ସିପିଆଇଏମ୍ ପକ୍ଷରୁ ବିଭିନ୍ନ ଦାବି ନେଇ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ .ରାମପୁର ସିପିଆଇଏମ୍ ପକ୍ଷରୁ ବିଭିନ୍ନ ଦାବି ନେଇ ଆଜି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରଥମେ ସିପିଆଇଏମ୍ ର କର୍ମକର୍ତ୍ତାମାନେ ସ୍ଥାନୀୟ ଚାରିଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବ୍ଳକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଆଦିବାସୀ ଓ ପାରମ୍ପରିକ ଅଧିବାସୀଙ୍କ ଜଙ୍ଗଲ ଜମର ଅଧିକାର ପ୍ରଦାନ, ସମସ୍ତ ଚାଷୀଙ୍କ ଠାରୁ ସରକାରୀ ଦରରେ ମଣ୍ଡି ଜରିଆରେ ଧାନ କ୍ରୟ କରାଯାଉ, ଟୋକନ ବ୍ୟବସ୍ଥା ବନ୍ଦ କରାଯାଉ, ମ.ରାମପୁରକୁ ରାଜସ୍ୱ ଉପଖଣ୍ଡର ମାନ୍ୟତା ପ୍ରଦାନ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଉପଖଣ୍ଡ ସ୍ତରୀୟ ସ୍ବାସ୍ଥ୍ୟ କେନ୍ଦ୍ରର ମାନ୍ୟତା ପ୍ରଦାନ, ଖାଲି ପଡିଥିବା ବିଶେଷଜ୍ଞ ପଦବୀ ପୂରଣ, ଉର୍ଲାଦାନୀ ପଞ୍ଚାୟତର ୮ଗୋଟି ଗାଁର ପାନୀୟ ଜଳ ସମସ୍ୟା, ବିଦ୍ୟୁତ୍ ସମସ୍ୟା ସମାଧାନ ଆଦି ୭ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ମ.ରାମପୁର ବ୍ରାଞ୍ଚ କମିଟି ସଂପାଦକ ସତ୍ୟଜିତ ଚାଟାର୍ଜୀ, ଜିଲ୍ଲା କମିଟି ସଦସ୍ୟ ଗଙ୍ଗାଧର ପ୍ରହରାଜ, ଶତୃଘ୍ନ ରଣା, ପୁରନ୍ଦର ସିଂ ଠାକୁର, ଅନିରୁଦ୍ଧ ଭୋଇ, କୁମରମଣି ମାଝୀ, ନକୁଳ ନାଏକ, ବିନିତା ରାଉତଙ୍କ ସମେତ ଅନେକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.