ଖବର ପ୍ରକାଶନ ପରେ ସାମ୍ବାଦିକଙ୍କୁ ହତ୍ୟାଧମକ, ଥାନାରେ ଅଭିଯୋଗ

ଓଡ଼ିଆ ବାର୍ତ୍ତା/ କୋକସର (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ ପଞ୍ଚାୟତରେ ହେଉଥିବା ଅନିୟମିତତା ଓ ଦୁର୍ନୀତି ପାଇଁ କୋକସରା ବ୍ଳକ ଅନେକ ସମୟରେ ଚର୍ଚ୍ଚାର ପରିସରକୁ ଆସିଥାଏ। ସେ’ ଆବାସ ଯୋଜନାର ଘୋଟାଲା ହେଉ କିମ୍ବା ମନରେଗା ଯୋଜନାରେ ଚଞ୍ଚକତା ନେଇ ଚର୍ଚ୍ଚାରେ ରହି ଆସିଛି। ଏସବୁକୁ ନେଇ ଅନେକ ସମୟରେ ରାଜନୈତିକ ଦଳ, ପଞ୍ଚାୟତବାସୀ ପକ୍ଷରୁ ବ୍ଳକ ଘେରାଉ ଏବଂ ଆନ୍ଦୋଳନ ମଧ୍ୟ ବିଗତ ଦିନରେ ହୋଇସାରିଛି। ଏବେ ମହିଳା ସରପଞ୍ଚ ମାନଙ୍କ ସ୍ବାମୀମାନେ ସରପଞ୍ଚଙ୍କ ପ୍ରତିନିଧି ବୋଲାଇ ହୋଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଓ ଆଲୋଚନା ହୋଇ ଆସୁଛି। ଏନେଇ ଗତ ୨୬ ତାରିଖରେ ଏକ ଦୈନିକ ଖବରକାଗଜରେ ଏକ ଖବର ପ୍ରକାଶ ପାଇଥିଲା। ଏହା ପରେ ସମ୍ପୃକ୍ତ ଖବରକାଗଜର ବ୍ଳକ ପ୍ରତିନିଧିଙ୍କୁ ସରପଞ୍ଚମାନଙ୍କ ସ୍ବାମୀମାନେ ଜୀବନରୁ ମାରିଦେବାକୁ ହତ୍ୟା ଧମକ ଦେବା ସହିତ ଆକ୍ରମଣ କରିଥିବା ନେଇ ଗୁରୁବାର ସାମ୍ବାଦିକ ଜଣକ କୋକସରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ କୋକସରା ଥାନାଅଧିକାରୀଣି ରନିତା ପ୍ରଧାନ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବାବେଳେ ୫ଜଣଙ୍କ ନାମରେ ମାମଲା ଦାଏର ହୋଇଥିବା ସୂଚନା ରହିଛି। ତେବେ ସତ୍ୟ ଖବର ପ୍ରକାଶପରେ ସାମ୍ବାଦିକଙ୍କୁ ଆକ୍ରମଣ ସହ ହତ୍ୟା ଧମକ ଦେବା ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି। ଗଣ ମାଧ୍ୟମର କଣ୍ଠରୋଧ କରାଯିବା ପାଇଁ ଏହା ଏକ ଯୋଜନା ବୋଲି ଜିଲ୍ଲାର ବିଭିନ୍ନ ସାମ୍ବାଦିକ ସଂଘ ମଧ୍ୟ ଏହାକୁ ନିନ୍ଦା କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.