ଛାତ୍ରଙ୍କୁ ସହପାଠୀକୁ ଚାପୁଡା ମାରିବାକୁ କହି ଶିକ୍ଷୟତ୍ରୀ ଗିରଫ

ଜଣେ ଛାତ୍ରୀ ପ୍ରଶ୍ନର ଉତ୍ତର ନଦେବାରୁ ଅନ୍ୟ ସମ୍ପ୍ରଦାୟର ଜଣେ ସହପାଠୀଙ୍କୁ ଚାପୁଡ଼ା ମାରିବା ପାଇଁ ନିର୍ଦ୍ଦେଶ ଦେବା ପରେ ଗୁରୁବାର ଜଣେ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ସାମ୍ପ୍ରଦାୟିକ ଘୃଣା ସୃଷ୍ଟି କରିବା ଅଭିଯୋଗରେ ଗିରଫ କରାଯାଇଛି। ୟୁପି ସମ୍ଭଲ ଜିଲ୍ଲା ଅସମୋଲି ଥାନା ଅନ୍ତର୍ଗତ ଦୁଗାବାର ଗାଁରେ ଥିବା ଏକ ଘରୋଇ ସ୍କୁଲରେ ମଙ୍ଗଳବାର ଏହି ଘଟଣା ଘଟିଛି। ଏହି ଘଟଣା ସେପ୍ଟେମ୍ବର ୨୬ରେ ଦୁଗାବାର ଗାଁର ଏକ ଘରୋଇ ସ୍କୁଲରେ ଘଟିଥିଲା ଏବଂ ଗୁରୁବାର ଦିନ ବାଳକର ବାପା ଏକ ଏଫ୍ଆଇଆର୍ ରୁଜୁ କରିଥିଲେ। ଏହାର କିଛି ଘଣ୍ଟା ପରେ ଏହି ଗିରଫଦାରୀ ହୋଇଛି। ବାପା କହିଛନ୍ତି ଯେ ତାଙ୍କ ପୁଅ ଶିକ୍ଷୟତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେବାରେ ଅସମର୍ଥ ଥିଲା ଏବଂ ସେ ତାଙ୍କ ସହପାଠୀଙ୍କୁ ପୂରା କ୍ଲାସ୍ ସାମ୍ନାରେ ଚାପୁଡ଼ା ମାରିବାକୁ କହିଥିଲେ। ତାଙ୍କ ପୁଅ ନିଜକୁ ଅପମାନିତ ମନେ କରିବା ସହ ଘରେ ବିବ୍ରତ ହୋଇପଡ଼ିଥିଲେ। ଏହି ସମୟରେ ଏହା ଜଣା ପଡ଼ିନାହିଁ ଯେ ଶିକ୍ଷୟତ୍ରୀଙ୍କ ଦ୍ୱାରା ସାମ୍ପ୍ରଦାୟିକ ମନ୍ତବ୍ୟ ଦିଆୟାଇଥିଲା କି ନାହିଁ। ଅତିରିକ୍ତ ପୁଲିସ ଅଧୀକ୍ଷକ ଶ୍ରୀଶ ଚନ୍ଦ୍ର କହିଛନ୍ତି, “ପିଲାଟିର ବାପା ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅର ଶିକ୍ଷୟତ୍ରୀ ସଙ୍ଖ୍ୟାଲଘୁ ସମ୍ପ୍ରଦାୟର ଜଣେ ଛାତ୍ରଙ୍କୁ ଚାପୁଡ଼ା ମାରିବାକୁ କହିଥିଲେ। ଆମେ ଆଇପିସିର ଧାରା ୧୫୩ (ଧର୍ମ, ଜାତି ଇତ୍ୟାଦି ଆଧାରରେ ଦୁଇ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା) ଏବଂ ୩୨୩ (ସ୍ୱେଚ୍ଛାକୃତ ଭାବେ କ୍ଷତି ପହଞ୍ଚାଇବା) ଅନୁଯାୟୀ ଏକ ଏଫ୍ଆଇଆର୍ ପଞ୍ଜିକୃତ କରିଛୁ। ଆମେ ଶିକ୍ଷୟିତ୍ରୀ ଶାଇସ୍ତାଙ୍କୁ ଗିରଫ କରିଛୁ ଏବଂ ତାଙ୍କୁ ପଚରାଉଚରା କରୁଛୁ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.