ମା କନକେଶ୍ବରୀ ଘରୋଇ ବସ ମଲିକ ସଂଘର ସାଧାରଣ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସ୍ ମାଲିକ ସଂଘର ସାଧାରଣ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଗୁରବାର ଦିନ ଅନୁଷ୍ଟିତ ହୋଇଯାଇଛି | ପୁରୁଷୋତ୍ତମପୁର ଠାରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ଭୂବନେଶ୍ବର, ପୁରୀ, ରାଉରକେଲା, କୋରାପୁଟ ଆଦି ଅଞ୍ଚଳକୁ ବସ ଚଳାଚଳ କରୁଅଛି | ସେହି ବସ ମାଲିକଙ୍କ ରହିଥିବା ବିଭିନ୍ନ ସମସ୍ଯା ଓ ବିଭିନ୍ନ ଦାବୀମାନ ଉପରେ ଗୁରୁତ୍ବପୁର୍ଣ୍ଣ ଆଲୋଚନା କରାଯାଇ ପ୍ରଶାସନ ଓ ସରକାରଙ୍କ ଦ୍ରୁଷ୍ଟି ଆକର୍ଷଣ କରି ସମାଧାନ କରିବା ଲାଗି ଜିଲ୍ଲା ଘରୋଉ ବସ ସଂଘର ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦ୍ଧେଶରେ ନିଷ୍ଷତି ନିଆଯାଇଥିଲା | ଏହି ଅବସରରେ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା । ଏଥିରେ ସଭାପତି ଭାବେ ସନ୍ତୋଷ କୁମାର ପତି, ଉପ ସଭାପତି କୈଳାଶ ଚନ୍ଦ୍ର ମିଶ୍ର, ସମ୍ପାଦକ ଶରତ ଚନ୍ଦ୍ର ସାହୁ, ସହ ସମ୍ପାଦକ ସନ୍ତୋଷ କୁମାର ପାତ୍ର ଓ ପ୍ରଶାନ୍ତ କୁମାର ସାହୁ, ପରାମର୍ଶ ଦାତା ଭାବେ ନିଳାଞ୍ଚଳ ପଣ୍ଡା ଓ ମୁନା ମହାନ୍ତି ସମେତ ୧୧ ଜଣିଆ କାର୍ଯକାରି କମିଟିଙ୍କୁ ମନୋନିତ କରାଯାଇଛି | ଆଗାମୀ ଦିନରେ ଅନ୍ୟାନ୍ୟ ବିଷୟରେ କିଛି ଆଲୋଚନା ହେବ ବୋଲି କନକା ଘରୋଇ ବସ ସଂଘର ସଭାପତି ସନ୍ତୋଷ କୁମାର ପତି ସୂଚନା ଦେଇଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.