ବରିଷ୍ଠ ସାମ୍ବାଦିକ ନରସିଂହ ନାଥ ପାଢୀଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆରପାରିରେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ନରସିଂହ ନାଥ ପାଢୀ । ୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ସ୍ୱର୍ଗତ ପାଢୀଙ୍କ ଦେହାନ୍ତ ଖବର ଆସିବା ପରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ସ୍ୱର୍ଗତ ପାଢୀଙ୍କ ବଡପୁଅ ଲକ୍ଷ୍ମନାରାୟଣ ପାଢୀ, ମଝିଆ ପୁଅ ସୂର୍ଯ୍ୟ ନାରାୟଣ ପାଢୀ, ସାନପୁଅ ସତ୍ୟାନାରାୟଣ ପାଢୀଙ୍କ ସମତେ ତିନି ବୋହୂ, ଦୁଇ ଝିଅ, ଜ୍ୱାଇଁ, ନାତିନାତୁଣି ଉପସ୍ଥିତ ଥିଲେ । ବ୍ରାହ୍ମଣସାହି ସ୍ଥିତ ଶ୍ମାଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ସ୍ୱର୍ଗତ ପାଢୀ ୧୯୩୭ ମସିହାରେ ଜନ୍ମଗ୍ରହଣ କରିଥିଲେ । ସରକାରୀ ଚାକିରୀରୁ ଅବସର ନେବା ପରେ ସାମ୍ବାଦିକ ବୃତିକୁ ଆପଣାଇଥିଲେ । ୧୯୯୭ ମସିହାରେ ଭୂବନେଶ୍ୱରରୁ ପ୍ରକାଶ ପାଉଥିବା ଖବର କାଗଜ କ୍ରାନ୍ତିଧାରାରେ ଜିଲ୍ଲା ପ୍ରତିନିଧି ଭାବେ ନିଜର ଦ୍ୱିତୀୟ ଅଧ୍ୟାୟ ଆରମ୍ଭ କରିଥିଲେ । ସ୍ୱର୍ଗତ ପାଢୀ ଜଣେ ସଚ୍ଚୋଟ ତଥା ନିର୍ଭିକ ସାମ୍ବାଦିକ ଭାବେ ସମଗ୍ର ଜିଲ୍ଲାରେ ବେଶ୍ ପରିଚିତ ଥିଲେ । ଜିଲ୍ଲାରେ ଥିବା ସମସ୍ୟା ଗୁଡିକୁ କ୍ରାନ୍ତିଧାରା ଖବର କାଗଜରେ ପ୍ରକାଶ ପ୍ରକାଶ କରି ସମସ୍ୟାର ସମାଧାନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ନିଜ ଚାକିରୀ କାଳ ସମୟରେ ବିଭିନ୍ନ ସରକାରୀ କର୍ମଚାରୀ ସଂଘର ସଭାପତି ତଥା ଉପଦେଷ୍ଟା ପଦବୀରେ ରହି କାମ ମଧ୍ୟ କରିଆସୁଥିଲେ । ଅବସର ପରେ ପ୍ରାୟ ୧୨ଟି ସଂଗଠନରେ ଦାୟିତ୍ୱ ମଧ୍ୟ ତୁଲାଇା ଆସୁଥିଲେ । ଏଥି ମଧ୍ୟରେ ଥିଲା ଓଡିଶା ଜର୍ଣ୍ଣାଲିଷ୍ଟ ଆସୋସିଏସନର ରାଜ୍ୟ ଉପଦେଷ୍ଟା, ରାଜ୍ୟ ବରିଷ୍ଠ ନାଗରିକ ସଂଘର ଉପ-ସଭାପତି, ରାୟଗଡା ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଉପଦେଷ୍ଟା, ପ୍ରେସ୍ କ୍ଲବ ରାୟଗଡାର ଉପଦେଷ୍ଟା, ଷ୍ଟାମ ଭେଣ୍ଡର ସଂଘର ସଭାପତି ପରି ପଦବୀର ରହି ନିଜ କାର୍ଯ୍ୟକୁ ସୁଚାରୁ ରୂପେ ସଂପାଦନ କରିଥିଲେ । ସ୍ୱର୍ଗତ ପାଢୀ, ଅବିଭକ୍ତ କୋରାପୁଟ ଜିଲ୍ଲାର ଜଣେ ମାତ୍ର ସରକାରୀ ସ୍ୱିକୃତିପ୍ରାପ୍ତ ସାମ୍ବାଦିକ ଭାବେ ଓଡିଶା ସରକାରଙ୍କ ଠାରୁ ପରିଚୟପତ୍ର ପାଇ ଆସୁଥିଲେ । ସ୍ୱର୍ଗତ ପାଢୀଙ୍କ ନିଧନରେ କ୍ରାନ୍ତିଧାରା ଖବର କାଗଜର ସଂପାଦକ ଗୋବିନ୍ଦ ଚନ୍ଦ୍ର ସାମଲ ଦୁଃଖ ପ୍ରକାଶ କରିବା ସହ ଗଭୀର ଶ୍ରଦ୍ଧାଜଂଳୀ ଜ୍ଞାପନ କରିଛନ୍ତି । କ୍ରାନ୍ତିଧାରା ଜଣେ ନିର୍ଭିକ ତଥା ସଚୋଟ ସାମ୍ବାଦିକକୁ ହରାଇଲା ବୋଲି ଶ୍ରୀସାମଲ ପ୍ରକାଶ କରିଛନ୍ତି । କ୍ରାନ୍ତିଧାରା ଖବରକାଗଜର ରାଜ୍ୟ ପ୍ରତିନିଧି ବିଶ୍ୱରଂଜନ ମିଶ୍ର, କ୍ରାନ୍ତିଧାରା ସରକାରୀ ସ୍ୱିକୃତିପ୍ରାପ୍ତ ସାମ୍ବାଦିକ ଶରତଚନ୍ଦ୍ର ବେହେରା ମଧ୍ୟ ଗଭୀର ଶ୍ରଦ୍ଧାଜଂଳୀ ଜ୍ଞାପନ କରିଛନ୍ତି । ଏଥି ସହ ଆଇନମନ୍ତ୍ରୀ ଜଗନ୍ନାଥ ସାରକା, କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧିର ଦାଶ, ପୂର୍ବତନ ସାଂସଦ ଏନ.ଭାସ୍କର ରାଓ, ଓଡିଶା ଜର୍ଣ୍ଣାଲିଷ୍ଟ ଆସୋସିଏସନର ସଭାପତି ଶଶିଭୂଷଣ ପ୍ରହରାଜ, ଜିଲ୍ଲା ବିଜେପି ସଭାପତ ଶିବ ପଟ୍ଟନାୟକ, ପିସିସ ରାଜ୍ୟ ସଂପାଦକ ଦୁର୍ଗା ପ୍ରସାଦ ପଣ୍ଡା, ଜିଲ୍ଲା ସୂଚନା ଏବଂ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସଭାପତି ବିନୋଦ ଚନ୍ଦ୍ର ପଣ୍ଡା, ଓକିଲ ସଂଘ ସଭାପତି ଦେବୀ ପଟ୍ଟନାୟକ, ଟ୍ରକ ମାଲିକ ସଂଘ ସଭାପତି ୟାଲା କୋଣ୍ଡାବାବୁ, ଜିଷ୍ଟ ନିର୍ଦେଶକ ଗୋବିନ୍ଦ ଚନ୍ଦ୍ର ରଥ, ପଂଚବଟୀ ଖବର କାଗଜର ସଂପାଦକ ସୁଶାନ୍ତ ନାୟକ, ଫ୍ରେଣ୍ଡସ୍ ୟୁଥ ଆସୋସିଏସନର ସଂପାଦକ ଦିଲ୍ଲୀପ ପଟ୍ଟନାୟକ, ଶିକ୍ଷାବିତ୍ ଦୁଷ୍ମନ୍ତ କୁମାର ମହାନ୍ତି, ସାଲବା ରାଜୁ,ରାଜ୍ୟ ସାମ୍ବାଦିକ ୟୁନିୟନ(esyuje)ରାୟଗଡା ଜିଲ୍ଲା ଶାଖା ସଭାପତି ଶିବ ନାରାୟଣ ଗଉଡ, ଜନଭରସା ଖବରକାଗଜର ସଂପାଦକ ଶିବାଜୀ ଦାଶ, ପ୍ରେସ କ୍ଲବ ସଭାପତି ରଂଜନ ରଥ, ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ବାଦଲ ତା, ପ୍ରେସ ୟୁନିୟନ ସଭାପତି ମାଉଡି ବାରିକ, ପ୍ରେସ ୟୁନିୟନ ରାୟଗଡା ଡିଷ୍ଟ୍ରିକ୍ଟ ସଭାପତି ସୁବାସ ସୁରିଆ, ଜର୍ଣ୍ଣାଲିଷ୍ଟଜାର ର ସଭାପତି ସ୍ମୃତି ମହାନ୍ତି ପ୍ରମୁଖ ସ୍ୱର୍ଗତ ନରସିଂହ ନାଥ ପାଢୀଙ୍କୁ ଗଭୀର ଶ୍ରଦ୍ଧାଜଂଳୀ ଜ୍ଞାପନ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.