଟୋ ଆମକୁ ଦେଖାନ୍ତୁନି  । ସେମାନଙ୍କର ରିସର୍ଚ୍ଚ କରିବା କଥା ଯଦି କରନ୍ତୁ । ସମତା ପାର୍ଟି ନେତାଙ୍କ ଏପରି ଆଶ୍ଚର୍ଯ୍ୟ ଦାବିକୁ ଶୁଣି କେବଳ ଗୃହର ସଦସ୍ୟ ନୁହେଁ, ସଭାପତି ଜଗଦୀପ ଧନଖଡ ବି ଜୋରରେ ହସି ଉଠିଥିଲେ । ଏହା ପୂର୍ବରୁ ଯାଦବ ପ୍ରସିଦ୍ଧ ହିନ୍ଦୀ କବି କେଶବଙ୍କର ଏକ ମଜାଳିଆ ଦୋହା ମଧ୍ୟ ଉଲ୍ଲେଖ କରିଥିଲେ ।  ଯାହାର ଅର୍ଥ ଥିଲା ‘କେଶବ ତାଙ୍କର ଧଳା କେଶକୁ ଗାଳି ଦେଇ କହୁଛନ୍ତି, ଏହି କାରଣରୁ ଚନ୍ଦ୍ରମା ପରି ସୁନ୍ଦର ମୁହଁ ଏବଂ ହରିଣ ଆଖି ସୁନ୍ଦର ଆଖି ଥିବା ଯୁବତୀ ତାଙ୍କୁ ବାବା କହି ସମ୍ବୋଧିତ କରୁଛି ।’ ସେ ଆହୁରି କହିଥିଲେ, ମହିଳାଙ୍କ ନାମ ଚନ୍ଦ୍ରଙ୍କ ନାମ ଅନୁସାରେ କରାଯାଇଥାଏ । ଯେମିତି ଚନ୍ଦ୍ର ପ୍ରଭା, ଶଶି ପ୍ରଭା ଇତ୍ୟାଦି । ସେହିପରି ପୁରୁଷଙ୍କ ନାମରେ ମଧ୍ୟ ଚନ୍ଦ୍ର ଲାଗିଥାଏ ଯେପରି ସୁଭାଷଚନ୍ଦ୍ର, ମନିକ ଚନ୍ଦ୍ର । କାରଣ ଚନ୍ଦ୍ର ସୁନ୍ଦର ବୋଲି ମଣିଷଙ୍କ ନାମକରଣ ଚନ୍ଦ୍ରଙ୍କ ନାମ ଅନୁସାରେ କରାଯାଇଥାଏ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.