ଗାନ୍ଧୀ ଜୟନ୍ତୀରୁ ସୁବର୍ଣ୍ଣପୁର ଜିଲ୍ଲାରେ ବୁଲିବ ସାଇବାର କ୍ରାଇମ ସଚେତନତା ରଥ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସାଇବାର କ୍ରାଇମରୁ ଛୋଟ ପିଲା ସ୍କୁଲ କଲେଜ ପୁଅ ଝିଅ, ଯୁବକ ଯୁବତୀ, ପୁରୁଷ ମହିଳା, ବୃଦ୍ଧ ଵୃଦ୍ଧା ସମସ୍ତ ବର୍ଗର ଲୋକଙ୍କୁ ଧମକ ଲୁଣ୍ଠନ ବ୍ଲାକ ମେଲ ସର୍ବୋପରି ମୃତ୍ୟୁ ମୁଖରୁ ବଞ୍ଚାଇବା ପାଇଁ ଓଡିଶା ପୋଲିସ ତଥା କ୍ରାଇମ ବ୍ରାଞ୍ଚ ପକ୍ଷରୁ ଆସନ୍ତା ୨ ତାରିଖ ଗାନ୍ଧୀ ଜୟନ୍ତୀ ଦିନ ଠାରୁ ସାରା ରାଜ୍ୟର ସବୁ ଜିଲ୍ଲାରେ ୩୪ ଗୋଟି ସଚେତନତା ରଥ ପରିକ୍ରମା କରିବ ବୋଲି ଗୁରୁବାର ସନ୍ଧ୍ୟାରେ  ଜିଲ୍ଲା ପୋଲିସ ଅଫିସ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ସୂଚନା ଦେଇଛନ୍ତି l ୧ ତାରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲାରେ ଏହି ରଥ ପହଂଚିବା ପରେ ୨ ତାରିଖରୁ ୧୪ ତାରିଖ ଯାଏ ଜିଲ୍ଲା ସଦର ମହକୁମା ସମେତ ସମସ୍ତ ବ୍ଲକ ଓ ଗାଁ ମାନଙ୍କର ବିଭିନ୍ନ ସମାଜସେବୀ ଅନୁଷ୍ଠାନ, କ୍ଲବ, ଏନଜିଓ, ମିଶନ ଶକ୍ତି, ସ୍ବେଛାସେବୀଙ୍କ ସହଯୋଗରେ ସ୍କୁଲ କଲେଜ ରାସ୍ତା ଘାଟରେ ପଥପ୍ରାନ୍ତ ନାଟକ ଗୀତ ନାଚ ଓ ପ୍ରବନ୍ଧ କୁଇଜ ପ୍ରତିଯୋଗିତା ମlଧ୍ୟମରେ ସଚେତନ କରାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି l ପୂର୍ବରୁ ଆୟୋଜନ ହୋଇଥିବା ପରି ରଥ ଓ ହକି ରଥ ଭଳିଆ ସାରା ଜିଲ୍ଳା ସାରା ରାଜ୍ୟ ରେ ଧୁମ ଧାମ ରେ ଏହାକୁ ଏକ ଜିଲ୍ଲା ଉତ୍ସବ ଭଳି ପାଳନ କରାଯିବ l ତେଣୁ ଏହାର ସୁଦୂର ପ୍ରଚାର ପ୍ରସାର ଓ ସଫଳ କରିବା ପାଇଁ ଜିଲ୍ଲା ର ସମସ୍ତ ମିଡ଼ିଆ ଓ ସମସ୍ତ ସ୍ବେଛାସେବୀ ଅନୁଷ୍ଠାନ, ବୁଦ୍ଧିଜୀବୀ, ଜିଲ୍ଲା ବାସୀଙ୍କୁ ମିଡ଼ିଆ ଜରିଆରେ ଏସପି ଶ୍ରୀ ପଣ୍ଡା ଆଜି ନିବେଦନ କରିଛନ୍ତି l ଏବଂ ପରି ରଥ, ହକି ରଥ କାର୍ଯ୍ୟକ୍ରମରେ ଯେମିତି ସମସ୍ତ ଙ୍କ ସହଯୋଗ ରେ ସର୍ବୋଚ୍ଚ ନମ୍ବର ରେ ପୁରସ୍କୃତ ହୋଇ ଜିଲ୍ଲାର ଗୌରବ ଆଣିଥିଲା ପୂର୍ବର ସେଇ ରେକର୍ଡକୁ ବଜାୟ ରଖିବାକୁ ଉଦ୍ୟମ ଜାରି ରଖିବା ବୋଲି ମଧ୍ୟ ଏସପି କହିଛନ୍ତି l ଏହି ସମ୍ମିଳନୀରେ ଅତିରିକ୍ତ ଏସପି ବୀରେନ୍ଦ୍ର ନାଏକ, ଏସପି ଷ୍ଟେନୋ କୃତିବାସ ମିଶ୍ର, ଏଏସଆଇ ଭିଡିଓ ଗ୍ରାଫର ପଦ୍ମ ଲୋଚନ ଦାସ ଏଲଇଡି ଟିଭିରେ ସଚେତନତା ରଥ ଉପରେ ଡେମୋ ପ୍ରଦର୍ଶନରେ ସହଯୋଗ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.