ସୁବର୍ଣ୍ଣପୁରରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଅକ୍ଟୋବର ୧ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଆଇନ ସେବା ପ୍ରାଧୀକରଣ, ସୁବର୍ଣ୍ଣପୁରର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ନୂତନ ଟାଉନ୍ ହଲ୍, ସୋନପୁର ଠାରେ ପାଳିତ ହୋଇଯାଇଛି। ଏହି ଦିବସ ପାଳନ ଅବସରରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଯୋଗ ଶିବିର, ସ୍ୱାସ୍ଥ୍ୟ ଶିବିର, ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଭୁତି ଆୟୋଜନ କରାଯାଇଥିଲା। ଜିଲ୍ଲାପାଳ, ସୁବର୍ଣ୍ଣପୁର ଶ୍ରୀ ବିମଳେନ୍ଦୁ ରାୟ ଙ୍କର ସଭାପତିତ୍ବରେ ଆୟୋଜିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧୀକରଣ, ସୁବର୍ଣ୍ଣପୁର କୁମୁଦିନୀ ମୁଦୁଲି, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ସ୍ଵାଇଁ, ସଭାପତି,ବରିଷ୍ଠ ନାଗରିକ ସଂଘ, ସୋନପୁର, ଜ୍ୟୋତି ରଞ୍ଜନ ବହିଦାର, ସଭାପତି,ବରିଷ୍ଠ ନାଗରିକ ସଂଘ,ତରଭା, ଦେବେନ୍ଦ୍ର ବିଜୟ ସାହୁ, ବରିଷ୍ଠ ନାଗରିକ ସଂଘ, ବୀରମହାରାଜପୁର ର ବରିଷ୍ଠ ସଭ୍ୟ, ଭୂଷଣ ପାତ୍ର ପ୍ରମୂଖ ଅତିଥି ଭାବରେ ଯୋଗଦେଇଥିଲେ। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ସ୍ତରରେ ଆୟୋଜିତ ବକ୍ତୃତା ଏବଂ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରତ୍ୟେକ ବ୍ଲକ୍ ରୁ ୨ ଜଣ ଲେଖାଏଁ ତଥା ବରିଷ୍ଠ ନାଗରିକ ସଂଘ, ତରଭା, ସୋନପୁର ଏବଂ ବୀରମହାରାଜପୁର ରୁ ୨ ଜଣ ବରିଷ୍ଠ ନାଗରିକ ଙ୍କୁ ସମାଜ ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ପ୍ରଭାସ କୁମାର କର୍ଣ୍ଣ ସଭା ସଂଯୋଜନା କରିଥିଲେ। ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ, କ୍ଷୀରୋଦ ଭୂଷଣ ରାୟ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅଶ୍ଵିନୀ ଭୋଇ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.