‘ମୋତେ ଛାଡନି, ଛାଡ଼ିଲେ ପସ୍ତେଇବ’-ରାହୁଲ ଓ ସୋନିଆଙ୍କୁ ଖୋଲା ଚାଲେଞ୍ଜ ଦେଲେ ଓବେସୀଙ୍କ ସାନଭାଇ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଏଆଇଏମଆଇଏମ ଏବଂ ଦଳର ମୁଖ୍ୟ ଅସଦୁଦ୍ଦିନ ଓବେସୀଙ୍କ ସାନ ଭାଇ ଅକବରୁଦ୍ଦିନ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି । ଅସଦୁଦ୍ଦିନ ଓବେସୀଙ୍କ ଦଳକୁ ବିଜେପି ସହ ଯୋଡିବା ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଅକବରୁଦ୍ଦିନ କହିଛନ୍ତି, ‘ମୋତେ ଛାଡନି । ଆମ ସାମ୍ନାରେ କେହି ଜିତି ପାରିବେ ନାହିଁ । ଛାଡିଲେ ପସ୍ତେଇବ  ।’ ହାଇଦ୍ରାବାଦରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଅକବରୁଦ୍ଦିନ ଆହୁରି କହିଛନ୍ତି, ‘ମଜାରେ ମଜାରେ ଅଭିଯୋଗ ଆଣିଥିବା ଲୋକ, ତୁମର ମୁଖିଆ ଗୋଟିଏ ଇମାରତ କରିଛନ୍ତି ? କେହି ଗାନ୍ଧୀ କରିଛନ୍ତି ? କେହି ମୋଦି କରିଛନ୍ତି ? କେବଳ ଓବେସୀ ଏତେ ବଡ ବଡ ଇମାରତ ତିଆରି କରିଛନ୍ତି ।’ ସେ କହିଛନ୍ତି, ଓବେସୀ କେଉଁଠୁ ଆସିଛନ୍ତି ବୋଲି ପଚାରୁଛନ୍ତି । ମୋତେ ଛାଡନି । ଆମ ସାମ୍ନାରେ ତୁମେ ଛିଡ଼ା ହୋଇ ପାରିବ ନାହିଁ । ଏମାନଙ୍କ ପାଖରେ କିଛି ନାହିଁ । କେବଳ ଇଟାଲିବାଲା ଏବଂରୋମ ବାଲା ଏମାନଙ୍କ ପାଖରେ ଅଛନ୍ତି । ସବୁ କିଛି ବାହାରୁ ନେଇ ଆସୁଛନ୍ତି ଏମାନେ ।

ସୂଚନାଥାଉ କି, AIMIMର ମୁଖ୍ୟ ଅସଦୁଦ୍ଦିନ ଓବେସୀ ରାହୁଲ ଗାନ୍ଧୀଙ୍କୁ ହାଇଦ୍ରାବାଦରୁ ନିର୍ବାଚନ ଲଢିବା ପାଇଁ ଖୋଲା ଚାଲେଞ୍ଜ ଦେଇଥିଲେ । ଓବେସୀ କହିଥିଲେ, ‘ୱାଇନାଡାରୁ ନୁହେଁ, ବରଂ ହାଇଦ୍ରାବାଦରୁ ନିର୍ବାଚନ ଲଢି ଦେଖାଅ । ଏଥିସହିତ କଂଗ୍ରେସ ଉପରେ ଆକ୍ରମଣ କରି ସେ କହିଥିଲେ, କଂଗ୍ରେସ କେବଳ ବଡବଡ କଥା କହୁଛି । ରାହୁଲ ଗାନ୍ଧୀ ମୋ ବିରୁଦ୍ଧରେ ଛିଡା ହୁଅନ୍ତୁ ଏବଂ ମୋ ବିରୁଦ୍ଧରେ ନିର୍ବାଚନ ଲଢନ୍ତୁ । ମୁଁ ପ୍ରସ୍ତୁତ ଅଛି ।’

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.