ଓଡ଼ିଶା ସାମ୍ବାଦିକ ସଂଘ ବଲାଙ୍ଗୀର ଶାଖା ପକ୍ଷରୁ ନୂଆଖାଇ ଭେଟଘାଟ ଓ ବନ୍ଧୁମିଳନ 

ସରକାର ସାମ୍ବାଦିକମାନଙ୍କୁ ଅଣଦେଖାଙ୍କୁ ନେଇ ନିନ୍ଦା କଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) ବଲାଙ୍ଗୀର ଶାଖା ତରଫରୁ ଜିଲ୍ଲାସ୍ତରୀୟ ନୂଆଖାଇ ଭେଟଘାଟ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ବେଲଗାଁ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି। ଓଜେୟୁ ଜିଲ୍ଲା ସଭାପତି ପ୍ରମୋଦ ସେଲମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ ଯୋଗ ଦେଇ ସାମ୍ବାଦିକଙ୍କୁ ଉତ୍ସାହିତ କରିଥିଲେ।  ଓଜେୟୁ ଜିଲ୍ଲା ସଭାପତି ଶ୍ରୀ ସେଲମା ନୂଆଖାଇ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ ସହ ସାଂପ୍ରତିକ ସ୍ଥିତିରେ ସାମ୍ବାଦିକଙ୍କ ପାଇଁ ସଂଘର ଭୂମିକା ଓ ଆବଶ୍ୟକତା ଉପରେ ଉଲ୍ଲେଖ କରିଥିଲେ। ଏଥିରେ ସଂଘର ଜିଲ୍ଲା ସମ୍ପାଦକ ସୁଧୀର ଦାସ ସଂଘ କାର୍ଯ୍ୟକଳାପର ବିବରଣୀ ପ୍ରଦାନ କରିଥିଲେ। ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ସହ ସଂଘ ପକ୍ଷରୁ ଉଠା ଯାଇଥିବା ବିଭିନ୍ନ ନ୍ୟାର୍ଯ୍ୟ ଦାବୀ ଗୁଡ଼ିକ ପ୍ରତି ସରକାର ସକାରାତ୍ମକ ହେବା ଆବଶ୍ୟକତା ଥିବା ସମସ୍ୟା ଉଲ୍ଲେଖ କରିଥିଲେ। ଏପରିକି ବିଭିନ୍ନ ସମୟରେ ଗଣମାଧ୍ୟମ ପ୍ରତି ସରକାରଙ୍କ ଅସହ୍ୟ ଓ ପ୍ରତିଶୋଧ ପରାୟଣ ମନୋଭାବ ସାଙ୍ଗକୁ ସରକାର ସାମ୍ବାଦିକଙ୍କୁ ଅଣଦେଖାକୁ ନେଇ ମୁଖ୍ୟ ଅତିଥି ଶ୍ରୀ ସିଂ ଭୋଇ ଦୃଢ଼ ନିନ୍ଦା କରିଥିଲେ। ଏହା ସହିତ ଟିଟିଲାଗଡ଼ ଓ ସଇଁତଲା ଠାରେ ସାମ୍ବାଦିକ ଭବନ ନିର୍ମାଣ ପାଇଁ ୨ ଲକ୍ଷ ଟଙ୍କା ଅନୁଦାନ ଦେବା ପାଇଁ ଶ୍ରୀ ସିଂ ଭୋଇ ପ୍ରତିଶୃତି ଦେଇଥିଲେ l ସତ୍ୟ ଖବର ପରିବେଷଣ ସହ ନିର୍ଭୀକ ସାମ୍ବାଦିକତା ପାଇଁ ସଂଘ ପ୍ରେରଣାର ଉସ୍ଵ ପାଲଟିବାକୁ ସମ୍ମାନିତ ଅତିଥି ଶ୍ରୀ ମାଝୀ ପ୍ରକାଶ କରିଥିଲେ। ଏହି ଅବସରରେ ସ୍ଥାନୀୟ କବୟତ୍ରି ଶମିଷ୍ଠା ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସଂଘର ସଦସ୍ୟତା ପ୍ରଦାନ କରାଯାଇଥିଲା। ଏଥିରେ ସଂଘର ନୂତନ ସଦସ୍ୟ ଭାବରେ ସାମ୍ବାଦିକ ରଞ୍ଜନ ବାଗ, ଗୋକୁଳାନନ୍ଦ ବଗର୍ତ୍ତି, ବିଶାଲ କୁମାର ଅଗ୍ରୱାଲ, ରଶ୍ମିରଞ୍ଜନ ପଟେଲ ଓ ପୃଥ୍ୱୀରାଜ ବକୁଳ ପ୍ରମୁଖଙ୍କ ସଦସ୍ୟତା ଗ୍ରହଣ କରାଯାଇଥିଲା।  କାର୍ଯ୍ୟକ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ଵନ୍ଧରେ ସାମ୍ବାଦିକ ରମାକାନ୍ତ ରାଜପାଲିଆ, ବିନୋଦ ସୁନା, ଗୋପାଲ ଅଗ୍ରୱାଲ, ଅଶୋକ ତ୍ରିପାଠୀ, ସୁଧୀର ସାହୁ , ନାରାୟଣ ସାହୁ, ପ୍ରଦୀପ ବାଗ, ଅବିନାଶ ନନ୍ଦ ସଞ୍ଜୟ ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଓଜେୟୁ ସଂଘ ପକ୍ଷରୁ ସମସ୍ତ ସଦସ୍ୟଙ୍କୁ ବୀମା ଭୁକ୍ତ କରାଯିବା ଓ ସମସ୍ତ ବ୍ଲକ୍ ରେ ସଂଘ କାର୍ଯ୍ୟାଳୟ କରାଯିବାକୁ ନିଷ୍ପତ୍ତି ଗୃହୀତ ହୋଇଥିଲା। ଉକ୍ତ ସଭାକୁ ସଂଘର ବରିଷ୍ଠ ସଦସ୍ୟ ମନୋଜ ଶତପଥି ପରିଚାଳନା କରିଥିବା ବେଳେ ସଂଘ ସହ ସମ୍ପାଦକ ପ୍ରକାଶ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସରସ ପ୍ରଧାନ, ଦୁଷ୍ମନ୍ତ ବାଗ, ଚନ୍ଦ୍ରଭାନୁ ପ୍ରଧାନ, ବିଭୁ ପ୍ରସାଦ ଶିକା, ରୁଦ୍ରକିଶୋର ଦଣ୍ଡସେନା, ଅନି ରାଓ, ସୋନାଲି ଛତ୍ରିଆ, ଗୋପୀ ବାଗ ଓ ଭଗବାନ ରାଜପଲିଆ ପ୍ରମୁଖଙ୍କ ସହ ବହୁ ସାମ୍ବାଦିକମାନେ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.