କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧ ପକ୍ଷରୁ ନୂଆଁଖାଇ ଭେଟଘାଟ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧ ଆନୁକୂଲ୍ୟରେ ଦୁଇ ଦିନିଆ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ ମୂଖ୍ଯ ଅତିଥି ଭାବେ ରାଜ୍ଯ ଯାଦବ ସଭାପତି ପ୍ରକଳ୍ପ ବିଭାଗ(ଓଡିଶା) ଲକ୍ଷଣ ବାଗ, ବଲାଙ୍ଗୀର ଜିଲ୍ଲା ଯାଦବ ମହାସଭା ସଭାପତି ପରମାନନ୍ଦ ହାତି, ବଙ୍ଗୋମୁଣ୍ଡା ବ୍ଲକ ସଭାପତି ରାଧେଶ୍ୟାମ ମେହେର, ଯୁରାବନ୍ଧ ଗ୍ରାପ ସରପଞ୍ଚ ପ୍ରତିନିଧି ନରେଶ ସଗ୍ରିଆ, ବେଳପଡା ଗ୍ରାପ ସରପଞ୍ଚ ଖରତ ବାଗ, କଣ୍ଠଶିଳ୍ପୀ ଦ୍ରୁଦକ୍ଷ ହଂସ, ସମାଜସେବୀ ତ୍ରିବିକ୍ରମ ବଛା, ଦେବକୁମାର ବନଛୋର ଓ ଦ୍ବିତୀୟ ଦିନରେ ମୂଖ୍ଯ ଅତିଥି ଭାବେ ବିଜେଡି ବରିଷ୍ଠ ନେତା ଅଜୟ ଦାସ, ବିଜେଡି ରାଜ୍ୟ ସମ୍ପାଦକ ଅଜିତ ଯୋଷି, ସମିତି ସଭ୍ଯ ପ୍ରତିନିଧି ବୈଶାଖୁ ମିର୍ଦ୍ଧା,ସଂଘ ର ସଭାପତି ତୁଳାଚନ୍ଦ୍ର ପୋଢ, ପୂର୍ବତନ ସଭାପତି ରାଧାମୋହନ ପୋଢ, ସମାଜସେବୀ ତୁଲାରାମ ମେହେର ପ୍ରମୁଖ ମଞ୍ଚାସୀନ ଥିଲେ । ନୂଆଁଖାଇ ହେଉଛି ଭାଇଚାରାର ଯେଉ ପର୍ବ ସମସ୍ତଙ୍କୁ ଏକତାର ସୁତ୍ରରେ ବାନ୍ଧି ରଖିଥାଏ ବୋଲି ବକ୍ତବ୍ଯ ଦେଇଥିଲେ। ଗ୍ରାମର ବିଶିଷ୍ଟ ବ୍ଯକ୍ତି ମାନଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ଡ୍ଯାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ ପୁଷ୍ପାଞ୍ଜଳି ସଗ୍ରିଆ ପ୍ରଥମ, ଡିଏମ ଡେନ୍ସ ଗୃପ ଦ୍ବିତୀୟ, ଜାଡେନ୍ ବୁଢା ଡେନ୍ସ ଗୃପ ତୃତୀୟ ହୋଇଥିଲେ । ବିଚାରକ ଭାବରେ ରାଧାମୋହନ ପୋଢ, ରାସବିହାରୀ ଘିଭେଲା, ଖଗେଶ୍ଵର ପୋଢ, ଦେବକୁମାର ବନଛୋର ଥିଲେ। ତୁଳାଚନ୍ଦ୍ର ପୋଢ ଓ ନିରଞ୍ଜନ ସଗ୍ରିଆ ମଞ୍ଚ ପରିଚାଳନା କରିଥିଲେ । ସଂଘର ସମସ୍ତ ସଦସ୍ଯ ଓ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.