ଓପେନ୍ କାରେଟେ ଏବଂ କୁଙ୍ଗ-ଫୁ ଚାମ୍ପିଆନସିପରେ ଦିବ୍ୟାଙ୍ଗ ରମେଶଙ୍କ ସଫଳତା

ଫାଇନାଲରେ ଗୁଜୁରାଟକୁ ହରାଇ ପାଇଲେ ସ୍ୱର୍ଣ୍ଣ ପଦକ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡାର ଦିବ୍ୟାଙ୍ଗ ଏଲ.ରମେଶ କୁମାର ଜିଲ୍ଳା ପାଇଁ ପୁଣି ଆଉ ଏକ ଗୈାରବ ଆଣିଛନ୍ତି । ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦ ସ୍ଥିତ ୟୁସୋଫଗଡ’ର କୋଟଲା ବିଜୟଭାସ୍କର ରେଡ୍ଡି ଇନଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ୨୧ତମ ଜାତୀୟ ଓପନ୍ କାରେଟେ ଏବଂ କୁଙ୍ଗ-ଫୁ ଚାମ୍ପିଆନସିପ -୨୦୨୩ରେ ବରିଷ୍ଠ ବର୍ଗରେ ଫାଇନାଲରେ ଗୁଜରାଟକୁ ହରାଇ ସ୍ୱର୍ଣ୍ଣପଦକ ସହ ଟ୍ରଫି ଜିତିଛନ୍ତି । ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଳା ଭିନ୍ନକ୍ଷମ ମହାସଂଘ ଉପସଭାପତି ସନ୍ତୋଷ କୁମାର ମହାପାତ୍ର,ସଂପାଦକ ଜଳନ୍ଧର ବାଚେଲିଙ୍କ ସମେତ ଅନ୍ୟ ଦିବ୍ୟାଙ୍ଗ ଭାଇଭଉଣୀମାନେ ରମେଶଙ୍କ ଏହି ସଫଳତାକୁ ନେଇ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ଶୁକ୍ରବାର ଦିନ ରମେଶଙ୍କୁ ନେଇ ଜିଲ୍ଳାପାଳଙ୍କ ସହ ସାକ୍ଷାତ କରିଥିଲେ । ରମେଶଙ୍କ ଏଭଳି ସଫଳତାକୁ ନେଇ ଜିଲ୍ଳାପାଳ ସ୍ୱଧାଦେବ ସିଂ ଭୂୟସୀ ପ୍ରଶଂସା କରିବା ସହ ରମେଶଙ୍କ ଉତରତୋର କାମନା କରିଥିବା ନେଇ ସଂପାଦକ ଶ୍ରୀ ବାଚେଲି ପ୍ରକାଶ କରିଛନ୍ତି । ଗତ ଜୁଲାଇ ୨୪ତାରିଖ ଠାରେ ହାଇଦ୍ରାବାଦର ୟୁଶୋଫଗଡରେ ଅନୁଷ୍ଠିତ ଓପେନ୍ କାରେଟେ ଚାମ୍ପିଅନସିପରେ ରମେଶ ବରିଷ୍ଠ ବର୍ଗରେ ଭାଗ ନେଇ କର୍ଣ୍ଣାଟକ,ଉତର ପ୍ରଦେଶ ଓ ମଧ୍ୟ ପ୍ରଦେଶର ଖେଳାଳୀଙ୍କୁ ପରାଜିତ କରି ଫାଇନାଲରେ ଗୁଜରାଟ ଖେଳାଳୀଙ୍କୁ ପରାସ୍ତ କରି ଚାମ୍ପିଆନ୍ ହୋଇଥିଲେ । ତାଙ୍କର ଏହି ସଫଳତାକୁ ନେଇ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୂଅ ଛୁଟିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.