କାଳୀକୃଷ୍ଣ ସଂଘର ନୂଆଁଖାଇ ଭେଟଘାଟ

ନିରାନନ୍ଦରୁ ମହାଆନନ୍ଦ  ପୁସ୍ତକ ଉନ୍ମୋଚିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ନୂଆଁଖାଇ ସାଂସ୍କୃତିକ ଐତିହ୍ୟ ଓ ପରମ୍ପରାର ନିଦର୍ଶନ। ନୂଆଖାଇ ସଂପର୍କ ଯୋଡେ ଓ ସମର୍ପଣର ଭାବ ସୃଷ୍ଟି କରିଥାଏ। ଅନ୍ନଦାତାଙ୍କୁ କୃତଜ୍ଞତା ଜଣାଇବାର ପର୍ବ ହେଉଛି ନୂଆଖାଇ। ନୂଆଁଖାଇରେ ପୂର୍ବ ପୁରୁଷମାନଙ୍କୁ ସ୍ମରଣ କରିବାର ସୁଯୋଗ ମିଲିଥାଏ। ସେମାନଙ୍କ ତ୍ୟାଗ ଓ ନିଷ୍ଠାପର ଉଦ୍ୟମ ଯୋଗୁଁ ଖାଦ୍ୟାନ୍ନ ସୃଷ୍ଟିର ପ୍ରଣାଳୀ ପ୍ରାପ୍ତ ହେଇଛୁ। ପ୍ରାଣମୟ କୋଷକୁ ପରିପୃଷ୍ଠ କରିବା ପାଇଁ ଅନ୍ନମୟ କୋଷରେ ରୂପାନ୍ତରିତ କରିବା ସକାଶେ ନୂଆଁଖାଇ ଆଣିଥାଏ ଅନିର୍ବଚନୀୟ ଆନନ୍ଦ ଓ ଅନୁପମ ପୁଲକ ବୋଲି  ନୂଆଁଖାଇ ଭେଟଘାଟ ସଭାର ମୂଖ୍ୟ ଅତିଥି କାଳୀକୃଷ୍ଣ ସଂଘ ପରିଚାଳକ ଶ୍ରୀ ଜଗଦାନନ୍ଦଜୀ କହିଛନ୍ତି।

Omkar Vasthu
Omkar Vasthu

କୋକସରା ବ୍ଲକ କାଶିବାହାଲ ପଞ୍ଚାୟତ ଅନ୍ତର୍ଗତ ପୁଝାରୀପଡା ଠାରେ କାଳୀକୃଷ୍ଣ ସଂଘର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। କାଳୀକୃଷ୍ଣ ସଂଘର ପ୍ରତିଷ୍ଠାତା ସଦଗୁରୁଦେବ ସ୍ବାମୀ ସତ୍ୟାନନ୍ଦ ସରସ୍ୱତୀ ମହାରାଜ ପବିତ୍ର ଋଷିପଞ୍ଚମୀ ତିଥିରେ ସ୍ଥୂଳ ଶରୀର ତ୍ୟାଗ କରିଥିଲେ,ସେଦିନ ଥିଲା ପଶ୍ଚିମ ଓଡିଶା ବାସୀଙ୍କ ନୂଆଁଖାଇ ପର୍ବ। ତାଙ୍କର ବ୍ରହ୍ମଳୀନ ଦିବସକୁ ସ୍କରଣ ଏବଂ ନୂଆଁଖାଇ ସଂପନ୍ନ ହେଲାପରେ ଭେଟଘାଟର ପରମ୍ପରାକୁ ଉଜ୍ଜିବିତ ରଖିବା ପାଇଁ କାଳୀକୃଷ୍ଣ ସଂଘ ପ୍ରତିବର୍ଷ ନୂଆଁଖାଇ ଭେଟଘାଟ ପାଳନ କରି ଆସୁଛି ବୋଲି ବରେଣ୍ୟ ଅତିଥି କାଳୀକୃଷ୍ଣ ସଂଘର ବେଦବ୍ରହ୍ମା ଶ୍ରୀ ସରୋଜାନନ୍ଦଜୀ କହିଥିଲେ।

Pearl dental clinic
Near Ashish Medical Store, Bhawanipatna

ନୂଆଁଖାଇ ଭେଟଘାଟ ଉପଲକ୍ଷେ ଶ୍ରୀ ଜଗଦାନନ୍ଦଜୀଙ୍କ ଗବେଷଣା ଭିତ୍ତିକକ ପୁସ୍ତକ ”  ନିରାନନ୍ଦରୁ ମହାଆନନ୍ଦ  ” କୁ ସୄଘ ପରିଚାଳକ,ବେଦବ୍ରହ୍ମା, ସଭାପତି ଓ କାର୍ଯ୍ୟକାରୀ ସଭାପତି ଉନ୍ମୋଚନ କରିଥିଲେ। ଜୀବନରେ ଆନନ୍ଦର ଉପସ୍ଥିତି ସମସ୍ତ ପ୍ରତିକୂଳ ପ୍ରଭାବକୁ ନିଷ୍ପ୍ରଭ କରିଥାଏ। ଅଳିକ ସଂସାରରେ ଆନନ୍ଦରେ ରହିବା ପାଇ “ନିରାନନ୍ଦରୁ ମହାଆନନ୍ଦ” ନିଶ୍ଚିତ ଭାବେ ସମସ୍ତଙ୍କୁ ପଥ ପ୍ରଦର୍ଶନ କରିବ।

