ବଲାଙ୍ଗିର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଶାସ୍ତ୍ରୀ ନଗରରେ ଆୟୁଷ୍ମାନ ଭବ ସ୍ୱାସ୍ଥ୍ୟ ମେଳା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ପ୍ରମୋଦ ସେଲମା): ସ୍ଥାନୀୟ ଶାସ୍ତ୍ରୀ ନଗର କ୍ଳବ ପରିସର ମଧ୍ୟରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଆରମ୍ଭ କରାଯାଇଥିବା “ଆୟୁଷ୍ମାନ ଭବ ଅଭିଯାନ”ର ସପ୍ତାହ ବ୍ୟାପି ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମଧ୍ୟରେ ଏକ ସ୍ୱାସ୍ଥ୍ୟ ମେଳା ବଲାଙ୍ଗିର ସହରର ସ୍ଥାନୀୟ ଶାସ୍ତ୍ରୀ ନଗର ଯୁବକ ସଂଘ ପକ୍ଷରୁ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ସ୍ୱାସ୍ଥ୍ୟ ମେଳାରେ ସହରାଞ୍ଚଳ ପରିତ୍ୟକ୍ତ ଅଂଚଳରୁ ପ୍ରାୟ ୧୩୦ ଜଣ ବିଭିନ୍ନ ବର୍ଗର ରୋଗୀ ଆସି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଯଥା : ରକ୍ତ ଚାପ, ମଧୁମେହ, ଉଚ୍ଚତା, ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଅଣସଂକ୍ରମଣ ରୋଗ ର ଚିକିତ୍ସା ତଥା ପରୀକ୍ଷା କରାଯାଇଥିଲା l ଏହା ଛଡା ଭାରତ ଓ ଓଡି଼ଶା ସରକାରଙ୍କ ମିଳିତକ୍ରମରେ ପ୍ରାରମ୍ଭ କରାଯାଇଥିବା ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡକୁ ଆଭା-ପରିଚୟ ମାଧ୍ୟମରେ ନିର୍ଣ୍ଣୟ କରାଯାଇ, ୮୦ ଜଣ ହିତାଧିକାରୀଙ୍କ ଆୟୁଷ୍ମାନ କାର୍ଡ ତିଆରି କରାଯାଇଥିଲା l ଉପରୋକ୍ତ ସ୍ୱାସ୍ଥ୍ୟ ମେଳାରେ ସତ୍ୟ ରଞ୍ଜନ ମିଶ୍ର ଓ ରବି ରଞ୍ଜନ ପୂଜାରୀ, ନିର୍ଦ୍ଧେଶକ ଓ ଚେୟାରମ୍ୟାନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଯୋଗଦାନ କରି ଆୟୁଷ୍ମାନ ଭବର ସାପ୍ତାହିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ ଓ ଆସନ୍ତା ସ୍ୱାସ୍ଥ୍ୟ ମେଳା ସମ୍ପର୍କରେ ବିଶେଷ ଆୟୋଜନ ଓ ସାଧାରଣ ସ୍ୱାସ୍ଥ୍ୟ ପାଇଁ ଲୋକ ସଚେତନତା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.