ଜିଲ୍ଲାସ୍ତରୀୟ ବିଶ୍ଵ ଜଳାତଙ୍କ ରୋଗ ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘ, ରାୟଗଡ ଶାଖା ତରଫରୁ ଜିଲ୍ଲା ସ୍ତରୀୟ ବିଶ୍ଵ ଜଳାତଙ୍କ ଦିବସ ୨୦୨୩ ଆଜି ରାୟଗଡା ଜିଲ୍ଲା ପ୍ରାଣୀଚିକିତ୍ସାଳୟରେ ପାଳନ କରାଯାଇଛି । ଏହି ଅବସରରେ ପୋଷା କୁକୁରଙ୍କ ପାଇଁ ଏକ ମାଗଣା କଳାତଙ୍କ ଟୀକାକରଣ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ୧୦୦ ଗୋଟି ପୋଷାକୁକୁରଙ୍କୁ ମାଗଣା ଟିକା ଦିଆଯାଇଥିଲା। ତତ୍ ସହିତ ଜିଲ୍ଲା ପ୍ରଶିକ୍ଷଣ କକ୍ଷରେ ଏକ ବୈଷୟିକ କର୍ମଶାଳା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ହାଡ଼ିବନ୍ଧୁ ଭୋଇଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା। ସେ ବିଶ୍ଵ ଜଳାତଙ୍କ ରୋଗ ଦିବସ ପାଳନର ଉଦେଶ୍ୟ ଓ ଜଳାତଙ୍କ ରୋଗ ସମସ୍ତଙ୍କ ପାଇଁ ଏକ ସ୍ଵାସ୍ଥ୍ୟ ଉପରେ ଆଲୋକପାତ କରିଥିଲେ ।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶ୍ରୀମତି ସ୍ଵଧାଦେବ ସିଂହ, ଜିଲ୍ଲାପାଳ ରାୟଗଡ ଯୋଗ ଦେଇ ୨୦୨୩ ମସିହା ସୁଦ୍ଧା ଦେଶକୁ ଜଳlତଙ୍କ ରୋଗ ମୁକ୍ତ କରିବା ପାଇଁ ପ୍ରାଣୀ ଚିକିତ୍ସକ ମାନଙ୍କୁ କାର୍ଯ କରିବାକୁ ଉପଦେଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଡାକ୍ତର ଭି. ଲୋକନାଥ ରାଜୁ, ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ, ରାୟଗଡ ଜଳାତଙ୍କ ରୋଗର କାରଣ, ଲକ୍ଷଣ, ଚିକିତ୍ସା ଓ ପ୍ରତିଷେଧକ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ଡାକ୍ତର ସ୍ଵାତୀ ଚୌଧୁରୀ, ଜିଲ୍ଲା ପ୍ରଶିକ୍ଷଣ ସଂଯୋଜକ, ରାୟଗଡ ଏବଂ ଡାକ୍ତର ପ୍ରିୟଦର୍ଶିନୀ ପାତ୍ର, ପ୍ରାଣୀ ଚିକିତ୍ସକ, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା, ପଦ୍ମପୁର ଜଳlତଙ୍କ ରୋଗର pathogenesis,epidemiology, ଚିକିତ୍ସା ଓ ନିରାକରଣ ବ୍ୟବସ୍ଥା “ସମସ୍ତଙ୍କ ପାଇଁ ଏକ ସ୍ବାସ୍ଥ୍ୟ ” ପରିପ୍ରେକ୍ଷୀରେ ଆଲୋଚନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ଅଶୋକ ବେହେରା, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ, ରାୟଗଡ, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ନରେଶ ଚନ୍ଦ୍ର ଜେନା, ଡାକ୍ତର ପ୍ରବିର ମହାପାତ୍ର, ଡାକ୍ତର ବିପ୍ରଚରଣ ବେହେରା, ଉପ ନିର୍ଦ୍ଦେଶକ,ପ୍ରାଣୀ ଚିକିତ୍ସାଳୟ,ରାୟଗଡ ଡାକ୍ତର ବିରଞ୍ଚି ନାରାୟଣ ମିଶ୍ର, ସହ ଜିଲ୍ଲାର ପ୍ରାଣୀଚିକିତ୍ସକ ମାନେ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ସର୍ବଶେଷରେ ଉପସ୍ଥିତ ସମସ୍ତ ଅତିଥିଙ୍କୁ ଡାକ୍ତର କୃଷ୍ଣାନନ୍ଦ ବେହେରା, ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ, ରାମନାଗୁଡା ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.