Udyog Nursery
Udyogi Nursery

ଅନ୍ୟମାନଙ୍କ ମଧ୍ୟରେ କାଳୀକୃଷ୍ଣ ସଂଘର ପୁସ୍ତାକାଚାର୍ଯ୍ୟ ଶ୍ରୀ ଅଭୟାନନ୍ଦ,ସଭାପତି ସଂଜୟ ପଣ୍ଡା,ଉପସଭାପତି ଶ୍ରୀ କ୍ରିୟାନନ୍ଦ, କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରିୟାନନ୍ଦ,ସଂପାଦକ ଶ୍ରୀ ମାଧବାନନ୍ଦ, କୋଷାଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଖମାରୀ,ସହ କୋଷାଧ୍ୟକ୍ଷ ସୁଜିତ ଠାକୁର, ସହ ସଂପାଦକ ନବୀନ ମେହେର,ପ୍ରାର୍ଥନା ସଂପାଦକ ତନୁକ ଲାଲ ନାଗ,ପ୍ରାର୍ଥନା ସହ ସଂପାଦକ ନବୀନ ରାଉତ ସଭାରେ ମଞ୍ଚାସୀନ ଥିଲେ।

ଏହି ଅବସରରେ ସତ୍ୟାନନ୍ଦ ସରସ୍ୱତୀଙ୍କ ସୃଷ୍ଟି “ସମାଜ ପ୍ରତି କାଳୀକୃଷ୍ଣ ମେଳାର ଅବଦାନ” ବିଷୟରେ ବକ୍ତାମାନେ ନିଜ ବକ୍ତବ୍ୟ ରଖି କହିଥିଲେ: କାଳୀକୃଷ୍ଣ ମେଳା ସମାଜ ପାଇଁ ବରଦାନ ସଦୃଶ।ଆଧ୍ୟାତ୍ମିକତାର ଉତ୍ଥାନ ଓ ଭୌତିକ ଜଗତରେ ମଣିଷର କଲ୍ୟାଣକାରୀ ହେଉଛି ପ୍ରତି ଶନିବାର ଦିନ ଆୟୋଜିତ ହେଉଥିବା କାଳୀକୃଷ୍ଣ ମେଳା। ନୂଆଁଖାଇ ଭେଟଘାଟର ଅନ୍ୟ ଆକର୍ଷଣ ଥିଲା: ନୂଆଁଖାଇ ଓ  କାଳୀକୃଷ୍ଣ ସଂଘ ଉପରେ ଆଧାରିତ ଆଧ୍ୟାତ୍ମିକ ଗୀତି କବିତା ପାଠ ଓ କଳାହାଣ୍ଡିର ବୀରବାଦ୍ୟ ଘୁମରା। କାଶିବାହାଲ ଘୁମରା ଦଳ,ଜିତୁ ପଣ୍ଡା,ହିରାଲାଲ ସରାଫ, ଶ୍ରୀ ତୋଷାନନ୍ଦ,ବୈଶାଳୀ ନାଗ,ଅଚ୍ୟୁତାନନ୍ଦ ମାଝୀ, ତ୍ରିବିକ୍ରମ ନାଏକ ସଂଘର ଚମତ୍କାର ବର୍ଣ୍ଣନା ଓ ନୃତ୍ୟ, ଗୀତ ପରିବେଷଣ କରିଥିଲେ।

କାଳୀକୃଷ୍ଣ ସଂଘର ଆଚାର୍ଯ୍ୟ, ସତ୍ୟାନନ୍ଦଙ୍କ ପ୍ରେରଣା କାଳୀକୃଷ୍ଣ ସଂଘର ସେବକ ବା ସ୍ପିକର ସଦସ୍ୟ,କାଳୀକୃଷ୍ଣ ବାହିନୀ,ପ୍ରଜ୍ଞା ବାହିନୀ, ମିଡିଆ ସେଲ, ଓଡିଶାର ବିଭିନ୍ନ ଜିଲ୍ଲାର ଶାଖା ସଂଘର କାର୍ଯ୍ୟକର୍ତ୍ତା, ଶିଷ୍ୟଶିଷ୍ୟା ଓ ଶୁଭେଚ୍ଛୁ  ତଥା ଅଞ୍ଚଳର ଆଧ୍ୟାତ୍ମିକ ପ୍ରେମୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ହିରାଲାଲ ସରାଫ, କିର୍ତ୍ତନ ନାଏକ, ଜନ୍ମେଜୟ ନାଏକ, ବିନୋଦ ବିହାରୀ ପଟେଲ, ଡିସେମ୍ବର ପଟେଲ, ତୁଳସୀ ପଟେଲ,ହିରାଧର ନାଏକ, ପର୍ଶୁ ପଟେଲ, ସୁଶାନ୍ତ ପଟେଲ, କପୁରଚନ୍ଦ ପଟେଲ,ରାହାସ ବିହାରୀ ପଟେଲ, ଜନାର୍ଦ୍ଧନ ପଟେଲ, ମକୁନ୍ଦ ଲହଜଲ, ମଗଶୀର ପାତ୍ର ତଥା କାଶିବାହାଲ ପୁଝାରୀପଡାର ଶିଷ୍ୟଶିଷ୍ୟା ଓ ଗ୍ରାମବାସୀମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.