ଆଜି ଶେଷ ହେଉଛି ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଇବା ସମୟ, ବଢିବ କି ଅବଧି..

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆଜି ସରିବ ୨୦୦୦ ନୋଟ୍ ବଦଳ ଅବଧି । ମେ’ ୧୯ରେ ଏହି ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ମେ’ ୨୩ରୁ ନୋଟ୍ ବଦଳାଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ନୋଟଗୁଡ଼ିକୁ ବ୍ୟାଙ୍କରେ ବଦଳାଇବା ଓ ଜମା କରିବା ଲାଗି ରିଜର୍ଭ ବ୍ୟାଙ୍କ ସେପ୍ଟେମ୍ବର ୩୦ ପର୍ୟ୍ୟନ୍ତ ସମୟ ଦେଇଥିଲା ଯାହା ଆଜି ଶେଷ ହେଉଛି ।

Omkar Vasthu
Omkar Vasthu

ଏହାରିଭିତରେ ଆରବିଆଇ ସମୟସୀମା ବୃଦ୍ଧି କରିବାକୁ ଚିନ୍ତା କରୁଛି। ସମୟସୀମା ବୃଦ୍ଧି ପଛରେ ଅନେକ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ଅନେକ ଭାରତୀୟ ବିଦେଶରେ ରହନ୍ତି। ଏଭଳି ପରିସ୍ଥିତିରେ ଏହି ଏନ୍‌ଆରଆଇମାନଙ୍କୁ ଆଉ ଏକ ମାସର ସମୟ ମିଳିଯିବ, ଯାହା ମାଧ୍ୟମରେ ସେମାନେ ସହଜରେ ୨୦୦୦ ଟଙ୍କା ନୋଟ୍‌ ବ୍ୟାଙ୍କରେ ଜମା କରିପାରିବେ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମୁଦ୍ରୀକରଣ ଘୋଷଣା କରିବା ପରେ ବଜାରରେ ଦେଖାଦେଇଥିବା ନଗଦ ରାଶିର ଅଭାବ ପୂରଣ କରିବା ଲାଗି ୨୦୦୦ ଟଙ୍କିଆ ଆସିଥିଲା । ଗତ ମେ’ରେ ବଜାରରେ ସାଢ଼େ ତିନି ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଦୁଇ ହଜାର ଟଙ୍କିଆ ଥିଲା। ସଦ୍ୟତମ ସୂଚନା ଅନୁସାରେ ସେଥିରୁ ୯୩ ପ୍ରତିଶତ ନୋଟ୍‌ ବ୍ୟାଙ୍କ ପାଖକୁ ଫେରିଆସିଛି। ଏବେବି ପ୍ରାୟ ୨୪ ହଜାର କୋଟି ଟଙ୍କାର ୨୦୦୦ ଟଙ୍କିଆ ଫେରିନାହିଁ । ଚଳିତ ବର୍ଷ ମେ’ ୧୯ରେ ସେହି ବଡ଼ ନୋଟ୍‌ ପ୍ରତ୍ୟାହାର କରିବା ବିଷୟରେ ରିଜର୍ଭ ବ୍ୟାଙ୍କ ଘୋଷଣା କରିଥିଲା । ମେ’ ୨୩ରୁ ନୋଟ୍ ବଦଳାଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲା।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.