ମା ମଝିଘରିଆଣି ମନ୍ଦିରର ନଅଟି ଦାନ ହୁଣ୍ଡିରୁ ମିଳିଲା ୬୮ ଲକ୍ଷ ୭୪ହଜାର ୧୪୦ ଟଙ୍କା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ୩ ମାସ ବ୍ୟବଧାନରେ ଆଜି କଡା ସୁରକ୍ଷା ବଳୟ ମଧ୍ୟରେ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ମନ୍ଦିରର 9ଟି ଦାନ ହୁଣ୍ଡୀ ଖୋଲା ଯାଇଥିଲା | ଆଜି ସକାଳ ସାଢେ ନଅଟା ସମୟରୁ ହୁଣ୍ଡୀ ଖୋଲା ଯାଇ ଗଣତି ଆରମ୍ଭ କରାଯାଇଥିବା ବେଳେ ରାତ୍ର ନଅଟା ସମୟରେ ଗଣତି ଶେଷ ହୋଇଛି | ସମସ୍ତ ଯାକ ଦାନ ହୁଣ୍ଡୀ ରୁ ନଗଦ ୬୮ ଲକ୍ଷ ୭୪ ହଜାର ୧୪୦ ଟଙ୍କା ବାହାରି ଥିବା ବେଳେ ୫୩ ଗ୍ରାମ ସୁନା ଓ ୧ କେଜି ୨୯୭ ଗ୍ରାମ ରୁପା ଅଳଙ୍କାର ଦାନ ଆକାରରେ ମିଳିଛି |

ସେହିପରି ବିଦେଶୀ ମୁଦ୍ରା ୧୬ଟି ମିଳିଛି ଯେଉଁଥିରେ ରହିଛି ୟୁନାଇଟେଡ଼ ଷ୍ଟେଟ ଅଫ ଆମେରିକା ୧ ଡୋଲ୍ଳାରର ୨ଟି ନୋଟ, ୫ ଡୋଲ୍ଳାର ୩ଟି, ୧୦ ଡୋଲ୍ଳାର ୨ଟି ଓ ୨୦ ଡୋଲ୍ଳାର ୧ଟି ରହିଥିବା ବେଳେ କାନାଡ଼ା ୧୦ ଡୋଲ୍ଳାର ୧ଟି, କୁଏତ ୧ ରିଏଲ ୨ଟା, ୟୁନାଇଟେଡ଼ ଆରବ ୫ ଟି ନୋଟ ସହ ପୁରୁଣା ୫୦୦ ଟଙ୍କିଆ ଭାରତୀୟ ମୁଦ୍ରା ୪ଟି ନୋଟ ମିଳିଛି । ମିଳିଥିବା ସମସ୍ତ ଟଙ୍କା, ସୁନା ରୁପା ଅଳଙ୍କାର, ବିଦେଶୀ ମୁଦ୍ରା ରାୟଗଡା ୟୁନିୟନ ବ୍ୟାଙ୍କ ଇଣ୍ଡିଆ ମୁଖ୍ୟ ଶାଖାରେ ଜମା ଦିଆଯାଇଛି |

ଆଜିର ଏହି ଗଣତି କାର୍ଯ୍ୟକ୍ରମଟି ରାୟଗଡା ଦେବୋତ୍ତର ଅଧିକାରୀ ତଥା ସ୍ଥାନୀୟ ତହସିଲଦାର ପ୍ରିୟଦର୍ଶିନୀ ସ୍ୱାଇଁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ରାୟଗଡା ରାଜସ୍ୱ ସୁପରଭାଇଜର ଦେବୀ ପ୍ରସାଦ ମଲ୍ଲିକ ,ରାଜସ୍ବ ନିରୀକ୍ଷକ ବାଳକୃଷ୍ଣ ରଥ ,ଦେବୋତ୍ତର ନିରୀକ୍ଷକ ସୁକାନ୍ତ ପୂଜାରୀ,ମନ୍ଦିର ଟ୍ରଷ୍ଟି ଅଧ୍ୟକ୍ଷ ରାଇସିଂ ବିଡ଼ିକା, ଟ୍ରଷ୍ଟ ସଦସ୍ୟ ରାଧାକୃଷ୍ଣ ଦଳେଇ, ଦେବେନ୍ଦ୍ର ବେହେରା, ପାଲକୋଣ୍ଡା ପ୍ରକାଶ, ବି. ସତ୍ୟ ନାରାୟଣ, ଇପିଲି ସନ୍ୟାସୀ ରାଜୁ, ମନ୍ଦିର ଅଧିକ୍ଷକ ଜାନକୀ ବଲ୍ଲଭ ମହାନ୍ତିଙ୍କ ସମେତ ମନ୍ଦିରର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ଗଣତି କାର୍ଯ୍ୟକୁ ନିରୀକ୍ଷଣ କରିଥିବା ବେଳେ ସହରର ବିଭିନ୍ନ ସ୍ବେଛାସେବୀ ସଂଗଠନର ପାଖାପାଖି ୧୫୦ରୁ ଉର୍ଦ୍ଧ ସଦସ୍ୟସଦ୍ୟସା ମାନେ ଗଣତିରେ ଭାଗ ନେଇଥିଲେ | ସୁରକ୍ଷା ଦୃଷ୍ଟିରୁ ଗଣତି କାଯ୍ୟକ୍ରମରେ ସ୍ଥାନୀୟ ପୋଲିସ ନିୟୋଜିତ ହୋଇଥିଲେ | ଗତ ତିନି ମାସ ତଳେ ଜୁନ ମାସରେ ଦାନ ହୁଣ୍ଡିରୁ ନଗଦ ୫୮ ଲକ୍ଷ ୨୪ ହଜାର ୯୫୦ ଟଙ୍କା ସହ ୩୯ ଗ୍ରାମ ସୁନା, ୧ କେଜି ୬୫୦ ଗ୍ରାମ ରୁପା ଅଳଙ୍କାର ଏବଂ ୨୮ ଟି ବିଦେଶୀ ମୁଦ୍ରା, ଡଲାର ବାହାରିଥିଲା | ଦାନ ହୁଣ୍ଡୀ ରୁ ଆଦାୟ ହେଉଥିବା ଅର୍ଥକୁ ମନ୍ଦିର ଉନ୍ନତି କ୍ଷେତ୍ରରେ ଖର୍ଚ୍ଚ କରାଯାଉଛି ବୋଲି ମନ୍ଦିର ଟ୍ରଷ୍ଟି ଅଧ୍ୟକ୍ଷ ରାଇସିଂ ବିଡ଼ିକା ପ୍ରକାଶ କରିଛନ୍ତି | ସେହିପରି ମନ୍ଦିର ରୂପାନ୍ତରଣର ପାଇଁ ଡିପିଆର ସର୍ଭେ ଶେଷ ହୋଇଥିବା ବେଳେ ସରକାରଙ୍କ ତରଫରୁ ମନ୍ଦିର ଭିତିଭୂମି ବିକାଶ ପାଇଁ ଅନୁଦାନ ରାଶି ମଞ୍ଜୁର ହେଲେ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ନିମନ୍ତେ ଆବଶକ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି ପାରିବ ବୋଲି ଶ୍ରୀ ବିଡ଼ିକା ପ୍ରକାଶ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.