ଦୁଇ ଦିନିଆ ରାୟଗଡା ଗସ୍ତରେ ସୂଚନା ପ୍ରଯୁକ୍ତି ବିଭାଗ ଉପଦେଷ୍ଠା ଅନୁଭବ ପଟ୍ଟନାୟକ

ପଞ୍ଚାୟତ ମୁଖ୍ୟାଳୟକୁ ହାଇସ୍ପିଡ୍‍ ଇଣ୍ଟରନେଟ ସଂଯୋଗ କାର୍ଯ୍ୟ ତଦାରଖ

୫ଟି ସ୍କୁଲରେ ଇ-ଲାଇବ୍ରେରୀ, ଇଣ୍ଟରନେଟ ସେବା ଅଗ୍ରଗତି ନେଇ ସମୀକ୍ଷା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ) : ଦୁଇ ଦିନିଆ ରାୟଗଡା ଗସ୍ତରେ ସୂଚନା ପ୍ରଯୁକ୍ତି ବିଭାଗ ଉପଦେଷ୍ଠା ଅନୁଭବ ପଟ୍ଟନାୟକ । ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ କାର୍ଯ୍ୟାଳୟରେ ଆଗାମୀ ଦିନରେ ଇଣ୍ଟରନେଟ ସଂଯୋଗ ସହ ୫ଟି ବିଦ୍ୟାଳୟରେ ଇଣ୍ଟରନେଟ ସେବା ଯୋଗାଣ ସକାଶେ ଚାଲୁ ରହିଥିବା କାର୍ଯ୍ୟର ଅଗ୍ରଗତି ନେଇ ଉପଦେଷ୍ଠା ଶ୍ରୀ ପଟ୍ଟନାୟକ ତଦାରଖ କରିଥିବା ଜଣାପଡିଛି । ତେବେ ଶ୍ରୀ ପଟ୍ଟନାୟକ କୋରାପୁଟ ଗସ୍ତ ସାରି ଗତ ୨୬ ତାରିଖ ସନ୍ଧ୍ୟାରେ ରାୟଗଡାରେ ପହଞ୍ଚିଥିଲେ । ଏହା ପରେ ଗତ ୨୭ ତାରିଖଦିନ ଶ୍ରୀ ପଟ୍ଟନାୟକ କୋଲନରା ବ୍ଲକର କୈଳାଶପୁର ପଞ୍ଚାୟତ ସଦର ମହକୁମା, ରାମନାଗୁଡା ବ୍ଲକର କୁଜେନ୍ଦ୍ରୀ ପଞ୍ଚାୟତ କାର୍ଯ୍ୟାଳୟ ସମେତ ଗୁଣୁପୁରର ବ୍ଲକ କାର୍ଯ୍ୟାଳୟ, ଜଗନ୍ନାଥପୁର ପଞ୍ଚାୟତ କାର୍ଯ୍ୟାଳୟ, ଡମ୍ବସରା ସମେତ ପଦ୍ମପୁର ବ୍ଲକର କେନ୍ଦୁଗୁଡା ପଞ୍ଚାୟତ କାର୍ଯାଳୟ ଏବଂ ଖିଲାପଦର ପଞ୍ଚାୟତ ସହିତ ପାଶ୍ୱର୍ସ୍ତ ୫ଟି ବିଦ୍ୟାଳୟ ଗୁଡିକ ମଧ୍ୟ ଶ୍ରୀ ପଟ୍ଟନାୟକ ପରିଦର୍ଶନ କରିଥିବା ଜଣାପଡିଛି । ଭାରତ ସଞ୍ଚାର ନିଗମ ତରଫରୁ ୫ଟି ବିଦ୍ୟାଳୟ ଏବଂ ପଞ୍ଚାୟତ କାର୍ଯ୍ୟାଳୟକୁ ହାଇସ୍ପିଡ ଇଣ୍ଟେରନେଟ ସଂଯୋଗ କରାଯିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରହିଛି । ପଞ୍ଚାୟତ ସଦର ମହକୁମାରେ ମୋ ସେବା ତଥା ଗ୍ରାହକ ସେବା କେନ୍ଦ୍ର ସ୍ଥାପନ ସହ ବ୍ୟାଂଙ୍କି ବ୍ୟବସ୍ଥା ସହ ଯୋଡିବା ନେଇ ଲକ୍ଷ୍ୟ ରହିଛି । ସେହିପରି ୫ଟି ଅନ୍ତର୍ଗତ ରୂପାନ୍ତରିତ ବିଦ୍ୟାଳୟରେ ଇ ଲ୍ୟାବ୍ରେରୀ ପ୍ରତି ଏବଂ ପ୍ରତ୍ୟେକ କମ୍ପୁଟର ବ୍ୟବସ୍ଥାରେ ହାଇସ୍ପିଡ୍‍ ଇଣ୍ଟରନେଟ ସଂଯୋଗ ପ୍ରଦାନ କରାଯିବା ନେଇ ପ୍ରକ୍ରିୟା ଚାଲୁ ରହିଛି । ତେଣୁ ଉକ୍ତ କାର୍ଯ୍ୟ ଅଗ୍ରଗତି ନେଇ ଶ୍ରୀ ପଟ୍ଟନାୟକ ସମୀକ୍ଷା କରିବା ସହ ଆସନ୍ତା ଡିସେମ୍ବର ମାସ ଶେଷ ସୁଦ୍ଧା ଉକ୍ତ କାର୍ଯ୍ୟ ଗୁଡିକ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.