ଓଡିଶା ଜେଲ କର୍ମଚାରୀ ମହାସଂଘ ସୋନପୁର ଶାଖାର ଆମରଣ ଅନଶନ ଆଜି ତୃତୀୟ ଦିନରେ

ତିନି ଜଣ କର୍ମଚାରୀ ଅସୁସ୍ଥ ହୋଇ ମେଡିକାରେ ଭର୍ତ୍ତି

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଓଡ଼ିଶା ଜେଲ୍ କର୍ମଚାରୀ ମହାସଂଘ ଡାକରା କ୍ରମେ ସୋନପୁର ଜେଲ୍ କର୍ମଚାରୀ ମଧ୍ୟ ଜେଲ୍ ଆଗରେ ଆମରଣ ଅନଶନ ରେ ଧାରଣା ରେ ବସିଛନ୍ତି। ଗଣମାଧ୍ୟମ ଆଗରେ ତାଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ୱାଡ଼ର୍ ଙ୍କ ପେ ୧୯୦୦ ରୁ ୨୦୦୦ ଓ ଚିପ୍ ୱାଡ଼ର୍ ଙ୍କ ପେ ୨୦୦୦ ରୁ ୨୪୦୦ କୁ ବୃଦ୍ଧି। କାରାରକ୍ଷା ରୁ ମୁଖ୍ୟ କାରାରକ୍ଷା ପଦବୀ ପାଇଁ ପୁରୁଣା ପଦୋନ୍ନତି ନିୟମ (ବରିଷ୍ଠ ଭିତ୍ତିକ)୨୦୧୨ କୁ ଲାଗୁ କରିବା, ଉପଖଣ୍ଡ ସ୍ଥରକୁ ବଦଳି ନିୟମ କୋହଳ କରିବା, ଖାଦ୍ୟ ଭତ୍ତା ୪୦୦ ରୁ ୧୪୦୦ କୁ ବୃଦ୍ଧି ଏବଂ ସପ୍ତମ ବେତନ କମିଶନ୍ ୨୦୧୭ ଅନୁଯାୟୀ ୧୩ ମାସିଆ ଦରମା ବୃଦ୍ଧି କରିବାକୁ ଆମେ ସରକାର ଙ୍କ ପାଖରେ ଦାବୀ ଉପସ୍ଥାପନା କରିଛୁ l ଏହି ପାଞ୍ଚ ଦଫା ଦାବି ରେ ବସିଥିବା ଜେଲ୍ କର୍ମଚାରୀ ମଧ୍ୟରୁ ତିନି ଜଣ ଗୁରୁତର ହେବାରୁ ଗତ କାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରେ ଚିକିତ୍ସା ହେଉ ଥିବା ଏ କର୍ମଚାରୀ ପ୍ରକାଶ କରିଛନ୍ତି। ଏକ ଉଚ୍ଚ ସ୍ତରୀୟ ବୈଠକ ମହାସଂଘ ସହ ବସି ଆଲୋଚନା ହେଉଥିବା ଓ ଦାବୀ ପୂରଣ ହେବା ଆଶା ରଖି ଜେଲ୍ କର୍ମଚାରୀ ଅନଶନ ଧାରଣା ସାଙ୍ଗକୁ ଶୃଙ୍ଖଳିତ ଭାବେ ନିଜର କର୍ତ୍ତବ୍ୟ ମଧ୍ୟ କରି ଚାଲିଥିବା ବିଷୟ ଗଣମାଧ୍ୟମ ଆଗରେ ଏମାନେ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.