ଉଜେୟନୀ ନାବାଳିକା ଦୁଷ୍କର୍ମ ମାମଲା : ଅଭିଯୁକ୍ତ ଅଟୋ ଚାଳକ ଗିରଫ

ଓଡ଼ିଆ ବାର୍ତ୍ତା/ ଇନ୍ଦୋର: ଉଜ୍ଜେୟନୀ ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ଅଭିଯୁକ୍ତ ଜଣେ ଅଟୋ ଚାଳକ। ଯାହାଙ୍କ ଅଟୋରେ ଦୁଷ୍କର୍ମ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଅଭିଯୁକ୍ତ ଗିରଫ ହେବା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବ। ଇନ୍ଦୋରର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନାବାଳିକାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି ବୋଲି ହସ୍ପିଟାଲ ପରିଦର୍ଶନରେ ଆସିଥିବା ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର)ର ଜଣେ ସଦସ୍ୟ କହିଛନ୍ତି। ମହାକାଳ ଥାନା ଅଧିକାରୀ ଅଜୟ ବର୍ମା କହିଛନ୍ତି ଯେ ତଦନ୍ତ ସମୟରେ ଅଟକ ଥିବା ଅଭିଯୁକ୍ତ ଭରତ ସୋନି ଖସି ଯିବାକୁ ଚେଷ୍ଟା କରୁଥିଲା। ପୁଲିସ ତାଙ୍କୁ ଅପରାଧ ସ୍ଥାନକୁ ନେଇଥିଲା ଏବଂ ପୋଷାକ ଛିଣ୍ଡି ଯାଇଥିବାର ପ୍ରମାଣ ସଂଗ୍ରହ କରିଥିଲା। ଏହି ସମୟରେ ଏକ ସିମେଣ୍ଟ ରାସ୍ତାରେ ଖସିଯିବାକୁ ଉଦ୍ୟମ କରିବାରୁ ପୁଲିସ ତାଙ୍କୁ ପିଛା କରି ଧରିଥିଲା ବୋଲି ଅଜୟ ବର୍ମା ଗଣମାଧ୍ୟମକୁ କହିଛନ୍ତି। ଏହି ଘଟଣା ଘଟିଥିବା ବେଳେ ଦୁଇ ଜଣ ପୁଲିସ କର୍ମଚାରୀ ମଧ୍ୟ ଗୋଡାଇବା ବେଳେ ଆହତ ହୋଇଛନ୍ତି।ଅଧିକାରୀ ଆହୁରି କହିଛନ୍ତି, ଏହି ମାମଲାରେ ଏକମାତ୍ର ଅଭିଯୁକ୍ତ ସୋନି ସହରର ନାନାଖେଡା ଅଞ୍ଚଳର ବାସିନ୍ଦା। ପୂର୍ବରୁ ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ତାଙ୍କୁ ଅଟକ ରଖିଥିବା ବେଳେ ତାଙ୍କ ଅଟୋର ପାସେଞ୍ଜର ସିଟରେ ରକ୍ତ ଛିଟା ପଡ଼ିଥିବା ପୁଲିସ ଜାଣିବାକୁ ପାଇଛି। ସୂଚନାଯୋଗ୍ୟ ଯେ, ସୋମବାର ଦିନ ମହାକାଳ ଥାନା ଅନ୍ତର୍ଗତ ଏକ ରାସ୍ତାରେ ଯୁବତୀ ଜଣକ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା। ଡାକ୍ତରୀ ପରୀକ୍ଷାରେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ଜଣାପଡ଼ିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.