ସୋନପୁର ମହାନଦୀ ଅବବାହିକାରେ କୁମ୍ଭୀର ଆତଙ୍କ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ମହାନଦୀ ଅବବାହିକାରେ କୁମ୍ଭୀର ଆତଙ୍କ ଦେଖା ଦେଇଥିବା ବେଳେ ସୋନପୁର ଅବବାହିକାରେ ମଧ୍ୟ ଆଜି କୁମ୍ଭୀର ଆତଙ୍କ ଦେଖା ଦେଇଛି। ସୋନପୁର- ହିକୁଡି ମହାନଦୀ ବ୍ରିଜ ଉପରକୁ ଏକ କୁମ୍ଭୀର ଦଳ ଭଳିଆ ଦେଖା ଯାଉଥିବା ଦେଖି କିଛି ଯୁବକ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିଥିବା ଦେଖିବାକୁ ମିଳିଥିବା ବେଳେ ଏହି ଦଳ ରେ ପ୍ରାୟ ଚାରି ରୁ ପାଞ୍ଚ ଗୋଟି କୁମ୍ଭୀର ଭଳି ଦେଖାଯାଉଥିବା ଜୀବ ଥିବା ଦେଖା ଯାଇଛି। ସେପଟେ ବନ ବିଭାଗର ଅଧିକାରୀମାନେ ନଦୀ କୂଳିଆ ଅଞ୍ଚଳରେ ସତର୍କତା ମୂଳକ ପଦକ୍ଷେପ ଭାବରେ ମାଇକ ଯୋଗେ କୁମ୍ଭୀର ଆତଙ୍କ ପାଇଁ ନଦୀ ଘାଟକୁ ଗୋଧାଇବା କିମ୍ବା ଶୌଚ ଯିବା ପାଇଁ ଲୋକଙ୍କୁ ବାରଣ କରୁଛନ୍ତି। ଏହାରି ମଧ୍ୟରେ ନଦୀ କୁଳିଆ ଅଞ୍ଚଳ ବସୀ ଭୟଭୀତ ଅବସ୍ଥାରେ ଅଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.