ରୁପ୍ରାରୋଡ଼ରେ ତିନି ଦିବସୀୟ ଢପଲି ଓ କର୍ମକାଣ୍ଡ ପ୍ରଶିକ୍ଷଣ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରୁପ୍ରରୋଡ଼ ଧର୍ମଶାଳା ଠାରେ ତା ୨୮/୯ ରୁ ୩୦/୯ (ଗୁରୁବାର ରୁ ଶନିବାର) ତିନିଦିନ ଧରି ଢପଲି ଓ କର୍ମକାଣ୍ଡ ଏବଂ ସଙ୍ଗୀତ ପ୍ରଶିକ୍ଷଣ ଶିବିର ଶାନ୍ତିକୁଞ୍ଜ ହରିଦ୍ଵାର ପ୍ରତ୍ୟକ୍ଷ ତତ୍ବାବଧାନରେ ତଥା ଗାୟତ୍ରୀ ପରିବାର କଳାହାଣ୍ଡି, ଗାୟତ୍ରୀ ଶକ୍ତି ପୀଠ ରୁପ୍ରରୋଡ ଏବଂ ନର୍ଲା ବ୍ଲକ୍ ସମନ୍ଵୟ ସମିତିଙ୍କ ସହଯୋଗରେ ଅନୁଷ୍ଠିତ ହୋଉଛି। ଏହି କାର୍ଯ୍ୟକ୍ରମକୁ ପ୍ରଶିକ୍ଷଣ ଦେବା ପାଇଁ ଶାନ୍ତିକୁଞ୍ଜରୁ ଋଷିପୁତ୍ର ବରିଷ୍ଠ ପ୍ରଶିକ୍ଷକ ତଥା ସାଧକ ରବୀନ୍ଦ୍ର ଗୌଡା ଆସିଛନ୍ତି । ତାଙ୍କ ସହିତ ସ୍ଥାନୀୟ କାର୍ଯ୍ୟକର୍ତ୍ତା ତଥା ନର୍ଲା ସମନ୍ଵୟ ସମିତି ଯୁବାଧକ୍ଷ ଗଣେଶ ପୃଷ୍ଟି ଏବଂ ଦେବେନ୍ଦ୍ର ବିଶ୍ୱାଳ ସହଯୋଗ କରୁଛନ୍ତି । ଆଜି ଏହି କାର୍ଯ୍ୟକ୍ରମରେ ନର୍ଲା, ମ.ରାମପୁର , କର୍ଲାମୁଣ୍ଡା, କେସିଙ୍ଗା, ଭବାନୀପାଟଣା ଆଦି ବ୍ଲକ୍ର ପ୍ରାୟ ୭୨ ଜଣ ପୁରୁଷ ଏବଂ ୪୨ ମହିଳା ପ୍ରଶିକ୍ଷଣ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ କଳାହାଣ୍ଡି ଗାୟତ୍ରୀ ପରିବାର ସମନ୍ଵୟ ସମିତି ମୁଖ୍ୟ ସଂଯୋଜକ ତପନ କୁମାର ସାହୁ, ବ୍ଲକ୍ ସମନ୍ଵୟ ସମିତି ମୁଖ୍ୟ ସଂଯୋଜକ ଅନିଲ ଅଗ୍ରୱାଲ (ହଡୋଦିଆ), ସହ ସଂଯୋଜକ ତୀର୍ଥ ବୁଦ୍ଧିଆ, ରୁପ୍ରାରୋଡ ଗାୟତ୍ରୀ ଶକ୍ତିପୀଠ ମୁଖ୍ୟ ଟ୍ରଷ୍ଟି ଅନିଲ କୁମାର ଅଗ୍ରୱାଲ, କୋଷାଧ୍ୟକ୍ଷ ସୁରେଶ ଅଗ୍ରୱାଲ ତଥା ସମସ୍ତ ଟ୍ରଷ୍ଟ ସଦସ୍ୟ ଏବଂ ଗାୟତ୍ରୀ ପରିବାରର ସମସ୍ତ ପରିଜନ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.