ରାଜସ୍ବ ଅମଲା ସଂଘର ଜିଲ୍ଲାପାଳଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ ଓ ଆଲୋଚନା

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ରାଜସ୍ୱ ଅମଲା ସଙ୍ଘ ସୁବର୍ଣ୍ଣପୁରର ନୂତନ ଜିଲ୍ଲା କର୍ମକର୍ତ୍ତା ଓ ସଭ୍ୟ ମାନଙ୍କ ସମ୍ମାନୀୟ ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ ଓ ଆଲୋଚନା ହୋଇଥିଲା l ଜିଲ୍ଲlପାଳ କର୍ମଚାରୀଙ୍କ ପ୍ରତି ତାଙ୍କର ଭାବାବେଗ ପ୍ରକାଶ ପୂର୍ବକ ଜିଲ୍ଲା ପ୍ରଶାସନକୁ ଲୋକାଭିମୁଖୀ କରିବା ନିମନ୍ତେ ସମସ୍ତ କର୍ମଚାରୀଙ୍କ ସହଯୋଗ ଲୋଡିବା ସଙ୍ଗେ ସଙ୍ଗେ ଜିଲ୍ଲା ପ୍ରଗତି ରେ ସମସ୍ତେ ନିଜ ନିଜର ସର୍ବଶ୍ରେଷ୍ଠ ଯୋଗଦାନ କରିବାକୁ ପରାମର୍ଶ ପ୍ରଦାନ କରିଥିଲେ l ଆଗାମୀ ଦିନରେ କର୍ମଚାରୀ ମାନଙ୍କ ବିଭିନ୍ନ ଅସୁବିଧା ଓ ଅଭିଯୋଗ ର ସହୃଦୟତା ସହ ବିଚାର କରାଯିବ ବୋଲି ଜଣାଇବା ସହ ନୂତନ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଥିଲେ l ଏହା ପରେ ରାଜସ୍ବ ଅମଲା ସଙ୍ଘ, ସୁବର୍ଣ୍ଣପୁର ଜିଲ୍ଲା କର୍ମକର୍ତ୍ତା ଓ ଅନ୍ୟ ସଭ୍ୟ ସମୂହ ଅତିରିକ୍ତ ଜିଲ୍ଲପାଳ, ସୁବର୍ଣ୍ଣପୁର ସୂର୍ଯ୍ୟନାରାୟଣ ଦାଶ ଏବଂ ଆରକ୍ଷୀ ଅଧିକାରୀ, ସୁବର୍ଣ୍ଣପୁର ଅମରେଶ ପଣ୍ଡାଙ୍କୁ ମଧ୍ୟ ସାକ୍ଷାତ କରିବା ସହ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ରାଜସ୍ୱ ଅମଲା ସଙ୍ଘ ତରଫରୁ ଅଧ୍ୟକ୍ଷ ନୀଳାମ୍ବର ଶତପଥୀ, ଉପାଧ୍ୟକ୍ଷ ସହଦେଵ ମେହେର, ସଭାପତି ଜ୍ୟୋତିରଞ୍ଜନ ଦାନୀ, ସମ୍ପାଦକ ବନମାଳୀ ମେହେର, କୋଷାଧକ୍ଷ ଜିତେନ୍ଦ୍ରିୟ ଦୀପ, କାର୍ଯ୍ୟାଳୟ ସମ୍ପାଦକ ଦୀପକ ବିଶ୍ୱାଳ, ମୁଖ୍ୟ ପରାମର୍ଶ ଦାତା ଅଶୋକ ମିଶ୍ର, ପରାମର୍ଶଦାତା ନିମାଇଁ ବେହେରା, ଗୋପାଳ ପଣ୍ଡା, ଅରବିନ୍ଦ ବାରିକ, ସୁରେଶ ବେହେରା, କାର୍ଯ୍ୟକାରିଣି ସଭ୍ୟ ସ୍ୱରୂପ ରଞ୍ଜନ ପୁଜାହାରୀ, ମିନି ପଣ୍ଡା, ସଂଯୁକ୍ତା କାଣ୍ଡ, ସବିତା କୁଅଁର, ଦୁଃଖିଶ୍ୟାମ ସେଠୀ, ଶିବଦତ୍ତ ଦାଶ, ଅରକ୍ଷିତ ନାୟକ, ରିତା ଶତପଥୀ, ସୂର୍ଯ୍ୟନାରାୟଣ ପୁରୋହିତ, ବିଶ୍ଵପ୍ରତାପ ସେଠ, ଆଲୋକ ଦାଶ, ଛନ୍ଦା ଚରଣ ମିଶ୍ର, ଅଶୋକ ଭୋଇ, ବାବୁଲାଲ ସେଠ, ମାନସ ସାହୁ, ବିଶ୍ୱଭୂଷଣ ମହାପାତ୍ର, ମୋନାଲିସା ନାୟକ, କଲ୍ୟାଣୀ ନାଗ, ମଛିନ୍ଦ୍ର ସୁନା, ସଂପୂର୍ଣ୍ଣା ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.