ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ନିରାପଦ ଗର୍ଭପାତ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଏମସିଏଚ୍ ପ୍ରକୋଷ୍ଠରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଶ୍ୱରଞ୍ଜନ ପତିଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତିକ ନିରାପଦ ଗର୍ଭପାତ ଦିବସ ପାଳିତ ହୋଇ ଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଡିସି) ଡା. ରମେଶ ଚନ୍ଦ୍ର ସ୍ୱାଇଁ, ବରିଷ୍ଠ ସ୍ତ୍ରୀରୋଗ ବିଶେଷଜ୍ଞ ଡା. ପ୍ରକାଶ ଦଣ୍ଡସେନା, ଜିଲ୍ଲା ସଂଯୋଜକ ବିଶ୍ୱମ୍ବର ବେହେରା ପ୍ରମୂଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ I ଅତିଥିମାନେ ନିରାପଦ ଗର୍ଭପାତ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇ, ନିରାପଦ ଗର୍ଭପାତ ନିମନ୍ତେ ସୁବିଧା ଉପଲବ୍ଧ ଥିବା ସ୍ୱୀକୃତି ପ୍ରାପ୍ତ ଡାକ୍ତରଖାନାର ସୁଯୋଗ ନେଇ ମା ମୃତ୍ୟୁକୁ ରୋକିବାରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି, ପୁନଶ୍ଚ ଏହା ଉପରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରି ସୁସ୍ଥ ସମାଜ ଗଠନରେ ସହାୟକ ହେବାକୁ ଆହ୍ୱାନ ଦେଇଛନ୍ତି I ଅତିରିକ୍ତ ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ଉକ୍ତ ସଭାରେ ଇନ୍ଦୁରେଖା ବେହେରା ଏମସିଏଚ୍-ଇନଚାର୍ଜ, ଡିଇଓ ନାରାୟଣ ରଥ ସହଯୋଗ କରିଥିଲେ I ସଭାରେ ୬ ଜଣ ଆଶାକର୍ମୀଙ୍କୁ ଅତିଥିବୃନ୍ଦ ସମ୍ମାନିତ କରିଥିଲେ I ସଭାରେ ଏମସିଏଚର କର୍ମକର୍ତ୍ତା ବୃନ୍ଦ, ଆଶା, ଏଏନଏମ ତଥା ପିଏନସି-ମାଁ, ସ୍ୱାସ୍ଥ୍ୟ ଅଧିକାରୀ ବୃନ୍ଦ ଓ ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିଲେ I ଶେଷରେ ଏଏମସିପି ତରଣୀସେନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ I

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.