ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ : ଅଭିଯୁକ୍ତ ଯୁବକ କୋର୍ଟ ଚାଲାଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଶ୍ୱନାଥପୁର ଥାନା ଅଞ୍ଚଳରେ ଜଣେ ୪୦ ବର୍ଷୀୟ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ଯୁବକକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ବିଶ୍ବନାଥପୁର ଥାନା ପୋଲିସର ସୁଚନା ଅନୁଯାୟୀ ଗତ ରବିବାର ସନ୍ଧ୍ୟାରେ ବିଶ୍ୱନାଥପୁର ଥାନା ଅଞ୍ଚଳର ଜଣେ ମହିଳା ନିଜ ଭଉଣୀଙ୍କୁ ଛାଡିଯାଇ ନିଜ ଗାଁକୁ ଫେରିବା ସମୟରେ ସନ୍ଧ୍ୟା ହୋଇ ଯାଇଥିଲା। ଏହି ସମୟରେ ଲାଞ୍ଜିଗଡ଼ ବ୍ଳକ ବିଶ୍ୱନାଥପୁର ଥାନା କୁମଖାଲ ପଞ୍ଚାୟତ ପିପଲପଡାର ପଦ୍ମ ବିଭାର ନାମକ ଜଣେ ଯୁବକ ମହିଳା ଜଣଙ୍କୁ ରବିବାର ସନ୍ଧ୍ୟାରେ ଏକୁଟିଆ ଦେଖି ନିଜ ବାଇକରେ ବସାଇ ତାଙ୍କ ଘରେ ଛାଡ଼ିଦେବି କହିଥିଲା। ସନ୍ଧ୍ୟା ହୋଇଥିବା ଯୋଗୁଁ ମହିଳା ଜଣକ ପରିଚିତ ଯୁବକଙ୍କ କଥାରେ ରାଜି ହୋଇଗଲା। ଯୁବକ ନିଜ ବାଇକରେ ବସେଇ ମହିଳାଙ୍କ ଗାଁ ପୂର୍ବରୁ ଏକ ପୋଲ ନିକଟରେ ଥିବା ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲା। ପିଡିତା ମହିଳାଙ୍କ ଦେହ ଅସୁସ୍ଥ ଥିବାରୁ ସେ ବୁଧବାର ବିଶ୍ୱନାଥପୁର ଥାନାରେ ଆସି ଅଭିଯୋଗ କରିଥିଲା। ମହିଳାଙ୍କ ଅଭିଯୋଗ ଆଧାରରେ ବିଶ୍ଵନାଥପୁର ଥାନା ଅଧିକାରୀ ମମତା ହେମରମ ନେତୃତ୍ୱରେ ପୋଲିସ ଟିମ କୁମଖାଲର ପିପଲ ପଡା ଯାଇ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ଥାନାକୁ ଆଣି ତଦନ୍ତ ପରେ କେସ ନମ୍ବର ୮୭,୨୭/୯/୨୩ ସେକ୍ସନ ୩୭୬/(୧),୩୨୩ ଆପିସି ଅନୁସାରେ ଏକ ମାମଲା ରୁଜୁ କରି ଗୁରୁବାର ଅପରାହ୍ନ ଚାରି ଘଣ୍ଟା ସମୟରେ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.