ରାୟଗଡା ଡାକ ବିଭାଗ ଡିଭିଜନ ପକ୍ଷରୁ ମୋ ଦେଶ ମୋ ମାଟି ଅଭିଯାନ

୪ର୍ଥ ବାଟାଲିୟନ ସିଆରପିଏଫ କ୍ୟାମ୍ପରୁ କଳସରେ ମାଟି ସଂଗ୍ରହ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଦେଶର ବୀର – ବୀରଙ୍ଗାନା ମାନଙ୍କୁ ପ୍ରଣାମ ତଥା ସମ୍ମାନ ଜଣାଇବା ପାଇଁ ନୂଆଦିଲ୍ଳୀର କର୍ତବ୍ୟ ପଥ କଡରେ ନିର୍ମାଣ ହେବାକୁ ଥିବା ଅମୃତ ବାଟିକା ଉଦ୍ୟାନରେ ଦେଶର ସମସ୍ତ କୋଣ ଅନୁକୋଣରୁ କଳସରେ ମାଟି ସଂଗ୍ରହ କରିବା ନିମନ୍ତେ ଭାରତ ସରକାର ମୋ ମାଟି ମୋ ଦେଶ ଅଭିଯାନ ଆରମ୍ଭ କରିଛନ୍ତି | ଏହି ପରିପ୍ରେକ୍ଷୀରେ ରାୟଗଡା ଡାକ ବିଭାଗ ଡିଭିଜନ ପକ୍ଷରୁ ମଧ୍ୟରେ ଏକ ମାଟି ସଂଗ୍ରହ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା | ରାୟଗଡା ମୁଖ୍ୟ ଡାକଘର ତଥା ଡିଭିଜନ କାର୍ଯ୍ୟାଳୟରୁ କଳସ ଯାତ୍ରା ବାହାରି ୪ର୍ଥ ବାଟାଲିୟନ ସିଆରପିଏଫ ହେଡ଼ କ୍ଵାଟର୍ସରେ ପହଞ୍ଚିଥିଲା | ସେଠାରେ ଡେପୁଟି କମାଣ୍ଡେଣ୍ଟ ଜ୍ୟୋତିର୍ମୟୀ ଆଚାର୍ଯ୍ୟ ଏବଂ ଯବାନମାନେ ହେଡ଼କ୍ଵାଟର୍ସ ପରିସରରୁ ପବିତ୍ର ମାଟି ଆଣି କଳସରେ ପକାଇଥିଲେ | ଶହୀଦ ଓ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଂଜଳି ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି । ସ୍ୱାଧୀନତାର ୭୫ବର୍ଷ ପୂର୍ତି ଅବସରରେ ଆଜାଦି କା ମହୋତ୍ସବ ପାଳନର ସମାପନର ସ୍ମୃତି ପାଇଁ କେନ୍ଦ୍ର ସରକାରଙ୍କ ପଂଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ମେରି ମାଟି ମେରା ଦେଶ ଅଭିଯାନ ସହ ଅନ୍ୟ ସମ୍ବନ୍ଧୀତ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ବୋଲି ରାୟଗଡା ଡାକ ବିଭାଗ ଡିଭିଜନ ଉପ ଅଧିକ୍ଷକ ସିଏଚ. ଜବାହର ରାଓ ପ୍ରକାଶ କରିଛନ୍ତି | ରାୟଗଡା ଡାକ ବିଭାଗ ଡିଭିଜନ ପକ୍ଷରୁ ୧୦ ଗୋଟି ଗ୍ରାମ ପଞ୍ଚାୟତରୁ ପବିତ୍ର ମାଟି ସଂଗ୍ରହ କରାଯାଇ ନୂଆଦିଲ୍ଲୀକୁ ପଠାଯିବ ବୋଲି ଶ୍ରୀ ରାଓ ଜଣାଇ ଥିବା ବେଳେ ଡାକ ବିଭାଗର ବହୁ ଅଧିକାରୀ ଓ କର୍ମଚାରୀ ମାନେ ସାମିଲ ହୋଇ ବିଭିନ୍ନ ସ୍ଲୋଗାନ ଦେଇଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.