ଶିକ୍ଷା ଆମର ମେରୁଦଣ୍ଡ -ପୁଷ୍ପେନ୍ଦ୍ର ସିଂହଦେଓ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଶିକ୍ଷା ଆମର ମେରୁଦଣ୍ଡ । ଶିକ୍ଷା ଓ ଶିକ୍ଷାୟତନ ର ଭିତ୍ତିଭୂମି ବିକାଶ ସହ ଶିକ୍ଷାର ମାନ ବୃଦ୍ଧି ଆମର ଲକ୍ଷ୍ୟ ହେବା ଉଚିତ ବୋଲି ଆଜି ଶହେ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ର ଉଦ୍ଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁଷ୍ପେନ୍ଦ୍ର ସିଂହଦେଓ ମତବ୍ୟକ୍ତ କରିଛନ୍ତି । କଳାହାଣ୍ଡି ଜିଲ୍ଲା ମ,ରାମପୁର ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟରେ ନବ ନିର୍ମିତ ଅନୁସୂଚିତ ଜାତି ଓ ଜନଜାତି ଛାତ୍ର ଙ୍କ ପାଇଁ ଶହେ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ର ଶୁଭାରମ୍ଭ ହେଇ ଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ଆଚାରୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ କମ୍ବୁ ପାଣି ମିଶ୍ର, ଅତିଥି ଶିକ୍ଷକ ଶିବ ପ୍ରସାଦ ଶତପଥୀ, ସାମ୍ବାଦିକ ତଥା ବିଦ୍ୟାଳୟ ର ଏସ୍ ଏମ ଡି ସି ସଦସ୍ୟ ନିରଞ୍ଜନ ମହାରଣା, ଏସ ଏମ୍ ଡି ସି ସଦସ୍ୟ ରମାକାନ୍ତ ପ୍ରହରାଜ, ସାମ୍ବାଦିକ ହେମନ୍ତ ସାହୁ ଯୋଗ ଦେଇଥିଲେ। ପ୍ରାରମ୍ଭ ରେ ମୁଖ୍ୟ ଅତିଥି ପୂଜାର୍ଚ୍ଚନା ପରେ ଛାତ୍ରାବାସ କୋଠା ଉଦ୍ଘାଟନ କରିଥିଲେ ଏବଂ ପରେ ସଭା କାର୍ଯ୍ଯ ଅନୁଷ୍ଠିତ ହେଇ ଥିଲା। ପ୍ରାରମ୍ଭ ରେ ଛାତ୍ରୀ ମାନେ ସ୍ବାଗତ ନୃତ୍ୟ ପରିବେଷଣ କରିଥିଲେ। ଶିକ୍ଷକ ଶେଷଦେବ ସାହୁ ସଭା କାର୍ଯ୍ଯ ପରିଚାଳନା ଓ ଶିକ୍ଷକ ଶମ୍ଭୁ ଭୂଷଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ର କର୍ମଚାରୀ ମାନେ ସହଯୋଗ କରିଥିଲେ।